କାଲି ଭାରତ-ବାଂଲାଦେଶ ପ୍ରଥମ ଦିନିକିଆ, ଜାଣନ୍ତୁ କେଉଁଥିରେ ଦେଖିହେବ ମ୍ୟାଚର ଲାଇଭ୍ ଟେଲିକାଷ୍ଟ….

The Sakala Picture
Published On

ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ବାଂଲାଦେଶ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ଦୁଃଖଦ ବିଦାୟ ପରେ ପ୍ରଥମଥର ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦିନିକିଆ ସିରିଜ୍‌ ଖେଳିବାକୁ ଯାଉଛି।ଏହାପୂର୍ବରୁ ଟିମ ଇଣ୍ଡିଆ ଶିଖର ଧୱନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳିଥିଲା। ହେଲେ ଏବେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା କମବ୍ୟାକ କରିଛନ୍ତି। ଆସନ୍ତାକାଲି ଦିନ ୧୧.୩୦ରେ ମ୍ୟାଚ୍‌ ଆରମ୍ଭ ହେବ। ରବିବାରଠୁ  […]

ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ବାଂଲାଦେଶ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ଦୁଃଖଦ ବିଦାୟ ପରେ ପ୍ରଥମଥର ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦିନିକିଆ ସିରିଜ୍‌ ଖେଳିବାକୁ ଯାଉଛି।ଏହାପୂର୍ବରୁ ଟିମ ଇଣ୍ଡିଆ ଶିଖର ଧୱନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳିଥିଲା। ହେଲେ ଏବେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା କମବ୍ୟାକ କରିଛନ୍ତି। ଆସନ୍ତାକାଲି ଦିନ ୧୧.୩୦ରେ ମ୍ୟାଚ୍‌ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ରବିବାରଠୁ  ଆରମ୍ଭ ହେବାକୁ ଥିବା ଦିନିକିଆ ଶୃଙ୍ଖଳା ପୂର୍ବରୁ ଆଜି ସନ୍ଧ୍ୟାରେ  ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ସେ ବାଂଲାଦେଶକୁ ହାଲୁକା ନେବାର ଭୁଲ୍ କରିବେ ନାହିଁ। ଘରୋଇ ଦଳ ଅନେକ ବର୍ଷ ଧରି ଉନ୍ନତ ପ୍ରଦର୍ଶନ କରି ଆସିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ଦିନିକିଆ ଢାକାରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ରୋହିତ ଶର୍ମା ମ୍ୟାଚ୍‌ର ପୂର୍ବ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ସାତ ଆଠ ବର୍ଷରେ ବାଂଲାଦେଶ ଏକ ଭିନ୍ନ ଦଳରେ ପରିଣତ ହୋଇଛି। ଏହା ଏକ ଚ୍ୟାଲେଞ୍ଜିଂ ଦଳ। ସେମାନଙ୍କ ବିପକ୍ଷରେ ବିଜୟ ସହଜରେ ମିଳିନାହିଁ। ଜିତିବା ପାଇଁ ହେଲେ ସେମାନଙ୍କ ବିପକ୍ଷରେ ଉନ୍ନତ କ୍ରିକେଟ୍ ଖେଳିବାକୁ ପଡିବ। ଆଇସିସି ଟି-୨୦ ବିଶ୍ଵ କପ୍‌ରେ ଦୁଇ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ୨୦୧୫ରେ ଏଠାରେ ଆମେ ସିରିଜ୍ ହାରିଥିଲୁ। ଆମେ କଦାପି ଏହା ଭାବିକି ଏଠାକୁ ଆସିନୁ ଯେ, ଏହି ଗସ୍ତ ଆମ ପାଇଁ ସହଜ ହେବ ବୋଲି ରୋହିତ ଶର୍ମା କହିଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ତେବେ ଏହି ମ୍ୟାଚ୍‌ ପୂର୍ବରୁ ଭାରତକୁ ବହୁତ ବଡ଼ ଝଟକା ଲାଗିଛି। ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ରୁ ଆହତ ସମସ୍ୟା ପାଇଁ ବାଦ ପଡ଼ିଛନ୍ତି ‌ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି। ସେ ବାଦ ପଡ଼ିବାରୁ ଯୁବ ବୋଲର ଉମ୍ରାନ ମଲିକଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। ନିକଟରେ ଉମ୍ରାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ।

ବିସିସିଆଇର ସୂଚନା ଅନୁଯାୟୀ, ଶାମି କାନ୍ଧ ଜନିତ ସମସ୍ୟାରେ ପଡ଼ିଛନ୍ତି। ଏଥିପାଇଁ ସେ ବେଙ୍ଗାଲୁରୁ ସ୍ଥିତ ଏନସିଏରେ ରିହ୍ୟାବ କରୁଛନ୍ତି। ତାଙ୍କ ଆହତ ସମସ୍ୟା ଉପରେ ବିସିସିଆଇ ମେଡିକାଲ ଟିମ୍ ନଜର ରଖିଛି। ଅଷ୍ଟ୍ରେଲିଆରୁ ଫେରିବା ପରେ ଶାମି ଟ୍ରେନିଂ ସେସନ୍ସରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଆହତ ସମସ୍ୟାରେ ପଡ଼ିଥିଲେ ବୋଲି କୁହାଯାଉଛି।ତାଙ୍କ ଆହତ ସମସ୍ୟା କେତେ ଗୁରୁତର ସେକଥା ଜଣାପଡ଼ିନି। କିନ୍ତୁ ୧୪ ତାରିଖରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ଉପଲବ୍ଧ ହେବେ କି ନାହିଁ, ତା’କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭାରତ ବନାମ ବାଂଲାଦେଶ ସିରିଜର ଲାଇଭ୍ ଟେଲିକାଷ୍ଟ କେଉଁଠାରେ ଦେଖି ହେବ

କାଲିଠୁ ଭାରତ ବାଂଲାଦେଶ ବିପକ୍ଷରେ ୩ଟିକିଆ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଥିବା ବେଳେ  କ୍ରିକେଟ୍ ପ୍ରଶଂସକଙ୍କର ସବୁଠୁ ବଡ ପ୍ରଶ୍ନ ଏହି ସିରିଜ୍‌ର ମ୍ୟାଚ୍‌ଗୁଡିକୁ କେଉଁ ଚ୍ୟାନେଲ ଏବଂ ଓଟିଟି ପ୍ଲାଟଫର୍ମରେ ଦେଖି ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପରି ବାଂଲାଦେଶ ବିପକ୍ଷ ସିରିଜ୍‌ର ପ୍ରସାରଣ ଷ୍ଟାର ଚ୍ୟାନେଲ୍ କିମ୍ବା ଡିଜନୀ ହଟ୍ ଷ୍ଟାରରେ ପ୍ରସାରିତ ହେବ ନାହିଁ। ଏହି ସିରିଜ୍‌ର ପ୍ରସାରଣ ଆମାଜନ ପ୍ରାଇମ୍‌ରେ ହେବାକୁ ଯାଉଛି।ତେବେ ଯେଉଁମାନଙ୍କ ପାଖରେ ଆମାଜନ ପ୍ରାଇମ୍‌ର ସସ୍କ୍ରାଇବ୍ ନାହିଁ ସେମାନଙ୍କ ପାଇଁ ମଧ୍ୟ ଚିନ୍ତା କରିବାର ନାହିଁ କାରଣ ସିରିଜ୍‌ର ପ୍ରସାରଣ ସୋନି ସ୍ପୋର୍ଟ୍ସରେ ହେବ। ତେଣୁ ସୋନି ସ୍ପୋର୍ଟ୍ସ ଟେନର ଅଲଗା ଅଲଗା ଚ୍ୟାନେଲ୍‌ରେ ଦର୍ଶକ ମ୍ୟାଚ୍ ଦେଖି ପାରିବେ। ଏହା ସହିତ ଲାଇଭ୍ ଷ୍ଟ୍ରିମିଂ ସୋନି ଲିଭ୍‌ରେ କରାଯିବ।

ଭାରତ ବନାମ ବାଂଲାଦେଶ ଦିନିକିଆ ସିରିଜ୍ ୪ ଡିସେମ୍ବର, ରବିବାର ଠାରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ଢାକାସ୍ଥିତ ଶେର-ଇ-ବାଙ୍ଗଳା ଜାତୀୟ ଷ୍ଟାଡିୟମରେ ଖେଳାଯିବ।
ପ୍ରଥମ ଦିନିକିଆ- ୪ ଡିସେମ୍ବର
ଦ୍ୱିତୀୟ ଦିନିକିଆ- ୭ ଡିସେମ୍ବର
ତୃତୀୟ ଦିନିକିଆ- ୧୦ ଡିସେମ୍ବର
ପ୍ରଥମ ଟେଷ୍ଟ- ୧୪ରୁ ୧୮ ଡିସେମ୍ବର 
ଦ୍ୱିତୀୟ ଟେଷ୍ଟ- ୨୨ରୁ ୨୬ ଡିସେମ୍ବର 

03 Dec 2022 By The Sakala

କାଲି ଭାରତ-ବାଂଲାଦେଶ ପ୍ରଥମ ଦିନିକିଆ, ଜାଣନ୍ତୁ କେଉଁଥିରେ ଦେଖିହେବ ମ୍ୟାଚର ଲାଇଭ୍ ଟେଲିକାଷ୍ଟ….

ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ବାଂଲାଦେଶ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ଦୁଃଖଦ ବିଦାୟ ପରେ ପ୍ରଥମଥର ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦିନିକିଆ ସିରିଜ୍‌ ଖେଳିବାକୁ ଯାଉଛି।ଏହାପୂର୍ବରୁ ଟିମ ଇଣ୍ଡିଆ ଶିଖର ଧୱନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳିଥିଲା। ହେଲେ ଏବେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା କମବ୍ୟାକ କରିଛନ୍ତି। ଆସନ୍ତାକାଲି ଦିନ ୧୧.୩୦ରେ ମ୍ୟାଚ୍‌ ଆରମ୍ଭ ହେବ।

ରବିବାରଠୁ  ଆରମ୍ଭ ହେବାକୁ ଥିବା ଦିନିକିଆ ଶୃଙ୍ଖଳା ପୂର୍ବରୁ ଆଜି ସନ୍ଧ୍ୟାରେ  ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ସେ ବାଂଲାଦେଶକୁ ହାଲୁକା ନେବାର ଭୁଲ୍ କରିବେ ନାହିଁ। ଘରୋଇ ଦଳ ଅନେକ ବର୍ଷ ଧରି ଉନ୍ନତ ପ୍ରଦର୍ଶନ କରି ଆସିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ଦିନିକିଆ ଢାକାରେ ଖେଳାଯିବ।

ରୋହିତ ଶର୍ମା ମ୍ୟାଚ୍‌ର ପୂର୍ବ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ସାତ ଆଠ ବର୍ଷରେ ବାଂଲାଦେଶ ଏକ ଭିନ୍ନ ଦଳରେ ପରିଣତ ହୋଇଛି। ଏହା ଏକ ଚ୍ୟାଲେଞ୍ଜିଂ ଦଳ। ସେମାନଙ୍କ ବିପକ୍ଷରେ ବିଜୟ ସହଜରେ ମିଳିନାହିଁ। ଜିତିବା ପାଇଁ ହେଲେ ସେମାନଙ୍କ ବିପକ୍ଷରେ ଉନ୍ନତ କ୍ରିକେଟ୍ ଖେଳିବାକୁ ପଡିବ। ଆଇସିସି ଟି-୨୦ ବିଶ୍ଵ କପ୍‌ରେ ଦୁଇ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ୨୦୧୫ରେ ଏଠାରେ ଆମେ ସିରିଜ୍ ହାରିଥିଲୁ। ଆମେ କଦାପି ଏହା ଭାବିକି ଏଠାକୁ ଆସିନୁ ଯେ, ଏହି ଗସ୍ତ ଆମ ପାଇଁ ସହଜ ହେବ ବୋଲି ରୋହିତ ଶର୍ମା କହିଛନ୍ତି।

ତେବେ ଏହି ମ୍ୟାଚ୍‌ ପୂର୍ବରୁ ଭାରତକୁ ବହୁତ ବଡ଼ ଝଟକା ଲାଗିଛି। ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ରୁ ଆହତ ସମସ୍ୟା ପାଇଁ ବାଦ ପଡ଼ିଛନ୍ତି ‌ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି। ସେ ବାଦ ପଡ଼ିବାରୁ ଯୁବ ବୋଲର ଉମ୍ରାନ ମଲିକଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। ନିକଟରେ ଉମ୍ରାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ।

ବିସିସିଆଇର ସୂଚନା ଅନୁଯାୟୀ, ଶାମି କାନ୍ଧ ଜନିତ ସମସ୍ୟାରେ ପଡ଼ିଛନ୍ତି। ଏଥିପାଇଁ ସେ ବେଙ୍ଗାଲୁରୁ ସ୍ଥିତ ଏନସିଏରେ ରିହ୍ୟାବ କରୁଛନ୍ତି। ତାଙ୍କ ଆହତ ସମସ୍ୟା ଉପରେ ବିସିସିଆଇ ମେଡିକାଲ ଟିମ୍ ନଜର ରଖିଛି। ଅଷ୍ଟ୍ରେଲିଆରୁ ଫେରିବା ପରେ ଶାମି ଟ୍ରେନିଂ ସେସନ୍ସରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଆହତ ସମସ୍ୟାରେ ପଡ଼ିଥିଲେ ବୋଲି କୁହାଯାଉଛି।ତାଙ୍କ ଆହତ ସମସ୍ୟା କେତେ ଗୁରୁତର ସେକଥା ଜଣାପଡ଼ିନି। କିନ୍ତୁ ୧୪ ତାରିଖରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ଉପଲବ୍ଧ ହେବେ କି ନାହିଁ, ତା’କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭାରତ ବନାମ ବାଂଲାଦେଶ ସିରିଜର ଲାଇଭ୍ ଟେଲିକାଷ୍ଟ କେଉଁଠାରେ ଦେଖି ହେବ

କାଲିଠୁ ଭାରତ ବାଂଲାଦେଶ ବିପକ୍ଷରେ ୩ଟିକିଆ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଥିବା ବେଳେ  କ୍ରିକେଟ୍ ପ୍ରଶଂସକଙ୍କର ସବୁଠୁ ବଡ ପ୍ରଶ୍ନ ଏହି ସିରିଜ୍‌ର ମ୍ୟାଚ୍‌ଗୁଡିକୁ କେଉଁ ଚ୍ୟାନେଲ ଏବଂ ଓଟିଟି ପ୍ଲାଟଫର୍ମରେ ଦେଖି ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପରି ବାଂଲାଦେଶ ବିପକ୍ଷ ସିରିଜ୍‌ର ପ୍ରସାରଣ ଷ୍ଟାର ଚ୍ୟାନେଲ୍ କିମ୍ବା ଡିଜନୀ ହଟ୍ ଷ୍ଟାରରେ ପ୍ରସାରିତ ହେବ ନାହିଁ। ଏହି ସିରିଜ୍‌ର ପ୍ରସାରଣ ଆମାଜନ ପ୍ରାଇମ୍‌ରେ ହେବାକୁ ଯାଉଛି।ତେବେ ଯେଉଁମାନଙ୍କ ପାଖରେ ଆମାଜନ ପ୍ରାଇମ୍‌ର ସସ୍କ୍ରାଇବ୍ ନାହିଁ ସେମାନଙ୍କ ପାଇଁ ମଧ୍ୟ ଚିନ୍ତା କରିବାର ନାହିଁ କାରଣ ସିରିଜ୍‌ର ପ୍ରସାରଣ ସୋନି ସ୍ପୋର୍ଟ୍ସରେ ହେବ। ତେଣୁ ସୋନି ସ୍ପୋର୍ଟ୍ସ ଟେନର ଅଲଗା ଅଲଗା ଚ୍ୟାନେଲ୍‌ରେ ଦର୍ଶକ ମ୍ୟାଚ୍ ଦେଖି ପାରିବେ। ଏହା ସହିତ ଲାଇଭ୍ ଷ୍ଟ୍ରିମିଂ ସୋନି ଲିଭ୍‌ରେ କରାଯିବ।

ଭାରତ ବନାମ ବାଂଲାଦେଶ ଦିନିକିଆ ସିରିଜ୍ ୪ ଡିସେମ୍ବର, ରବିବାର ଠାରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ଢାକାସ୍ଥିତ ଶେର-ଇ-ବାଙ୍ଗଳା ଜାତୀୟ ଷ୍ଟାଡିୟମରେ ଖେଳାଯିବ।
ପ୍ରଥମ ଦିନିକିଆ- ୪ ଡିସେମ୍ବର
ଦ୍ୱିତୀୟ ଦିନିକିଆ- ୭ ଡିସେମ୍ବର
ତୃତୀୟ ଦିନିକିଆ- ୧୦ ଡିସେମ୍ବର
ପ୍ରଥମ ଟେଷ୍ଟ- ୧୪ରୁ ୧୮ ଡିସେମ୍ବର 
ଦ୍ୱିତୀୟ ଟେଷ୍ଟ- ୨୨ରୁ ୨୬ ଡିସେମ୍ବର 

https://www.thesakala.in/sports/tomorrow-first-odi-between-india-bangladesh-know-where-to-watch-the-live-telecast-of-the-match/article-17053
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର