ଟୋକିଓ ପାରାଲିମ୍ପିକ୍ସରେ ଭାରତର ଦବଦବା ଜାରି: ସୁଟିଂରେ ଅବନୀ ଲେଖରାଙ୍କୁ ସ୍ୱର୍ଣ୍ଣ, ପୁରୁଷ ଡିସକସ୍ ଥ୍ରୋରେ ଯୋଗେଶ କଥୁନିଆଙ୍କୁ ରୌପ୍ୟ ପଦକ

The Sakala Picture
Published On

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି। ଆଜି ପବିତ୍ର ଜନ୍ମାଷ୍ଟମୀରେ ଖୁସି ଖବର ଆସିଛି।  ଭାରତକ ଟୋକିଓ ପାରାଲିମ୍ପିକ୍ସରେ ଆଉ ୨ଟି ପଦକ ଜିତିଛି। ଏଥିସହ ଭାରତର ପଦକ ସଂଖ୍ଯା ୫କୁ ବୃଦ୍ଧି ପାଇଛି। ଆଜି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଡିସ୍‌କସ୍‌ ଥ୍ରୋରେ ରୋପ୍ଯ ପଦକ ଜିତିଛି ଭାରତ। ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମହିଳା ସୁଟର ଅବନୀ ଲେଖରା […]

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି। ଆଜି ପବିତ୍ର ଜନ୍ମାଷ୍ଟମୀରେ ଖୁସି ଖବର ଆସିଛି।  ଭାରତକ ଟୋକିଓ ପାରାଲିମ୍ପିକ୍ସରେ ଆଉ ୨ଟି ପଦକ ଜିତିଛି। ଏଥିସହ ଭାରତର ପଦକ ସଂଖ୍ଯା ୫କୁ ବୃଦ୍ଧି ପାଇଛି। ଆଜି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଡିସ୍‌କସ୍‌ ଥ୍ରୋରେ ରୋପ୍ଯ ପଦକ ଜିତିଛି ଭାରତ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମହିଳା ସୁଟର ଅବନୀ ଲେଖରା । ମୋଟ୍ ୨୪୯.୬ ପଏଣ୍ଟ ହାସଲ କରିଛନ୍ତି । ଯାହାକି ପାରାଲିମ୍ପିକ୍ସରେ ଏକ ରେକର୍ଡ । ଏଥିସହ ଓ୍ୱାଲର୍ଡ ରେକର୍ଡ ସମକକ୍ଷ ବି ହୋଇଛନ୍ତି ଅବନୀ ଲେଖରା ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

୧୯ ବର୍ଷୀୟ ଅବନୀ ଲେଖରା ୧୦ ମିଟର ଏୟାର ରାଇଫଲର କ୍ଲାସ ଏସଏଚ୍୧ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ଥର ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରି କମାଲା କରିଛନ୍ତି ଅବନୀ ଲେଖରା । ସ୍ୱର୍ଣ୍ଣିମ ଇତିହାସ ରଚିଛନ୍ତି । ପାରାଲିମ୍ପିକ୍ସ ଇତିହାସରେ ସୁଟିଂରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ସେହିପରି, ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ରୌପ୍ୟ ପଦକ ମିଳିଛି।  ପୁରୁଷ ଡିସ୍‌କସ୍‌ ଥ୍ରୋରେ ଯୋଗେଶ କଥୁନିଆ ରୌପ୍ୟ ପଦକ ଜିତିଛନ୍ତି। ଭାରତ ପାଇଁ ତୃତୀୟ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ କଥୁନିଆ । ଉଭୟଙ୍କର ଏହି ସଫଳତା ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର