କେବଳ ବ୍ୟାଟର ଭାବେ ନୁହେଁ ଫିଲ୍ଡିଂରେ ବି ଏହି ବଡ଼ ରେକର୍ଡର ଅଧିକାରୀ ହେଲେ ବିରାଟ କୋହଲି

The Sakala Picture
Published On

ଦୁବାଇ : ମିନି ବିଶ୍ୱକପ୍‌ କୁହାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲା ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଉଛି। ପ୍ରଥମ ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି। ଆଉ ଏହାରି ମଧ୍ୟରେ ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟର ବିରାଟ କୋହଲି ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। କିନ୍ତୁ ଏହି ରେକର୍ଡ ବିରାଟ ବ୍ୟାଟର ଭାବେ ନୁହେଁ ବରଂ ଜଣେ ଫିଲ୍ଡର ଭାବେ କରିଛନ୍ତି। ଆଉ ତାହା ହେଲା ବିରାଟ ଏକଦିବସୀୟ କ୍ରିକେଟ […]

ଦୁବାଇ : ମିନି ବିଶ୍ୱକପ୍‌ କୁହାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲା ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଉଛି। ପ୍ରଥମ ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି। ଆଉ ଏହାରି ମଧ୍ୟରେ ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟର ବିରାଟ କୋହଲି ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। କିନ୍ତୁ ଏହି ରେକର୍ଡ ବିରାଟ ବ୍ୟାଟର ଭାବେ ନୁହେଁ ବରଂ ଜଣେ ଫିଲ୍ଡର ଭାବେ କରିଛନ୍ତି। ଆଉ ତାହା ହେଲା ବିରାଟ ଏକଦିବସୀୟ କ୍ରିକେଟ ଇତିହାସରେ ଭାରତ ପାଇଁ ସର୍ବାଧିକ କ୍ୟାଚ୍ ନେଇଥିବା ଫିଲ୍ଡର ହୋଇଛନ୍ତି। ସେ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ରେକର୍ଡ ଭାଙ୍ଗିଛନ୍ତି। କେବଳ ସେତିକି ନୁହେଁ ବିରାଟ ଏବେ ଏକଦିବସୀୟ କ୍ରିକେଟରେ ବିଶ୍ବର ସର୍ବାଧିକ କ୍ୟାଚ୍‌ ନେବାରେ ତୃତୀୟ ସ୍ଥାନରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ODIରେ ସର୍ବାଧିକ କ୍ୟାଚ୍ ନେବାରେ ରିକି ପଣ୍ଟିଂ ବିଶ୍ୱର ଦ୍ୱିତୀୟ ଖେଳାଳି। ସେ ତାଙ୍କର ୩୭୫ଟି ଦିନିକିଆ କ୍ୟାରିୟରରେ ମୋଟ ୧୬୦ଟି କ୍ୟାଚ୍ ନେଇଥିଲେ। ସେହି ସମୟରେ, ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ଚମତ୍କାର ଫିଲ୍ଡିଂ କରି ଆଝାରୁଦ୍ଦିନଙ୍କ ରେକର୍ଡ ଭାଙ୍ଗିଥିଲେ। ଆଝାର ୧୯୮୫-୨୦୦୦ ମଧ୍ୟରେ ୩୩୪ଟି ଦିନିକିଆ ଖେଳିଥିଲେ ଏବଂ ୧୫୬ଟି କ୍ୟାଚ୍ ନେଇଥିଲେ। କିନ୍ତୁ ବିରାଟ ଅଷ୍ଟ୍ରେଲିଆ ବିପକ୍ଷରେ ଜୋଶ ଇଙ୍ଗଲିସଙ୍କ କ୍ୟାଚ୍ ଧରି ୧୫୯ କ୍ୟାଚରେ ପହଞ୍ଚିଥିବା ବେଳେ ନାଥାନ ଏଲିଙ୍କ କ୍ୟାଚ୍‌ ଧରି ୧୬୦ କ୍ୟାଚ୍‌ ପୂରଣ କରିଛନ୍ତି। ଯାହା ଫଳରେ ସେ ରିକି ପଣ୍ଟିଂଙ୍କ ରେକର୍ଡର ସମକକ୍ଷ ହୋଇପାରିଛନ୍ତି। ଆଉ ଗୋଟିଏ କ୍ୟାଚ୍‌ ଧରିଲେ ବିରାଟ ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗି ବିଶ୍ବର ସର୍ବାଧିକ କ୍ୟାଚ୍‌ ନେବାରେ ଦ୍ବିତୀୟ ସ୍ଥାନରେ ପହଞ୍ଚିବେ। ବିଶ୍ବର ସର୍ବାଧିକ କ୍ୟାଚ୍‌ ନେବାରେ ପୂର୍ବତନ ଶ୍ରୀଲଙ୍କା ଖେଳାଳି ମାହେଲା ଜୟବର୍ଦ୍ଧନେ ପ୍ରଥମ ସ୍ଥାନରେ ରହିଛନ୍ତି। ମାହେଲା ଜୟବର୍ଦ୍ଧନେ ତାଙ୍କ ODI କ୍ୟାରିୟରରେ ୨୧୮ଟି କ୍ୟାଚ୍ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

 

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର