ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ

The Sakala Picture
Published On

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ ଆରମ୍ଭ ହେବ। ଦିନିକିଆ ସିରିଜ୍‍ ରେ ଭାରତ ୨-୧ରେ ବିଜୟୀ ହୋଇଥିଲେ ମଧ୍ୟ ଦକ୍ଷତା ଅନୁଯାୟୀ ଖେଳ ପ୍ରଦର୍ଶନ କରିପାରି ନାହିଁ। ଦ୍ୱିତୀୟ ଦିନିକିଆରେ ଦୀପକ ଚହର ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲାବେଳେ ତୃତୀୟ ଦିନିକିଆରେ କେହି ଉଦ୍ଧାରକାରୀ ନଥିଲେ। ଦଳର ବୋଲିଂ ମଧ୍ୟ ଦୁର୍ବଳ ରହିଥିଲା। ଏହାରି ଭିତରେ ଭାରତ ଆତ୍ମବିଶ୍ୱାସ ଫେରିପାଇବା ଲାଗି ଟି-୨୦ ସିରିଜ୍‍କୁ ଟାର୍ଗେଟ କରିବ। […]

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ ଆରମ୍ଭ ହେବ। ଦିନିକିଆ ସିରିଜ୍‍ ରେ ଭାରତ ୨-୧ରେ ବିଜୟୀ ହୋଇଥିଲେ ମଧ୍ୟ ଦକ୍ଷତା ଅନୁଯାୟୀ ଖେଳ ପ୍ରଦର୍ଶନ କରିପାରି ନାହିଁ। ଦ୍ୱିତୀୟ ଦିନିକିଆରେ ଦୀପକ ଚହର ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲାବେଳେ ତୃତୀୟ ଦିନିକିଆରେ କେହି ଉଦ୍ଧାରକାରୀ ନଥିଲେ। ଦଳର ବୋଲିଂ ମଧ୍ୟ ଦୁର୍ବଳ ରହିଥିଲା। ଏହାରି ଭିତରେ ଭାରତ ଆତ୍ମବିଶ୍ୱାସ ଫେରିପାଇବା ଲାଗି ଟି-୨୦ ସିରିଜ୍‍କୁ ଟାର୍ଗେଟ କରିବ। ଦଳ ଏଥିରେ ନବାଗତ ଖେଳାଳିଙ୍କୁ ସୁଯୋଗ ଦେବାର ସମ୍ଭାବନା କମ୍‍ ଥିଲେ ମଧ୍ୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଡେବ୍ୟୁ କରିପାରନ୍ତି। କିନ୍ତୁ ଏହି ମ୍ୟାଚ୍‍ କିମ୍ବା ସିରିଜ୍‍ ରେ ଭାରତୀୟ ଦଳ କୌଣସି ତ୍ରୁଟି କରିବାକୁ ପସନ୍ଦ କରିବେ ନାହିଁ। ଚଳିତବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍‍ ଲାଗି ସବୁ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରହିବ।

ଆହୁରି ପଢ଼ନ୍ତୁ: ସ୍ମୃତି ମନ୍ଧାନା ରଚିଲେ ଇତିହାସ, ଭାଙ୍ଗିଲେ ରୋହିତ ଶର୍ମାଙ୍କ ଟି-୨୦ ରେକର୍ଡ

ପ୍ରଥମ ଟି-୨୦
ଭେନ୍ୟୁ- ଆର୍‍ପି ଷ୍ଟାଡିୟମ୍‍, କଲମ୍ବୋ
ଖେଳ ଆରମ୍ଭ- ରାତି ୮ଟା
ପ୍ରସାରଣ- ସୋନି ସ୍ପୋର୍ଟ୍ସ ନେଟ୍‍ୱର୍କ

ଅନ୍ୟପକ୍ଷରେ କ୍ରମାଗତ ୩ଟି ସିରିଜ୍‍ ରେ ଗୋଟିଏ ହେଲେ ମ୍ୟାଚ୍‍ ଜିତି ପାରି ନଥିବା ଶ୍ର୍ରୀଲଙ୍କା ତୃତୀୟ ଦିନିକିଆକୁ ଜିତିବା ପରେ ନୂଆ ଆଶା ନେଇ ଖେଳିବ।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

25 Jul 2021 By The Sakala

ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ ଆରମ୍ଭ ହେବ। ଦିନିକିଆ ସିରିଜ୍‍ ରେ ଭାରତ ୨-୧ରେ ବିଜୟୀ ହୋଇଥିଲେ ମଧ୍ୟ ଦକ୍ଷତା ଅନୁଯାୟୀ ଖେଳ ପ୍ରଦର୍ଶନ କରିପାରି ନାହିଁ। ଦ୍ୱିତୀୟ ଦିନିକିଆରେ ଦୀପକ ଚହର ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲାବେଳେ ତୃତୀୟ ଦିନିକିଆରେ କେହି ଉଦ୍ଧାରକାରୀ ନଥିଲେ। ଦଳର ବୋଲିଂ ମଧ୍ୟ ଦୁର୍ବଳ ରହିଥିଲା। ଏହାରି ଭିତରେ ଭାରତ ଆତ୍ମବିଶ୍ୱାସ ଫେରିପାଇବା ଲାଗି ଟି-୨୦ ସିରିଜ୍‍କୁ ଟାର୍ଗେଟ କରିବ। ଦଳ ଏଥିରେ ନବାଗତ ଖେଳାଳିଙ୍କୁ ସୁଯୋଗ ଦେବାର ସମ୍ଭାବନା କମ୍‍ ଥିଲେ ମଧ୍ୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଡେବ୍ୟୁ କରିପାରନ୍ତି। କିନ୍ତୁ ଏହି ମ୍ୟାଚ୍‍ କିମ୍ବା ସିରିଜ୍‍ ରେ ଭାରତୀୟ ଦଳ କୌଣସି ତ୍ରୁଟି କରିବାକୁ ପସନ୍ଦ କରିବେ ନାହିଁ। ଚଳିତବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍‍ ଲାଗି ସବୁ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରହିବ।

ପ୍ରଥମ ଟି-୨୦
ଭେନ୍ୟୁ- ଆର୍‍ପି ଷ୍ଟାଡିୟମ୍‍, କଲମ୍ବୋ
ଖେଳ ଆରମ୍ଭ- ରାତି ୮ଟା
ପ୍ରସାରଣ- ସୋନି ସ୍ପୋର୍ଟ୍ସ ନେଟ୍‍ୱର୍କ

ଅନ୍ୟପକ୍ଷରେ କ୍ରମାଗତ ୩ଟି ସିରିଜ୍‍ ରେ ଗୋଟିଏ ହେଲେ ମ୍ୟାଚ୍‍ ଜିତି ପାରି ନଥିବା ଶ୍ର୍ରୀଲଙ୍କା ତୃତୀୟ ଦିନିକିଆକୁ ଜିତିବା ପରେ ନୂଆ ଆଶା ନେଇ ଖେଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp