ଆଜି ବାରବାଟୀ ଫାଇଟ୍‌ : ବିଜୟ ସହ ୫ଟିକିଆ ସିରିଜ୍‌ରେ କମ୍ ବ୍ୟାକ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

The Sakala Picture
Published On

କଟକ : ଦୀର୍ଘ ଅଢ଼େଇ ବର୍ଷ ପରେ ବାରବାଟୀକୁ ‌ଫେରିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ ବି ନୂଆ ରୂପରେ ସଜେଇ ହୋଇଛି। ସଂଧ୍ୟାରେ ବାରବାଟୀ ଷ୍ଟାଡିୟମରେ ହେବ ମହା ମୁକାବିଲା। ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପିଚ୍ ରେଡି, ଗ୍ରାଉଣ୍ଡ ଓ ଷ୍ଟାଡିୟମ ବି ତୟାର। ଗତକାଲି ଉଭୟ ଦଳ ବାରବାଟୀରେ ନେଟ୍ ପ୍ରାକ୍ଟିସ୍ କରିଥିଲେ । ପ୍ରଥମ ଟି-୨୦ ଭାରତ ହାରି ଥିବାରୁ […]

କଟକ : ଦୀର୍ଘ ଅଢ଼େଇ ବର୍ଷ ପରେ ବାରବାଟୀକୁ ‌ଫେରିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ ବି ନୂଆ ରୂପରେ ସଜେଇ ହୋଇଛି। ସଂଧ୍ୟାରେ ବାରବାଟୀ ଷ୍ଟାଡିୟମରେ ହେବ ମହା ମୁକାବିଲା। ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପିଚ୍ ରେଡି, ଗ୍ରାଉଣ୍ଡ ଓ ଷ୍ଟାଡିୟମ ବି ତୟାର। ଗତକାଲି ଉଭୟ ଦଳ ବାରବାଟୀରେ ନେଟ୍ ପ୍ରାକ୍ଟିସ୍ କରିଥିଲେ । ପ୍ରଥମ ଟି-୨୦ ଭାରତ ହାରି ଥିବାରୁ କଟକରେ କମ୍ ବ୍ୟାକ୍ ପାଇଁ ଦଳ ଜୋରଦାର ଅଭ୍ୟାସ କରିଛି । ବାରବାଟୀ ବ୍ୟାଟଲକୁ ନେଇ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ବାରବାଟୀରେ ଭଲ୍ ସ୍କୋର ସହ ବିଗ୍ ଫାଇଟ୍ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ହାରିଥିଲା। ବାରବାଟୀରେ ମ୍ୟାଚ୍ ଜିତି ଦଳ ସିରିଜ୍‌କୁ ସମାନ ସ୍ଥିତିକୁ ଆଣିବାକୁ ଲକ୍ଷ୍ୟ ରଖିଛି। ଗତକାଲି ବାରବାଟୀରେ ଅଭ୍ୟାସ କରିବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କୁମାର ମଧ୍ୟ ଏହି କଥା କହିଥିଲେ। ସେ କହିଥିଲେ ଯେ ପ୍ରଥମ ମ୍ୟାଚ୍‌ରେ ଦଳ ଭଲ ବୋଲିଂ କରି ନଥିବାରୁ ହାରିଲା। ଏଥର ବ୍ୟାଟିଂ ସହ ଭଲ ବୋଲିଂ କରି ଦଳ ବିଜୟ ଧାରାକୁ ଫେରିବ ଓ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ତା’ର ବିଜୟ ଅଭିଯାନକୁ ଜାରି ରଖିବାକୁ ପ୍ରୟାସ କରିବ। ତେଣୁ ବାରବାଟୀରେ ଆଜି ଦୁଇ ଦଳ ଭିତରେ ଦମ୍‌ଦାର ଟକ୍କର ହେବ ବୋଲି ଆଶା କରୁଛନ୍ତି କ୍ରିକେଟ୍ ପ୍ରେମୀ। ଗତକାଲି ଦୁଇ ଦଳର ଖେଳାଳି ବାରବାଟୀ ଯାଇ ପଡ଼ିଆରେ ବେଶ୍ କିଛି ସମୟ ଅଭ୍ୟାସ କରିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ଏହି ୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରାଧାନ୍ୟ ଭରା ବିଜୟ ହାସଲ କରିଥିବାରୁ ଋଷଭ ପନ୍ତ୍‌ଙ୍କ ଦଳକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିବାର ଆବଶ୍ୟକତା ରହିଛି। ପ୍ରମୁଖ ତଥା ବରିଷ୍ଠ ଖେଳାଳିଙ୍କ ବିନା ଏହି ଶୃଙ୍ଖଳା ଖେଳୁଥିବାରୁ ଯୁବ ଖେଳାଳିଙ୍କ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି। ତଥାପି ଅଧିନାୟକ ଋଷଭ ପନ୍ତ୍‌ଙ୍କ ସହ ହାର୍ଦିକ ପାଣ୍ଡ୍ୟା, ଶ୍ରେୟସ ଆୟର, ଈଶାନ କିଶନ, ଦୀନେଶ କାର୍ତ୍ତିକ, ୟୁଝବେନ୍ଦ୍ର ଚହଲଙ୍କ ଭଳି ବରିଷ୍ଠଙ୍କ ଉପରେ ଘରୋଇ ଦଳର ଆଶା ଭରସା ରହିଛି।

ସେପେଟ ଆଇପିଏଲ୍‌ରେ ନିଜର ଦ୍ରୁତ ବୋଲିଂ ଲାଗି ଚର୍ଚ୍ଚାରେ ରହିଥିବା ଉମ୍ରାନ ମଲିକଙ୍କ ଲାଗି ବାରବାଟୀ ଭାଗ୍ୟଶାଳୀ ହେବାକୁ ଯାଉଛି। ଆଜି ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବିଶେଷ କରି ପ୍ରଥମ ଟି-୨୦ରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ଅଭେସ ଖାନଙ୍କୁ ଦଳରୁ ବାଦ୍‍ ଦିଆଯିବାର ସମ୍ଭାବନା ରହିଛି। ତାଙ୍କ ସ୍ଥାନରେ ଉମ୍ରାନଙ୍କୁ ସୁଯୋଗ ମିଳିପାରେ। ଯଦି ସେ ଏଠାରେ ଖେଳନ୍ତି ତେବେ ବାରବାଟୀ ତାଙ୍କ ଲାଗି ଲକି ଗ୍ରାଉଣ୍ଡ ହେବ। କାହିଁକି ନା ଉମ୍ରାନଙ୍କର ଏହା ପଦାର୍ପଣ ଅନ୍ତର୍ଜାତୀୟ ମ୍ୟାଚ୍‍ ହେବ। ଆଇପିଏଲ୍‍ରେ ନିଜର କମାଲ ଦେଖାଇ ସାରିଥିବା ଏହି ଡାହାଣହାତୀ ବୋଲରଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

ଦିଲ୍ଲୀରେ ଭାରତ ୨୧୧ ରନ୍ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଜବରଦସ୍ତ ବ୍ୟାଟିଂ କରି ଅନାୟାସରେ ଏହାକୁ ଅତିକ୍ରମ କରିଥିବାରୁ ଭାରତ ଉପରେ ଚାପ ରହିଛି। ବିଶେଷ କରି ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଖେଳାଳିଙ୍କୁ ଶୃଙ୍ଖଳିତ ପ୍ରଦର୍ଶନ କରିବାର ଆବଶ୍ୟକତା ପଡ଼ିଛି। ଦିଲ୍ଲୀରେ ଜଣଙ୍କୁ ଛାଡ଼ି (ଅଭେସ୍‌ ଖାନ୍‌) ସମସ୍ତ ଭାରତୀୟ ବୋଲର ଓଭର ପିଛା ୧୦ରୁ ଊର୍ଧ୍ବ ହାରରେ ରନ୍ ବ୍ୟୟ କରିଥିଲେ। ରାସି ଭାନ୍ ଡର୍ ‌ଡସେନ୍‌ଙ୍କ କ୍ୟାଚ୍‌କୁ ଶ୍ରେୟସ ଆୟର ହାତଛଡ଼ା କରିବା ମ୍ୟାଚ୍‌କୁ ଏକତରଫା କରିଦେଇଥିଲା। ଏହି ଦୃଷ୍ଟିରୁ ବ୍ୟାଟରଙ୍କ ତୁଳନାରେ ବୋଲରଙ୍କ ଉପରେ ଅଧିକ ଚାପ ରହିବ। ଦିଲ୍ଲୀ ଭଳି ଫ୍ଲାଟ ବ୍ୟାଟିଂ ପିଚ୍‌ କିନ୍ତୁ ବାରବାଟୀରେ ମିଳିବ ନାହିଁ ବୋଲି ବିଶ୍ବାସ କରାଯାଉଛି।

ଅନ୍ୟପକ୍ଷରେ ସତେଜ ଶାରୀରିକ ଓ ମାନସିକ ଦୃଢ଼ତାରେ ଆସିଥିବା ଦକ୍ଷିଣ ଆଫ୍ରିକା ଦଳ ସହ ଆଇପିଏଲ୍‌-୧୫ର ସଫଳ ତାରକା ଡେଭିଡ୍‌ ମିଲରଙ୍କ ଯୋଗଦାନ ଭ୍ରମଣକାରୀ ଦଳକୁ ଘରଠୁ ଦୂରରେ ରହି ଘରୋଇ ପରିବେଶରେ ଖେଳିବାର ଅନୁଭବ ଦେଇଛି। ଭାରତ ମାଟିରେ କେବେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିନଥିବା ଏହି ଦଳ ଏବେ ୨-୦ରେ ଆଗୁଆ ହେବା ଲକ୍ଷ୍ୟରେ ରହିଛି। ତେମ୍ବା ବଭୂମାଙ୍କ ଦଳର ମନୋବଳ ମଧ୍ୟ ଆକାଶଛୁଆଁ ରହିଛି। ବ୍ୟାଟିଂରେ କ୍ବିଣ୍ଟିନ୍ ଡି’କକ୍‌, ତେମ୍ବା ବଭୂମା, ରାସି ଭାନ୍‌ ‌ଡର୍‌ ଦସେନ୍‌, ଡେଭିଡ୍ ମିଲରଙ୍କ ଉପସ୍ଥିତି ମଧ୍ୟ ଏହି ଦଳକୁ ଏକ ବ୍ୟାଟିଂ ଶକ୍ତିରେ ପରିଣତ କରିଛି। ରିଜା ହେଣ୍ଡ୍ରିକ୍ସ, ହେନରିକ୍ କ୍ଲାସେଁଙ୍କ ଭଳି ଖେଳାଳିଙ୍କୁ ବି ବାହାରେ ବସିବାକୁ ପଡ଼ିଛି। ବୋଲିଂରେ ମଧ୍ୟ କାଗିସୋ ରବାଦା, ଅନରିକ୍‌ ନର୍ଖିୟା, ଡ୍ବାନ୍ ପ୍ରିଟୋରିୟସ, କେଶବ ମହାରାଜ, ତାବ୍ରାଇଜ ସାମସୀଙ୍କୁ ନେଇ ବଭୂମାଙ୍କ ଦଳ ସନ୍ତୁଳିତ ରହିଛି।

୨୦୧୫ ପରାଜୟର ପ୍ରତିଶୋଧ ସୁଯୋଗ

ଦୀର୍ଘ ୭ ବର୍ଷ ପରେ ଭାରତ ନିକଟରେ ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିଛି। ଯଦି ରବିବାର ମ୍ୟାଚରେ ଭାରତ ବିଜୟୀ ହୁଏ ତେବେ ୭ ବର୍ଷ ପରେ ବାରବାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ପ୍ରତିଶୋଧ ନେବ। ୨୦୧୫ରେ ଭାରତ ଓ ଦକ୍ଷିଣ ଆଫ୍ରିକା ବାରବାଟୀରେ ଅନୁଷ୍ଠିତ ଟି-୨୦ରେ ସାମ୍ନାସାମ୍ନି ହୋଇଥିଲେ। ଏହାଥିଲା ବାରବାଟୀରେ ପ୍ରଥମ ଟ-୨୦ ଅର୍ନ୍ତଜାତୀୟ ମ୍ୟାଚ୍‍। ଏଥିରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍‍ରେ ବିଜୟୀ ହୋଇଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧିନ ଭାରତ ପ୍ରଥମେ ବ୍ୟାଟିଂ କରି ଦୟନୀୟ ପ୍ରଦର୍ଶନ କରି ମାତ୍ର ୯୨ ରନରେ ଅଲ୍‍ଆଉଟ୍‍ ହୋଇଯାଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୭.୧ ଓଭରରେ ୪ ୱିକେଟ୍‍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।

12 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର