ଆଇସିସି ଟ୍ରଫି ଜିତାଇ ନଥିଲେ ମଧ୍ୟ ବିରାଟ ଦେଶର ସଫଳ ଏକଦିବସୀୟ ଅଧିନାୟକ

The Sakala Picture
Published On

ନୂଆଦିଲ୍ଲୀ: ଲାଲ୍‍ ବଲ୍‍ (ଟେଷ୍ଟ) ଓ ଧଳା ବଲ୍‍ (ସୀମିତ ଓଭର)ରେ ଭିନ୍ନ ଭିନ୍ନ ଅଧିନାୟକ ନିଯୁକ୍ତ ସହ ଭାରତୀୟ କ୍ରିକେଟ୍‍ରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଭାରତୀୟ କ୍ରିକେଟ୍‍ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ଏକଦିବସୀୟ ଦଳର ନେତୃତ୍ୱରେ ପରିବର୍ତ୍ତନ କରି ବିରାଟ କୋହଲିଙ୍କ ସ୍ଥାନରେ ରୋହିତ୍‍ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରିଛି। ଏଥିପୂର୍ବରୁ ଗତ ମାସରେ କୋହଲି ଟି-୨୦ ନେତୃତ୍ୱ ଛାଡ଼ିବା ପରେ ରୋହିତ୍‍ଙ୍କୁ ମଧ୍ୟ ଏହି ଫର୍ମାଟ୍‍ର ଦାୟିତ୍ୱ […]

ନୂଆଦିଲ୍ଲୀ: ଲାଲ୍‍ ବଲ୍‍ (ଟେଷ୍ଟ) ଓ ଧଳା ବଲ୍‍ (ସୀମିତ ଓଭର)ରେ ଭିନ୍ନ ଭିନ୍ନ ଅଧିନାୟକ ନିଯୁକ୍ତ ସହ ଭାରତୀୟ କ୍ରିକେଟ୍‍ରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଭାରତୀୟ କ୍ରିକେଟ୍‍ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ଏକଦିବସୀୟ ଦଳର ନେତୃତ୍ୱରେ ପରିବର୍ତ୍ତନ କରି ବିରାଟ କୋହଲିଙ୍କ ସ୍ଥାନରେ ରୋହିତ୍‍ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରିଛି। ଏଥିପୂର୍ବରୁ ଗତ ମାସରେ କୋହଲି ଟି-୨୦ ନେତୃତ୍ୱ ଛାଡ଼ିବା ପରେ ରୋହିତ୍‍ଙ୍କୁ ମଧ୍ୟ ଏହି ଫର୍ମାଟ୍‍ର ଦାୟିତ୍ୱ ଦିଆଯାଇଥିଲା। ଫଳରେ ଏବେ କୋହଲି କେବଳ ଟେଷ୍ଟରେ ଟିମ୍‍ ଇଣ୍ଡିଆର ନେତୃତ୍ୱ ନେବେ। ଅପରପକ୍ଷରେ ରୋହିତ୍‍ ସୀମିତ ଓଭର କ୍ରିକେଟ୍‍ (ଟି-୨୦ ଓ ଏକଦିବସୀୟ)ରେ ଅଧିନାୟକତ୍ୱ କରିବେ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ବିରାଟ ତାଙ୍କ ଏକଦିବସୀୟ ନେତୃତ୍ୱ ଅବଧି ସମୟରେ ଭାରତକୁ ଗୋଟିଏ ହେଲେ ଆଇସିସି ଟ୍ରଫି ଜିତାଇବାରେ ସଫଳ ହୋଇପାରି ନାହାନ୍ତି। ଏହାସତ୍ତ୍ବେ ୩୩ ବର୍ଷୀୟ ବିରାଟଙ୍କ ଅଧିନାୟକତ୍ୱରେ ଭାରତ କେତୋଟି ଐତିହାସିକ ଦ୍ୱିପାକ୍ଷିକ ଏକଦିବସୀୟ ସିରିଜ ବିଜୟୀ ହୋଇଛି। ଯେଉଁଥି ପାଇଁ ତାଙ୍କୁ ଦେଶର ଅନ୍ୟତମ ଶ୍ରେଷ୍ଠ ୫୦ ଓଭର ଅଧିନାୟକ ଭାବେ ବିବେଚନା କରାଯାଏ। ୨୦୧୭ରେ ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନରେ କୋହଲି ଏକଦିବସୀୟ ଦଳର ନେତୃତ୍ୱ ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ ଭାରତ ୯୫ ଏକଦିବସୀୟ ମ୍ୟାଚ୍‍ ଖେଳିଛି। ଯେଉଁଥିରେ ୬୫ ବିଜୟ ଓ ୨୭ ମ୍ୟାଚ ପରାଜୟବରଣ କରିଛି। ଗୋଟିଏ ମ୍ୟାଚ୍‍ ଟାଇ ରହିଛି ଏବଂ ୨ଟି ଫଳାଫଳ ବାହାରିପାରି ନାହିଁ। ବିଜୟ ପ୍ରତିଶତ ୭୦.୪୩ ରହିଛି। ଦୁଇ ବିଶ୍ୱକପ୍‍ ବିଜେତା ପ୍ରାକ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (୫୯.୫୨) ଓ କପିଳ ଦେବ (୫୪.୧୬)ଙ୍କ ଅପେକ୍ଷା ଏକଦିବସୀୟରେ କୋହଲିଙ୍କ ବିଜୟ ପ୍ରତିଶତ ବେଶ୍‍ ଉନ୍ନତ ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଅପରପକ୍ଷରେ ବିରାଟଙ୍କ ନେତୃତ୍ୱରେ ଭାରତ ୧୯ ଏକଦିବସୀୟ ଦ୍ୱିପାକ୍ଷିକ ସିରିଜ ଖେଳିଛି। ଯେଉଁଥିରେ ୧୫ ସିରିଜରେ ବାଜିମାତ୍‍ କରିଛି ବିରାଟ ବାହିନୀ। ଏହି ସିରିଜ ମଧ୍ୟରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମାଟିରେ ଐତିହାସିକ ବିଜୟ ସାମିଲ ରହିଛି। ବିରାଟଙ୍କ ସମୟରେ ଭାରତ ୨ଟି ଆଇସିସି ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ଖେଳିଛି। ସେଥିମଧ୍ୟରୁ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପାକିସ୍ତାନ ନିକଟରୁ ହାରି ରନର୍ସଅପ୍‍ ହୋଇଥିଲା। ସେହିଭଳି ୨୦୧୯ରେ ବିଶ୍ୱକପ୍‍ ସେମିଫାଇନାଲ ପର୍ଯ୍ୟନ୍ତ ଭାରତ ଯାଇପାରିଥିଲା। ଦିନିକିଆ ନେତୃତ୍ୱ ନେଉଥିବା ସମୟରେ କୋହଲି ୭୨.୬୫ ହାରରେ ୫,୪୪୯ ରନ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୨୧ ଶତକ ମଧ୍ୟ ସାମିଲ ରହିଛି। ତେବେ ଦିନିକିଆ ନେତୃତ୍ୱରେ ରିକି ପଣ୍ଟିଂ ସର୍ବାଧିକ ୨୨ ଶତକ ଅର୍ଜନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର