ଆଜି ଭାରତ-ୱେଷ୍ଟଇଣ୍ଡିଜ୍‍ ତୃତୀୟ ଦିନିକିଆ: କ୍ଲିନ୍‍ ସ୍ୱିପ୍‍ ଲକ୍ଷ୍ୟରେ ଭାରତ

The Sakala Picture
Published On

ପୋର୍ଟ ଅଫ୍‍ ସ୍ପେନ୍‍: ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଜିତିବା ପରେ ତୃତୀୟ ତଥା ଶେଷ ମ୍ୟାଚ୍‍ ବୁଧବାରେ ଏଠାରେ ଖେଳାଯିବ। ଗୋଟିଏ ଟିମ୍‍ ବିପକ୍ଷରେ କ୍ରମାଗତ ୧୨ଟି ସିରିଜ୍‍ ଜିତି ଭାରତ ଦ୍ୱିତୀୟ ଦିନିକିଆରେ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛି। ଏହା ସତ୍ତ୍ବେ ଦଳ ନିୟମିତ ଖେଳାଳିଙ୍କୁ ନେଇ ଖେଳୁ ନଥିବାରୁ ଏହି ମ୍ୟାଚ୍‍ ସହ ସିରିଜ୍‍ କ୍ଲିନ୍‍ ସ୍ୱିପ୍‍ କରିବା ଲକ୍ଷ୍ୟରେ ରହିଛି। କୋଚ୍‍ ରାହୁଲ ଦ୍ରାବିଡ଼ କିମ୍ବା କାମଚଳା ଅଧିନାୟକ […]

ପୋର୍ଟ ଅଫ୍‍ ସ୍ପେନ୍‍: ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଜିତିବା ପରେ ତୃତୀୟ ତଥା ଶେଷ ମ୍ୟାଚ୍‍ ବୁଧବାରେ ଏଠାରେ ଖେଳାଯିବ। ଗୋଟିଏ ଟିମ୍‍ ବିପକ୍ଷରେ କ୍ରମାଗତ ୧୨ଟି ସିରିଜ୍‍ ଜିତି ଭାରତ ଦ୍ୱିତୀୟ ଦିନିକିଆରେ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛି। ଏହା ସତ୍ତ୍ବେ ଦଳ ନିୟମିତ ଖେଳାଳିଙ୍କୁ ନେଇ ଖେଳୁ ନଥିବାରୁ ଏହି ମ୍ୟାଚ୍‍ ସହ ସିରିଜ୍‍ କ୍ଲିନ୍‍ ସ୍ୱିପ୍‍ କରିବା ଲକ୍ଷ୍ୟରେ ରହିଛି। କୋଚ୍‍ ରାହୁଲ ଦ୍ରାବିଡ଼ କିମ୍ବା କାମଚଳା ଅଧିନାୟକ ଶିଖର ଧାୱନ କେବଳ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେବା ନୀତି ଗ୍ରହଣ କଲେ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇ ପାରେ। ନଚେତ ଆଭେଶ ଖାନ୍‍ଙ୍କୁ ବାଦ୍‍ ଦେଲେ ଅନ୍ୟ କୌଣସି ଖେଳାଳିଙ୍କୁ ବାଦ୍‍ ଦେବା ସମ୍ଭବ ନୁହେଁ। ଆହତ ସମସ୍ୟା ଦେଖା ନଦେଲେ ଭାରତୀୟ ଦଳ ଅପରିବର୍ତ୍ତିତ ରହିବା ସମ୍ଭାବନା ଅଧିକ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଚଳିତ ଦିନିକିଆ ସିରିଜ୍‍ରେ ସ୍ଥାନ ପାଇଥିବା ଭାରତୀୟ ଖେଳାଳିମାନେ ଏଯାଏ ଭଲ ପ୍ରଦର୍ଶନ କରିଛନ୍ତି। ଦୁଇଟିଯାକ ମ୍ୟାଚରେ ମୁକାବିଲା ଉତ୍କଣ୍ଠାପୂଣ୍ଣ ମୁକାବିଲା ହୋଇଥିଲାବେଳେ ଭାରତ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‍କୁ ୩ ରନ୍‍ ଓ ଦ୍ୱିତୀୟ ମ୍ୟାଚ୍‍କୁ ୨ ୱିକେଟରେ ଜିତିବା ଭାରତର ଦକ୍ଷତାକୁ ପ୍ରମାଣିତ କରିଛି। ପ୍ରଥମ ଦୁଇଟି ମ୍ୟାଚ୍‍ରେ ଶୁବମାନ ଗିଲ୍‍ ୬୪ ଓ ୪୩ ରନ୍‍ କରିଛନ୍ତି। ତାଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡ କିମ୍ବା ଇଶାନ କିସାନଙ୍କୁ ଖେଳାଇବାକୁ ଟିମ୍‍ ଚାହିଁବ ନାହିଁ। ଗାଏକ୍ୱାଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍‍ରେ ପେସ୍‍ ବୋଲିଂ ବିପକ୍ଷରେ ସଂଘର୍ଷ କରିଥିଲେ। କିସାନ ମିଡଲ ଅର୍ଡରରେ ଭଲ ବ୍ୟାଟିଂ କରିବା ନେଇ ସନ୍ଦେହ ରହିଛି। ଏହି ଦୁଇ ଖେଳାଳି ଫୋକସରେ ଅଛନ୍ତି। ୱିକେଟକିପର ସଞ୍ଜୁ ସାମସନଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଏବଂ ଗୁରୁତ୍ୱପୂର୍ଣ୍ଣ ସମୟରେ ଚାପରେ ରହି ଅର୍ଦ୍ଧଶତକ ହାସଲ କରିବା ପରେ ସେ ଟିମ୍‍ରେ ରହିବେ ବୋଲି ଆଶା କରାଯାଇପାରେ। ଆଉ ଜଣେ ଖେଳାଳି ସୂର୍ଯ୍ୟକୁମାର ଯାଦବ ଦୁଇଟିଯାକ ମ୍ୟାଚ୍‍ରେ ଫେଲ୍‍ ମାରିଛନ୍ତି। କିନ୍ତୁ ତାଙ୍କୁ ବାଦ୍‍ ଦେବା କଷ୍ଟକର। ଦଳ ବ୍ୟାଟିଂରେ ଭଲ କରୁ ନଥିଲେ ମଧ୍ୟ ଅକ୍ଷର ପଟେଲଙ୍କ ଉପସ୍ଥିତି ଭାରତକୁ ଫାଇଦାରେ ରଖିଛି।
ବୋଲିଂରେ ଡେବ୍ୟୁଟାଣ୍ଟ ଆଭେଶ ଖାନ୍‍ ୬ ଓଭରରେ ୫୪ ରନ୍‍ ଦେଇଥିଲେ। ସେ ଓ ପ୍ରସିଦ୍ଧ କ୍ରିଷ୍ଣା ସମାନ ପ୍ରକାର ବୋଲିଂ କରୁଛନ୍ତି। ଏଣୁ ବାମହାତୀ ଅର୍ଶଦୀପ୍‍ ସିଂଙ୍କୁ ଏହି ମ୍ୟାଚ୍‍ରେ ସୁଯୋଗ ମିଳିବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଦୁଇ ସ୍ପିନର ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ଭଲ ବୋଲିଂ କରିଛନ୍ତି। ଉପଅଧିନାୟକ ତଥା ଅକ୍ଷରଙ୍କ ପ୍ରତିଦ୍ୱନ୍ଦ୍ୱୀ ରବୀନ୍ଦ୍ର ଜାଡେଜା ଆହତ ହେବାରୁ ପ୍ରଥମ ଦୁଇଟି ମ୍ୟାଚ୍‍ରୁ ବାଦ୍‍ ପଡ଼ିଥିଲେ। ଏବେ ଭାରତ ସିରିଜ୍‍ କବ୍‍ଜା କରିବା ପରେ ଫିଟ୍‍ ବାମହାତୀ ସ୍ପିନିଂ ଅଲରାଉଣ୍ଡର ଜାଡେଜା ଶେଷ ମ୍ୟାଚ୍‍ ଖେଳିପାରନ୍ତି। ସେ କାହା ସ୍ଥାନରେ ଖେଳିବେ ତାହା ଅନୁମାନ କରିବା କଷ୍ଟକର। ଅକ୍ଷରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ତାଙ୍କୁ ଟିମ୍‍ରେ ରଖାଯିବ। ମ୍ୟାନେଜମେଣ୍ଟ ଯଦି ଦୁଇ ଜଣ ବାମହାତୀ ସ୍ପିନରଙ୍କୁ ନେଇ ଖେଳେ ତେବେ ଚହଲ ବାଦ୍‍ ପଡ଼ିପାରନ୍ତି। ଏଣୁ ତୃତୀୟ ଦିନିକିଆରେ ଖେଳାଳି ସାମିଲକୁ ନେଇ ଟିମ୍‍ ମ୍ୟାନେଜ୍‍ମେଣ୍ଟକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‍ ଦଳ କିଛି ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ଲଢ଼େଇ କରୁଛି। ସାଇ ହୋପ୍‍, ନିକୋଲାସ୍‍ ପୂରନ, ରୋଭମ୍ୟାନ୍‍ ପାୱେଲ, ରୋମାରିଓ ସେଫର୍ଡ ଓ ଆକିଲ ହୋସେନ୍‍ଙ୍କ ଉପରେ ନିର୍ଭର କରୁଛି। ଗୁରୁତ୍ୱପୂର୍ଣ୍ଣ ସମୟରେ ଏମାନେ ଫେଲ୍‍ ମାରୁଛନ୍ତି। ଏଭଳି ସ୍ଥିତିରେ ଅଭିଜ୍ଞ ଜେସନ ହୋଲ୍ଡର ତୃତୀୟ ଦିନିକିଆରେ ଖେଳିବା ପ୍ରାୟ ନିଶ୍ଚିତ। ଘରୋଇ ମାଟିରେ ବାଂଲାଦେଶଠାରୁ ୩-୦ରେ ହାରିବା ଏବଂ ଭାରତ ନିକଟରୁ ୨-୦ରେ ପଛୁଆ ରହିବା ପରେ ଏହି ମ୍ୟାଚ୍‍ ଜିତି ପରାଜୟର ଧାରାକୁ ଭାଙ୍ଗିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଇପାରେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର