ଟୋକିଓ ଅଲମ୍ପିକ୍ସ : ଡିସକସ୍ ଥ୍ରୋରେ ଫାଇନାଲ ପାଇଁ କ୍ୱାଲିଫାଏ ହେଲେ ଭାରତର କମଲପ୍ରୀତ କୌର
ଟୋକିଓ: ଜାପାନର ଟୋକିଓରେ ଚାଲିଥିବା ‘ଟୋକିଓ ଅଲିମ୍ପିକ୍ସ୍ ୨୦୨୦’ ଡିସ୍କସ୍ ଥ୍ରୋରେ ଭାରତର ପଦକ ଆଶା ବଢାଇଲେ କମଲପ୍ରୀତ କୌର। ମହିଳା ଡିସ୍କସ୍ ଥ୍ରୋ’ରେ ଭାରତର କମଲପ୍ରୀତ୍ କୌର ଫାଇନାଲ୍କୁ ଯିବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । କ୍ୱାଲିଫିକେସନ୍ ରାଉଣ୍ଡରେ ତୃତୀୟ ପ୍ରୟାସରେ ସେ ୬୪ ମିଟର ଫିଙ୍ଗିଥିଲେ । ତାଙ୍କ ଗ୍ରୁପରେ ୩୧ ଜଣ ଖେଳାଳିଙ୍କ ଭିତରେ କମଲପ୍ରୀତ ଦ୍ୱିତୀୟ ସ୍ଥାନରେ ରହିବା ସହ ଫାଇନାଲ୍ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଫଳରେ ଭାରତକୁ […]
ଟୋକିଓ: ଜାପାନର ଟୋକିଓରେ ଚାଲିଥିବା ‘ଟୋକିଓ ଅଲିମ୍ପିକ୍ସ୍ ୨୦୨୦’ ଡିସ୍କସ୍ ଥ୍ରୋରେ ଭାରତର ପଦକ ଆଶା ବଢାଇଲେ କମଲପ୍ରୀତ କୌର। ମହିଳା ଡିସ୍କସ୍ ଥ୍ରୋ’ରେ ଭାରତର କମଲପ୍ରୀତ୍ କୌର ଫାଇନାଲ୍କୁ ଯିବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । କ୍ୱାଲିଫିକେସନ୍ ରାଉଣ୍ଡରେ ତୃତୀୟ ପ୍ରୟାସରେ ସେ ୬୪ ମିଟର ଫିଙ୍ଗିଥିଲେ । ତାଙ୍କ ଗ୍ରୁପରେ ୩୧ ଜଣ ଖେଳାଳିଙ୍କ ଭିତରେ କମଲପ୍ରୀତ ଦ୍ୱିତୀୟ ସ୍ଥାନରେ ରହିବା ସହ ଫାଇନାଲ୍ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଫଳରେ ଭାରତକୁ ଆଉ ଏକ ପଦକ ଆଶା ସୁନିଶ୍ଚିତ ହୋଇଛି ।
ଆହୁରି ପଢ଼ନ୍ତୁ: କୁଲଦୀପ ଯାଦବଙ୍କ ରେକର୍ଡ ଭାଙ୍ଗିଲେ ଶ୍ରୀ ଚାରାନି, ହେଲେ ଦ୍ରୁତତମ ୫୦ ଟି-୨୦ ୱିକେଟ୍ ନେଇଥିବା ଭାରତୀୟ
କମଲପ୍ରୀତ ପ୍ରଥମେ ୬୦.୨୯ ମିଟର, ଦ୍ୱିତୀୟ ଥର ୬୩.୯୭ ମିଟର ଓ ତୃତୀୟ ଥର ୬୪ ମିଟର ଥ୍ରୋ କରିଥିଲେ । ୨୫ ବର୍ଷୀୟ କମଲପ୍ରୀତଙ୍କର ଏହାର ପ୍ରଥମ ଅଲିମ୍ପିକ୍ସ । ଅଗଷ୍ଟ ୨ ତାରିଖରେ ଫାଇନାଲ୍ ରହିଛି । କମଲପ୍ରୀତ ଫାଇନାଲକୁ ଯାଇଥିବା ବେଳେ ନିରାଶ କରିଛନ୍ତି ଅଭିଜ୍ଞ ସୀମା ପୁନିଆ । ସେ ନିଜ ଗ୍ରୁପରେ ସପ୍ତମ ସ୍ଥାନରେ ରହିବା ସହ ଫାଇନାଲରୁ ବାଦ ପଡ଼ିଛନ୍ତି ।






