ସିରିଜ ବିଜୟ ଲକ୍ଷ୍ୟରେ ଭାରତ: ଆଜି ଚତୁର୍ଥ ଟି-୨୦, ମୁହାଁମୁହିଁ ହେବେ ଭାରତ-ଜିମ୍ବାୱେ

The Sakala Picture
Published On

ହରାରେ: ଶୁବମାନ ଗିଲ୍‌ଙ୍କ ନେତୃତ୍ୱରେ ଭାରତ ଶୁକ୍ରବାର ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଘରୋଇ ଜିମ୍ବାୱେକୁ ଭେଟିବ। ସ୍ଥାନୀୟ ହରାରେ ସ୍ପୋର୍ଟ୍ସ କ୍ଲବ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌ରେ ୧୩ ରନରେ ପରାସ୍ତ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ୧୦୦ ଓ ତୃତୀୟରେ ୨୩ ରନରେ ବିଜୟୀ ହୋଇ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଯୁବ ଖେଳାଳିଙ୍କୁ ନେଇ […]

ହରାରେ: ଶୁବମାନ ଗିଲ୍‌ଙ୍କ ନେତୃତ୍ୱରେ ଭାରତ ଶୁକ୍ରବାର ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଘରୋଇ ଜିମ୍ବାୱେକୁ ଭେଟିବ। ସ୍ଥାନୀୟ ହରାରେ ସ୍ପୋର୍ଟ୍ସ କ୍ଲବ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌ରେ ୧୩ ରନରେ ପରାସ୍ତ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ୧୦୦ ଓ ତୃତୀୟରେ ୨୩ ରନରେ ବିଜୟୀ ହୋଇ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ପାଇଁ ଏହି ସିରିଜରେ ବିଶେଷ ଗୁରୁତ୍ୱ ବହନ କରୁଛି। ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଅଭିଜ୍ଞ ତଥା ତାରକା ଖେଳାଳିମାନେ ଏହି ସିରିଜ ନଖେଳି ବିଶ୍ରାମ ନେଇଛନ୍ତି। ଏପର୍ଯ୍ୟନ୍ତ ସିରିଜରେ ଯୁବ ଓପନର ଅଭିଷେକ ଶର୍ମା ଓ ସ୍ପିନ ଅଲରାଉଣ୍ଡର ୱାସିଂଟନ ସୁନ୍ଦର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଟି-୨୦ରୁ ରବୀନ୍ଦ୍ର ଜାଡେଜା ଅବସର ନେବା ପରେ ତାଙ୍କ ସ୍ଥାନ ନେବାକୁ ସୁନ୍ଦର ପ୍ରୟାସ କରିବେ। ଦ୍ୱିତୀୟ ମ୍ୟାଚ୍‌ରେ ଅଭିଷେକ ୪୭ ବଲରୁ ଶତକ ହାସଲ କରିଥିଲେ। ଶିବମ ଦୁବେ, ସଞ୍ଜୁ ସାମସନ ଓ ୟଶସ୍ୱୀ ଜୟସ୍ୱାଲ ଦଳରେ ସାମିଲ ହେବା ପରେ ଭାରତୀୟ ଦଳ ଅଧିକ ଶକ୍ତିଶାଳୀ ଓ ସନ୍ତୁଳିତ ମନେ ହେଉଛି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ତେଣୁ ଏହି ମ୍ୟାଚ୍‌ରେ ଭାରତ ଫେବରାଇଟ ବିବେଚିତ ହେଉଛି। ଏହି ୩ ଖେଳାଳି ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିପାରି ନଥିଲେ। ଅପରପକ୍ଷରେ ଜିମ୍ବାୱେ ଘରୋଇ ପରିବେଶରୁ ଫାଇଦା ଉଠାଇ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିବ। ଅଧିନାୟକ ସିକନ୍ଦର ରାଜା, ବ୍ଲେସିଂ ମୁଜାରବାନୀ, ଡିଅନ ମେୟର୍ସ ପୁଣି କମାଲ କରିବେ ବୋଲି ଆଶା କରାଯାଉଛି। ପାଗ ସଫା ରହିବ ଓ ଟସ ଜିତିବା ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ଉଭୟ ଦଳ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ଭାରତ ୮ ଓ ଜିମ୍ବାୱେ ୩ଟିରେ ବିଜୟୀ ହୋଇଛି।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

13 Jul 2024 By The Sakala

ସିରିଜ ବିଜୟ ଲକ୍ଷ୍ୟରେ ଭାରତ: ଆଜି ଚତୁର୍ଥ ଟି-୨୦, ମୁହାଁମୁହିଁ ହେବେ ଭାରତ-ଜିମ୍ବାୱେ

ହରାରେ: ଶୁବମାନ ଗିଲ୍‌ଙ୍କ ନେତୃତ୍ୱରେ ଭାରତ ଶୁକ୍ରବାର ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଘରୋଇ ଜିମ୍ବାୱେକୁ ଭେଟିବ। ସ୍ଥାନୀୟ ହରାରେ ସ୍ପୋର୍ଟ୍ସ କ୍ଲବ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌ରେ ୧୩ ରନରେ ପରାସ୍ତ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ୧୦୦ ଓ ତୃତୀୟରେ ୨୩ ରନରେ ବିଜୟୀ ହୋଇ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ପାଇଁ ଏହି ସିରିଜରେ ବିଶେଷ ଗୁରୁତ୍ୱ ବହନ କରୁଛି। ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଅଭିଜ୍ଞ ତଥା ତାରକା ଖେଳାଳିମାନେ ଏହି ସିରିଜ ନଖେଳି ବିଶ୍ରାମ ନେଇଛନ୍ତି। ଏପର୍ଯ୍ୟନ୍ତ ସିରିଜରେ ଯୁବ ଓପନର ଅଭିଷେକ ଶର୍ମା ଓ ସ୍ପିନ ଅଲରାଉଣ୍ଡର ୱାସିଂଟନ ସୁନ୍ଦର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଟି-୨୦ରୁ ରବୀନ୍ଦ୍ର ଜାଡେଜା ଅବସର ନେବା ପରେ ତାଙ୍କ ସ୍ଥାନ ନେବାକୁ ସୁନ୍ଦର ପ୍ରୟାସ କରିବେ। ଦ୍ୱିତୀୟ ମ୍ୟାଚ୍‌ରେ ଅଭିଷେକ ୪୭ ବଲରୁ ଶତକ ହାସଲ କରିଥିଲେ। ଶିବମ ଦୁବେ, ସଞ୍ଜୁ ସାମସନ ଓ ୟଶସ୍ୱୀ ଜୟସ୍ୱାଲ ଦଳରେ ସାମିଲ ହେବା ପରେ ଭାରତୀୟ ଦଳ ଅଧିକ ଶକ୍ତିଶାଳୀ ଓ ସନ୍ତୁଳିତ ମନେ ହେଉଛି।

ତେଣୁ ଏହି ମ୍ୟାଚ୍‌ରେ ଭାରତ ଫେବରାଇଟ ବିବେଚିତ ହେଉଛି। ଏହି ୩ ଖେଳାଳି ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିପାରି ନଥିଲେ। ଅପରପକ୍ଷରେ ଜିମ୍ବାୱେ ଘରୋଇ ପରିବେଶରୁ ଫାଇଦା ଉଠାଇ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିବ। ଅଧିନାୟକ ସିକନ୍ଦର ରାଜା, ବ୍ଲେସିଂ ମୁଜାରବାନୀ, ଡିଅନ ମେୟର୍ସ ପୁଣି କମାଲ କରିବେ ବୋଲି ଆଶା କରାଯାଉଛି। ପାଗ ସଫା ରହିବ ଓ ଟସ ଜିତିବା ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ଉଭୟ ଦଳ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ଭାରତ ୮ ଓ ଜିମ୍ବାୱେ ୩ଟିରେ ବିଜୟୀ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର