ଭାରତ- ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ଭାରତର ଘାତକ ବୋଲିଂ, ୧୧୪ ରନରେ ଅଲଆଉଟ୍ ହେଲା ଓ୍ଵେଷ୍ଟଇଣ୍ଡିଜ

The Sakala Picture
Published On

ବ୍ରିଜଟାଉନ: ଭାରତ- ଓ୍ଵେଷ୍ଟଇଣ୍ଡିଜ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆଜି ଖେଳାଯାଇଛି। ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ କରି ୨୩ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଥିଲା। ଫଳରେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୧୫ରନର ଆବଶ୍ୟକତା ରହିଛି। ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ବ୍ରେଣ୍ଡନ କିଙ୍ଗ୍ ୨୩ ବଲରେ ୧୭ ରନ କରି ଆଉଟ ହୋଇଥିବା ବେଳେ ଅଲିକ ଅଥାଞ୍ଜେ […]

ବ୍ରିଜଟାଉନ: ଭାରତ- ଓ୍ଵେଷ୍ଟଇଣ୍ଡିଜ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆଜି ଖେଳାଯାଇଛି। ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ କରି ୨୩ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଥିଲା। ଫଳରେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୧୫ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ବ୍ରେଣ୍ଡନ କିଙ୍ଗ୍ ୨୩ ବଲରେ ୧୭ ରନ କରି ଆଉଟ ହୋଇଥିବା ବେଳେ ଅଲିକ ଅଥାଞ୍ଜେ ୧୮ ବଲରେ ୨୨ ରନ କରି ଆଉଟ ହୋଇଥିଲେ।  ଅଧିନାୟକ ସାଇ ହୋପ୍ ୪୫ ବଲରେ ୪୩ ରନ କରି ଆଉଟ ହୋଇଥିଲେ। ସିମରନ ହେଟମାୟର ୧୯ ବଲରେ ୧୧ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟକୌଣସି ଖେଳାଳି ବ୍ୟାଟିଂରେ ସଫଳ ହୋଇ ନଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା, ମୁକେଶ କୁମାର ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର