ଫୁଟବଲ ମ୍ୟାଚ ପରେ ସମର୍ଥକଙ୍କ ମଧ୍ୟରେ ଭୟଙ୍କର ଦଙ୍ଗା: ୧୨୭ ମୃତ, ୨୦୦ରୁ ଅଧିକ ଆହତ

The Sakala Picture
Published On

ଜାକର୍ତ୍ତା: ମ୍ୟାଚ ପରେ ରକ୍ତମୁଖା ହେଲେ ଫ୍ୟାନ୍‌ । ଫୁଟବଲ ମ୍ୟାଚ ପରେ ସମର୍ଥକଙ୍କ ମଧ୍ୟରେ ବଡ ଧରଣର ହିଂସା ଘଟି ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ । ହିଂସା ପରେ ଲୋକଙ୍କ ମଧ୍ୟରେ ଦଳାଚକଟା ଘଟି ୧୨୭ ଜଣ ଲୋକଙ୍କର ଜୀବନ ଚାଲିଯାଇଥିବାବେଳେ ପ୍ରାୟ ୨୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଇଣ୍ଡୋନେସିଆର ପୂର୍ବ ଜାଭା ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଫୁଟବଲ ମ୍ୟାଚ ଚାଲିଥିବାବେଳେ ଏହି କଳଙ୍କିତ ଘଟଣା […]

ଜାକର୍ତ୍ତା: ମ୍ୟାଚ ପରେ ରକ୍ତମୁଖା ହେଲେ ଫ୍ୟାନ୍‌ । ଫୁଟବଲ ମ୍ୟାଚ ପରେ ସମର୍ଥକଙ୍କ ମଧ୍ୟରେ ବଡ ଧରଣର ହିଂସା ଘଟି ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ । ହିଂସା ପରେ ଲୋକଙ୍କ ମଧ୍ୟରେ ଦଳାଚକଟା ଘଟି ୧୨୭ ଜଣ ଲୋକଙ୍କର ଜୀବନ ଚାଲିଯାଇଥିବାବେଳେ ପ୍ରାୟ ୨୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଇଣ୍ଡୋନେସିଆର ପୂର୍ବ ଜାଭା ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଫୁଟବଲ ମ୍ୟାଚ ଚାଲିଥିବାବେଳେ ଏହି କଳଙ୍କିତ ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ସୂଚନା ଅନୁସାରେ, ଗତକାଲି ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ଆମେରା ଏଫସି ଏବଂ ପରସେବ୍ୟା ମଧ୍ୟରେ ମ୍ୟାଚ ଚାଲିଥିଲା । କିନ୍ତୁ ମ୍ୟାଚ ପରେ ପରାଜିତ ଦଳର ସମର୍ଥକମାନେ ପଡିଆ ଭିତରକୁ ପଶିଥିଲେ। ସେମାନେ କିଛି ଲୋକଙ୍କୁ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ। ଯାହାକୁ ନେଇ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ଏଥିସହ ପୁଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ଏହାପରେ ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ପୁଲିସକର୍ମୀ ମଧ୍ୟ ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

02 Oct 2022 By The Sakala

ଫୁଟବଲ ମ୍ୟାଚ ପରେ ସମର୍ଥକଙ୍କ ମଧ୍ୟରେ ଭୟଙ୍କର ଦଙ୍ଗା: ୧୨୭ ମୃତ, ୨୦୦ରୁ ଅଧିକ ଆହତ

ଜାକର୍ତ୍ତା: ମ୍ୟାଚ ପରେ ରକ୍ତମୁଖା ହେଲେ ଫ୍ୟାନ୍‌ । ଫୁଟବଲ ମ୍ୟାଚ ପରେ ସମର୍ଥକଙ୍କ ମଧ୍ୟରେ ବଡ ଧରଣର ହିଂସା ଘଟି ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ । ହିଂସା ପରେ ଲୋକଙ୍କ ମଧ୍ୟରେ ଦଳାଚକଟା ଘଟି ୧୨୭ ଜଣ ଲୋକଙ୍କର ଜୀବନ ଚାଲିଯାଇଥିବାବେଳେ ପ୍ରାୟ ୨୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଇଣ୍ଡୋନେସିଆର ପୂର୍ବ ଜାଭା ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଫୁଟବଲ ମ୍ୟାଚ ଚାଲିଥିବାବେଳେ ଏହି କଳଙ୍କିତ ଘଟଣା ଘଟିଛି।

ସୂଚନା ଅନୁସାରେ, ଗତକାଲି ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ଆମେରା ଏଫସି ଏବଂ ପରସେବ୍ୟା ମଧ୍ୟରେ ମ୍ୟାଚ ଚାଲିଥିଲା । କିନ୍ତୁ ମ୍ୟାଚ ପରେ ପରାଜିତ ଦଳର ସମର୍ଥକମାନେ ପଡିଆ ଭିତରକୁ ପଶିଥିଲେ। ସେମାନେ କିଛି ଲୋକଙ୍କୁ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ। ଯାହାକୁ ନେଇ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ଏଥିସହ ପୁଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ଏହାପରେ ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ପୁଲିସକର୍ମୀ ମଧ୍ୟ ଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର