ପାରାଲିମ୍ପିକ୍ସରେ ଭାରତର ଦବଦବା ଜାରି: ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସୁହାସ ୟାଥିରାଜ ବ୍ୟାଡମିଣ୍ଟନରେ ଜିତିଲେ ରୌପ୍ୟ

The Sakala Picture
Published On

ଟୋକିଓ: ପାରାଲିମ୍ପିକ୍ସରେ ଭାରତର ଦବଦବା ଜାରି ରଖିଛି । ରବିବାର ପୁଣି ଏକ ପଦକ ଭାରତକୁ ମିଳିଛି। ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସୁହାସ ୟାଥିରାଜ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନର ପୁରୁଷ ଏକକ ଏସ୍ଏଲ୍-୪ ବର୍ଗରେ ସେ ରୌପ୍ୟ ପଦକ ଜିତିଛନ୍ତି। ଏଥିସହ ଭାରତ ପଦକ ସଂଖ୍ଯା ୧୮କୁ ବୃଦ୍ଧି ପାଇଛି। ଏହି ୩୮ ବର୍ଷୀୟ ଯୁବ ଆଇଏଏସ୍ ଅଫିସର ଆଜି ଫାଇନାଲ୍ ମ୍ୟାଚ୍‌ରେ ଟପ୍ ସିଡ୍ ତଥା ବିଶ୍ୱ […]

ଟୋକିଓ: ପାରାଲିମ୍ପିକ୍ସରେ ଭାରତର ଦବଦବା ଜାରି ରଖିଛି । ରବିବାର ପୁଣି ଏକ ପଦକ ଭାରତକୁ ମିଳିଛି। ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସୁହାସ ୟାଥିରାଜ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନର ପୁରୁଷ ଏକକ ଏସ୍ଏଲ୍-୪ ବର୍ଗରେ ସେ ରୌପ୍ୟ ପଦକ ଜିତିଛନ୍ତି। ଏଥିସହ ଭାରତ ପଦକ ସଂଖ୍ଯା ୧୮କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଟି-୨୦ ଓ ଏସିଆନ୍ ଗେମ୍ସରୁ ବାଦ୍ ପଡ଼ିଲେ ହର୍ଷିତ ରାଣା, ଯଶପ୍ରୀତ ବୁମରା ଫିଟ୍ ଘୋଷିତ

ଏହି ୩୮ ବର୍ଷୀୟ ଯୁବ ଆଇଏଏସ୍ ଅଫିସର ଆଜି ଫାଇନାଲ୍ ମ୍ୟାଚ୍‌ରେ ଟପ୍ ସିଡ୍ ତଥା ବିଶ୍ୱ ଚାମ୍ପିଅନ୍ ଫ୍ରାନ୍ସର ଲୁକାସ ମଜୁରଙ୍କ ଠାରୁ ହାରି ରୌପ୍ୟ ପଦକ ପାଇଛନ୍ତି। ସେ ୨୧-୧୫, ୧୭-୨୧ ଓ ୧୫-୨୧ ଗେମ୍‌ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରି ଯାଇଥଲେ। ସେମି ଫାଇନାଲ୍‌ରେ ସୁହାସ ଇଣ୍ଡୋନେସିଆର ଫ୍ରେଡି ସେତିୱାନଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ ଓ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଥିଲେ।

ଆହୁରି ପଢ଼ନ୍ତୁ: ଇଂଲଣ୍ଡରେ କୁଲଦୀପ ଯାଦବଙ୍କ ଚମତ୍କାର ପ୍ରଦର୍ଶନ, ଏକାକୀ ନେଲେ ୧୦ ୱିକେଟ୍, ଗୌତମ ଗମ୍ଭୀରଙ୍କୁ ଦେଲେ କଡ଼ା ବାର୍ତ୍ତା

ସୁହାସଙ୍କ ଘର କର୍ଣ୍ଣାଟକାରେ। ଇଞ୍ଜିନିୟରିଂ କରିବା ପରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର ହୋଇଥିବା ବେଳେ ଏବେ ସେଠାକାର ଗୌତମ ବୁଦ୍ଧ ନଗରର ଜିଲ୍ଲାପାଳ ଭାବେ କାର୍ଯ୍ଯ କରୁଛନ୍ତି। ୨୦୧୬ରେ ଆଜମଗଡ଼ର ଜିଲ୍ଲାପାଳ ଥିବା ବେଳେ ସେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ।  ପାରାଲିମ୍ପିକ୍ସରେ ଏହି ସଫଳତା ପାଇଁ ସୁହାସଙ୍କୁ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଅଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଲେ ବରୁଣ ଚକ୍ରବର୍ତ୍ତୀ, ଏସୀୟ କ୍ରୀଡ଼ା ଖେଳିବା ନେଇ ଆଶଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର