ବିନେଶଙ୍କ ଫୋଗଟଙ୍କ ଆବେଦନର ଶୁଣାଣି ଆଜି, ମିଳିବ କି ନ୍ଯାୟ…

The Sakala Picture
Published On

ନୂଆଦିଲ୍ଲୀ: ରେସଲର୍ ବିନେଶ ଫୋଗଟଙ୍କୁ ମିଳିବ କି ନ୍ୟାୟ। ତାଙ୍କୁ ରୌପ୍ଯ ପଦକ ପ୍ରଦାନ କରାଯିବ କି ନାହିଁ ଏ ନେଇ ଆଜି କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ ଶୁଣାଣି ହେବାର ଅଛି। ଅପରାହ୍ନ ସାଢ଼େ ଗୋଟାଏରେ ଏହି ଶୁଣାଣି ହେବ। ମାତ୍ର ଶହେ ଗ୍ରାମ ଅଧିକ ଓଜନ ପାଇଁ ସ୍ବର୍ଣ୍ଣ ପଦକ ମୁକାବିଲାରୁ ବାଦ୍ ପଡ଼ିଥିଲେ ଭିନେଶ। ଫାଇନାଲରେ ପହଞ୍ଚିଥିଲେ ମଧ୍ଯ ଲଢ଼ିପାରିନଥିଲେ। ଏହା ବିରୋଧରେ ସେ କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ […]

ନୂଆଦିଲ୍ଲୀ: ରେସଲର୍ ବିନେଶ ଫୋଗଟଙ୍କୁ ମିଳିବ କି ନ୍ୟାୟ। ତାଙ୍କୁ ରୌପ୍ଯ ପଦକ ପ୍ରଦାନ କରାଯିବ କି ନାହିଁ ଏ ନେଇ ଆଜି କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ ଶୁଣାଣି ହେବାର ଅଛି। ଅପରାହ୍ନ ସାଢ଼େ ଗୋଟାଏରେ ଏହି ଶୁଣାଣି ହେବ। ମାତ୍ର ଶହେ ଗ୍ରାମ ଅଧିକ ଓଜନ ପାଇଁ ସ୍ବର୍ଣ୍ଣ ପଦକ ମୁକାବିଲାରୁ ବାଦ୍ ପଡ଼ିଥିଲେ ଭିନେଶ। ଫାଇନାଲରେ ପହଞ୍ଚିଥିଲେ ମଧ୍ଯ ଲଢ଼ିପାରିନଥିଲେ। ଏହା ବିରୋଧରେ ସେ କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ ଅପିଲ କରିଛନ୍ତି। ନିଜ ଆବେଦନରେ ସେ ଦର୍ଶାଇଛନ୍ତି ଯେ, ଓଜନ ସମେତ ସବୁ ନିୟମ ଭିତରେ ରହି ସେ ଫାଇନାଲରେ ପହଞ୍ଚିଥିଲେ। ତେଣୁ ରୌପ୍ଯ ପଦକ ପାଇବାକୁ ସେ ଯୌଗ୍ୟ। ତାଙ୍କୁ ଯୁଗ୍ମ ଭାବେ ରୌପ୍ଯ ପଦକ ପ୍ରଦାନ କରାଯାଉ। ଏହା ଉପରେ ଆଜି ଅପରାହ୍ନ ଗୋଟାଏ ତିରିଶରେ କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟ୍ସରେ ଶୁଣାଣି ହେବ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ବିନେଶଙ୍କ ପକ୍ଷରୁ ୩ ଜଣ ବଡ଼ ବଡ଼ ଓକିଲ ଲଢିବେ ବୋଲି ଜଣାପଡ଼ିଛି। ଭାରତର ବିଶିଷ୍ଟ ଓକିଲ ହରିଶ ସାଲଭେ ଏହି ଟିମର ନେତୃତ୍ଵ ନେବେ ବୋଲି ଜଣାପଡ଼ିଛି। ଯଦି ରାୟ ତାଙ୍କ ସପକ୍ଷରେ ଯାଏ, ତେବେ ଭିନେଶଙ୍କୁ ରୌପ୍ଯ ପଦକ ମିଳିବାର ସମ୍ଭାବନା ଅଛି। ଆଉ ଥରେ ଓଜନ କରାଇ ଫାଇନାଲ ଖେଳିବାକୁ ମଧ୍ଯ ସେ ଆବେଦନ କରିଥିଲେ। ଏହାକୁ କିନ୍ତୁ ଖାରଜ କରାଯାଇଛି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର