ନିଜ ଦଳକୁ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି ଆଇପିଏଲ୍ର ଏହି ଶ୍ରେଷ୍ଠ ୫ ଅଧିନାୟକ, ଜାଣନ୍ତୁ ସେମାନଙ୍କ ବିଷୟରେ…
ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୬ତମ ସଂସ୍କରଣର ପ୍ଲେ-ଅଫ୍ ରୂପରେଖ ରବିବାର ସ୍ପଷ୍ଟ ହୋଇଛି। ଟାଇଟଲ ଦୌଡ଼ରେ ଗତଥରର ଚାମ୍ପିଅନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ, ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ, କ୍ରୁନାଲ ପାଣ୍ଡ୍ୟାଙ୍କ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ରହିଛନ୍ତି। ଧୋନୀଙ୍କୁ ଆଇପିଏଲ୍ର ଶ୍ରେଷ୍ଠ ଅଧିନାୟକ ବୋଲି ବିନା ଦ୍ୱିଧାରେ କୁହାଯାଇପାରେ। ବିଜୟ ପ୍ରତିଶତ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଧୋନି ଅନ୍ୟ ଅଧିନାୟକଙ୍କ ତୁଳନାରେ ସମସ୍ତଙ୍କଠାରୁ ଆଗରେ ରହିବେ। ତାଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର […]
ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୬ତମ ସଂସ୍କରଣର ପ୍ଲେ-ଅଫ୍ ରୂପରେଖ ରବିବାର ସ୍ପଷ୍ଟ ହୋଇଛି। ଟାଇଟଲ ଦୌଡ଼ରେ ଗତଥରର ଚାମ୍ପିଅନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ, ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ, କ୍ରୁନାଲ ପାଣ୍ଡ୍ୟାଙ୍କ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ରହିଛନ୍ତି। ଧୋନୀଙ୍କୁ ଆଇପିଏଲ୍ର ଶ୍ରେଷ୍ଠ ଅଧିନାୟକ ବୋଲି ବିନା ଦ୍ୱିଧାରେ କୁହାଯାଇପାରେ। ବିଜୟ ପ୍ରତିଶତ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଧୋନି ଅନ୍ୟ ଅଧିନାୟକଙ୍କ ତୁଳନାରେ ସମସ୍ତଙ୍କଠାରୁ ଆଗରେ ରହିବେ। ତାଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର ଟାଇଟଲ ଜିତିବା ସହ ସର୍ବାଧିକ ଥର ଫାଇନାଲରେ ପ୍ରବେଶ କରିଛି। ଅନ୍ୟପଟେ ରୋହିତ ଶର୍ମା ସର୍ବାଧିକ ଟାଇଟଲ ହାସଲ କରି ସଂଖ୍ୟାରେ ଆଗରେ ରହିଛନ୍ତି। ବିଜୟ ହାରରେ ସେ ଅଧିନାୟକ ଭାବେ ଦ୍ୱିତୀୟ ସ୍ଥାନରେ ରହିବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ନୂଆ ଦଳ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଇ ସ୍ଥିରତା ପ୍ରତିପାଦନ କରିଛନ୍ତି। ଆଇପିଏଲ୍ ବିଶ୍ୱର ସବୁଠାରୁ ଧନୀ ତଥା ଲୋକପ୍ରିୟ ଟି-୨୦ ଲିଗ୍ ଭାବେ ନିଜର ପରାକାଷ୍ଠା ବଜାୟ ରଖିଛି। ୨୦୦୮ରେ ଆରମ୍ଭ ହୋଇଥିବା ଏହି ଲିଗ୍ରେ ଏକାଧିକ ମହାନ୍ ଅଧିନାୟକଙ୍କୁ ଦେଖିବାକୁ ମିଳିଛି। ଏହି ଅଧିନାୟକମାନେ ନିଜ ଦଳଗୁଡିକୁ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି। ଆଇପିଏଲ୍ର ଶ୍ରେଷ୍ଠ ୫ ଜଣ ଅଧିନାୟକଙ୍କୁ ନେଇ ଆଲୋଚନା କରିବା। ଏହି ତାଲିକାରେ ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା, ବିରାଟ କୋହଲି, ଗୌତମ ଗମ୍ଭୀର ଓ ଡେଭିଡ୍ ୱାର୍ଣ୍ଣର।
୧. ମହେନ୍ଦ୍ର ସିଂ ଧୋନୀ (ଚେନ୍ନାଇ, ପୁଣେ) -ବିଜୟ ହାର ୫୮.୮୨%
ମହେନ୍ଦ୍ର ସିଂ ଧୋନୀ କେବଳ ଭାରତ ନୂହଁ ଆଇପିଏଲ୍ ଇତିହାସରେ ମଧ୍ୟ ଶ୍ରେଷ୍ଠ ଅଧିନାୟକ ବିବେଚିତ ହେଉଛନ୍ତି। ତାଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର ଚାମ୍ପିଅନ ହେବାର ଗୌରବ ଅର୍ଜନ କରିବା ସହ ୪ଥର ରନର୍ସଅପ୍ ହୋଇଛି। ଧୀର ଓ ଶାନ୍ତ ସ୍ୱଭାବର ଧୋନୀ ଅତି ଚତୁରତାର ସହ ନିଜ ରଣନୀତି ଓ ଯୋଜନା ଲାଗୁ କରି ସଫଳତା ପାଇଛନ୍ତି। ନେତୃତ୍ୱର ପରାକାଷ୍ଠା କାରଣରୁ ସେ ଖେଳାଳିମାନଙ୍କଠାରୁ ଶ୍ରେଷ୍ଠ ଖେଳ ଆଦାୟ କରିବାରେ ସଫଳ ହୋଇଛନ୍ତି। ୨୦୦୮ରେ ସେ ଚେନ୍ନାଇର ନେତୃତ୍ୱ ନେଇଥିଲେ ଓ ଏପର୍ଯ୍ୟନ୍ତ ଏହାକୁ ଜାରି ରଖିଛନ୍ତି। ଚେନ୍ନାଇ ସସ୍ପେଣ୍ଡ ହୋଇଥିବା ବେଳେ ସେ ୨୦୧୬ ଓ ୨୦୧୭ରେ ପୁଣେ ଦଳର ନେତୃତ୍ୱ ନେଇଥିଲେ। ତାଙ୍କର ବିଜୟ ହାର ୫୮.୮୨ ପ୍ରତିଶତ ରହିଛି। ସେ ୨୨୩ ମ୍ୟାଚ୍ର ନେତୃତ୍ୱ ନେଇ ୧୩୦ଟି ବିଜୟ ହାସଲ କରିବା ସହ ୯୧ ମ୍ୟାଚ୍ରେ ପରାଜୟ ବରଣ କରିଛନ୍ତି।
୨. ରୋହିତ ଶର୍ମା (ମୁମ୍ବାଇ) -ବିଜୟ ହାର ୫୬.୪୯%
ଆଇପିଏଲ୍ରେ ରୋହିତ ଶର୍ମା ଦ୍ୱିତୀୟ ସଫଳତମ ଅଧିନାୟକ ବବେଚିତ ହୁଅନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ସର୍ବାଧିକ ୫ଥର ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି। ଟ୍ରଫି ଜିତିବାରେ ସେ ଆଇପିଏଲ୍ର ସଫଳତମ ଅଧିନାୟକ ବିବେଚିତ ହୁଅନ୍ତି। ନିର୍ଣ୍ଣାୟକ ସ୍ଥିତିରେ ସେ ଉଚିତ ନିଷ୍ପତ୍ତି ନେଇ ଦଳକୁ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି। ଅତ୍ୟଧିକ ଚାପ ରହିଥିବା ବେଳେ ତାଙ୍କ ସାହସିକତା ଉଦାହରଣ ସୃଷ୍ଟି କରିଛି। ୨୦୧୩ରୁ ସେ ମୁମ୍ବାଇର ନେତୃତ୍ୱରେ ନେଇ ଆସୁଛନ୍ତି। ସେ ୧୫୪ଟି ମ୍ୟାଚ୍ର ନେତୃତ୍ୱ ନେଇ ୮୫ଟି ବିଜୟ ଓ ୬୫ଟି ପରାଜୟ ବରଣ କରିଛନ୍ତି। ତାଙ୍କର ବିଜୟ ପ୍ରତିଶତ ୫୬.୪୯ ପ୍ରତିଶତ ରହିଛି।
୩. ଗୌତମ ଗମ୍ଭୀର (ଦିଲ୍ଲୀ, କୋଲକାତା)- ବିଜୟ ହାର ୫୫.୪୨%
ଧୋନୀ ଓ ରୋହିତଙ୍କ ପରେ ଗୌତମ ଗମ୍ଭୀର ଏକମାତ୍ର ଅଧିନାୟକ ଭାବେ ନିଜ ଦଳକୁ ଆଇପିଏଲ୍ରେ ୧ରୁ ଊର୍ଦ୍ଧ୍ବଥର ଚାମ୍ପିଅନ କରାଇଛନ୍ତି। ଦିଲ୍ଲୀ ଡେୟାର ଡେଭିଲ୍ସରୁ ଯାଇ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ୨୦୧୧ରୁ ୨୦୧୭ ମଧ୍ୟରେ କୋଲକାତା ନାଇଟ ରାଇଡର୍ସ (କେକେଆର)ର ନେତୃତ୍ୱ ନେଇଥିଲେ। ଆଇପିଏଲ୍ରେ ସେ ତାଙ୍କ ନେତୃତ୍ୱ ପରାକାଷ୍ଠାର ପ୍ରତିପାଦନ କରିଛନ୍ତି। ଅଧିନାୟକ ଭାବେ ତାଙ୍କ ବିଜୟ ହାର ୫୫.୪୨ ପ୍ରତିଶତ ରହିଛି। ୧୨୯ଟି ମ୍ୟାଚ୍ର ନେତୃତ୍ୱ ନେଇ ସେ ୭୧ ଟି ମ୍ୟାଚ୍ରେ ନିଜ ଦଳକୁ ଜିତାଇବା ସହ ୫୭ଟି ପରାଜୟ ବରଣ କରିଛନ୍ତି ଓ ଗୋଟିଏ ମ୍ୟାଚ୍ ଟାଇ ରହିଛି। ତାଙ୍କ ନେତୃତ୍ୱରେ କୋଲକାତା ୨୦୧୨ ଓ ୨୦୧୪ରେ ଆଇପିଏଲ୍ ଚାମ୍ପିଅନ ହୋଇଥିଲା। ସେ ମଧ୍ୟ ଦିଲ୍ଲୀ ଦଳର ନେତୃତ୍ୱ ନେଇଥିଲେ।
୪.ଡେଭିଡ୍ ୱାର୍ଣ୍ଣର (ଦିଲ୍ଲୀ, ହାଇଦ୍ରାବାଦ)- ବିଜୟ ହାର ୪୯.୩୮
ଅଷ୍ଟ୍ରେଲୀୟ ବିସ୍ଫୋରକ ଓପନର ଡେଭିଡ ୱାର୍ଣ୍ଣର ଅନ୍ୟତମ ବିଦେଶୀ ଅଧିନାୟକ ଭାବେ ଆଇପିଏଲ୍ ଟାଇଟଲ ଜିତିଛନ୍ତି। ତାଙ୍କୁ ବାଦ୍ ଦେଲେ ଶେନ ୱାର୍ଣ୍ଣ, ଆଡାମ ଗୀଲକ୍ରୀଷ୍ଟ ମଧ୍ୟ ନିଜ ଦଳକୁ ଆଇପିଏଲ୍ ଚାମ୍ପିଅନ କରାଇଛନ୍ତି। ଅଧିନାୟକ ଭାବେ ୱାର୍ଣ୍ଣରଙ୍କ ବିଜୟ ପ୍ରତିଶତ ୪୯.୩୮ ରହିଛି। ତାଙ୍କ ନେତୃତ୍ୱ କଳା ନିଆରା ରହି ଆସିଛି। ଆଇପିଏଲ୍ରେ ସେ ସଫଳତମ ବିଦେଶୀ ବ୍ୟାଟର ବିବେଚିତ ହେଉଛନ୍ତି। ୮୧ଟି ମ୍ୟାଚ୍ର ନେତୃତ୍ୱ ନେଇ ସେ ୩୯ ବିଜୟ ଓ ୪୦ ପରାଜୟ ବରଣ କରିଛନ୍ତି। ୨ଟି ମ୍ୟାଚ୍ ଟାଇ ରହିଛି। ୨୦୧୬ରେ ତାଙ୍କ ନେତୃତ୍ୱରେ ହାଇଦ୍ରବାଦ ଚାମ୍ପିଅନ ହୋଇଥିଲା।
୫. ବିରାଟ କୋହଲି (ବାଙ୍ଗାଲୋର)- ବିଜୟ ହାର ୪୮.୫୬ %
ସୁପର ଷ୍ଟାର ବିରାଟ କୋହଲି ଭାରତୀୟ ଦଳ ଓ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଦଳର ନେତୃତ୍ୱ ନେଇ ବେଶ୍ ସଫଳ ରହିଥିଲେ ମଧ୍ୟ କେବେ କୌଣସି ଟାଇଟଲ ହାସଲ କରିପାରି ନାହାନ୍ତି। ଏହି ଲାଞ୍ଛନା ତାଙ୍କ ପିଛା ଛାଡୁନାହିଁ। ଆଇପିଏଲ୍ରେ ତାଙ୍କ ବିଜୟ ହାର ୪୮.୫୬ ପ୍ରତିଶତ ରହିଛି। ଦୀର୍ଘ ବର୍ଷଧରି ସେ ବାଙ୍ଗାଲୋରର ନେତୃତ୍ୱ ନେଇଛନ୍ତି। ସେ ୧୪୩ଟି ମ୍ୟାଚ୍ର ନେତୃତ୍ୱ ନେଇ ୬୬ଟି ବିଜୟ ଓ ୭୦ଟି ପରାଜୟ ବରଣ କରିଛନ୍ତି ଏବଂ ୩ଟି ମ୍ୟାଚ୍ ଟାଇ ରହିଛି। ତେବେ ଜଣେ ବ୍ୟାଟର ଭାବେ ସେ ଦୃଷ୍ଟାନ୍ତମୂଳକ ସଫଳତା ଅର୍ଜନ କରି ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି। ସଫଳତମ ଅଧିନାୟକ ତାଲିକାରେ ଷଷ୍ଠ ସ୍ଥାନରେ ଆଡମ ଗୀଲଖ୍ରୀଷ୍ଟ ରହିଛନ୍ତି। ସେହିପରି ଶ୍ରେୟାସ ଆୟର, ଶେନ ୱାର୍ଣ୍ଣ, ବୀରେନ୍ଦ୍ର ସେହ୍ୱାଗ ଓ ଲୋକେଶ ରାହୁଲ ଯଥାକ୍ରମେ ସପ୍ତମ, ଅଷ୍ଟମ, ୯ମ ଓ ୧୦ମ ସ୍ଥାନରେ ରହିଛନ୍ତି।