ଟୋକିଓ ଅଲିମ୍ପିକ୍ସ: ଉଦଘାଟନୀ ସମାରୋହରେ ତ୍ରିରଙ୍ଗା ପତାକା ଧରିବେ ମ୍ୟାରୀ କମ୍ ଓ ମନପ୍ରୀତ ସିଂ

The Sakala Picture
Published On

ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ଛଅ ଥର ବିଶ୍ୱ ଚାମ୍ପିଅନ୍ ବକ୍ସର ଏମସି ମ୍ୟାରୀ କମ୍ ଏବଂ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଭାରତର ଧ୍ୱଜାବାହକ ହେବେ । ସୋମବାର ଅଲିମ୍ପିକ୍ ଆସୋସିଏସନ୍ (IOA) ଏହି ସୂଚନା ଦେଇଛି | ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ୨୩ ଜୁଲାଇରେ ଅନୁଷ୍ଠିତ ହେବ । ସେହିପରି କ୍ରୀଡ଼ାର ଉଦଯାପନୀ ସମାରୋହରେ ରେସଲର୍ ବଜରଙ୍ଗ ପୁନିଆ ଭାରତୀୟ ଧ୍ୱଜା ନିଜ ହାତରେ ଧରିବେ। ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ […]

ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ଛଅ ଥର ବିଶ୍ୱ ଚାମ୍ପିଅନ୍ ବକ୍ସର ଏମସି ମ୍ୟାରୀ କମ୍ ଏବଂ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଭାରତର ଧ୍ୱଜାବାହକ ହେବେ । ସୋମବାର ଅଲିମ୍ପିକ୍ ଆସୋସିଏସନ୍ (IOA) ଏହି ସୂଚନା ଦେଇଛି | ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ୨୩ ଜୁଲାଇରେ ଅନୁଷ୍ଠିତ ହେବ । ସେହିପରି କ୍ରୀଡ଼ାର ଉଦଯାପନୀ ସମାରୋହରେ ରେସଲର୍ ବଜରଙ୍ଗ ପୁନିଆ ଭାରତୀୟ ଧ୍ୱଜା ନିଜ ହାତରେ ଧରିବେ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାରତରେ ଦୁଇ ଜଣ ପତାକା ଧ୍ୱଜାବାହକ (ଜଣେ ପୁରୁଷ ଏବଂ ଜଣେ ମହିଳା) ରହିବେ। ଆଗାମୀ ଟୋକିଓ ଅଲିମ୍ପିକ୍ସରେ ‘ଲିଙ୍ଗଗତ ସମାନତା’ କୁ ସୁନିଶ୍ଚିତ କରିବାକୁ IOA ମୁଖ୍ୟ ନରିନ୍ଦର ବାତ୍ରା ଏହି ସୂଚନା ଦେଇଛନ୍ତି। ରିଓ ଅଲିମ୍ପିକ୍ ଗେମ୍ସର ଉଦଘାଟନୀ ସମାରୋହରେ ଦେଶର ଏକମାତ୍ର ବ୍ୟକ୍ତିଗତ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଭାରତର ଧ୍ୱଜାବାହକ ଥିଲେ। କୋଭିଡ -19 ମହାମାରୀ ଯୋଗୁଁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିବା ଟୋକିଓ ଅଲିମ୍ପିକ୍ସରେ ୧୦୦ ରୁ ଅଧିକ ଭାରତୀୟ ଖେଳାଳି ଅଂଶଗ୍ରହଣ କରିବେ ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଟୋକିଓ ଅଲିମ୍ପିକର ଆୟୋଜନ ଗତ ବର୍ଷ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ମହାମାରୀ କରୋନା ସଂକ୍ରମଣ ଯୋଗୁ ଏହା ସମ୍ଭବ ହୋଇପାରିନଥିଲା ଏବଂ ଏହା ପରେ ଆଇଓସି ଏହି କ୍ରୀଡ଼ା ମହାକୁମ୍ଭକୁ ବର୍ଷକ ପାଇଁ ସ୍ଥଗିତ କରିଦେଇଥିଲା। ଏବେ ଏହି କ୍ରୀଡ଼ା ଆସନ୍ତା ଜୁଲାଇ ୨୩ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତରୁ ମୋଟ ୨୦୧ ଜଣ ସଦସ୍ୟ ଟୋକିଓ ଯାତ୍ରା କରିବେ। ସେଥିମଧ୍ୟରୁ ୧୨୬ ଜଣ ଆଥଲେଟ୍ ଓ ୭୫ ଆଥଲେଟ୍ ଅଲିମ୍ପିକରେ ଭାରତର ପ୍ରତିନିଧିତ୍ୱ କରିବେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର