ଆଜି ଚତୁର୍ଥ ଟି-୨୦: ସିରିଜ୍‌‌ କବ୍‌‌ଜା ଲକ୍ଷ୍ୟରେ ଭାରତ

The Sakala Picture
Published On

ରାୟପୁର: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌‌ରେ ଭାରତ ୨-୧ରେ ଆଗୁଆ ରହିଛି। ଭାରତର ଯୁବ ଖେଳାଳିମାନେ ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଜିତିଥିଲେ ମଧ୍ୟ ଗୁଆହାଟୀରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌‌ରେ ଗ୍ଲେନ୍‌‌ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂରେ ହାର ମାନିଥିଲେ। ଏବେ ମ୍ୟାକ୍ସୱେଲଙ୍କ ସମେତ ୪ଜଣ ବରିଷ୍ଠ ତଥା ଦିନିକିଆ ବିଶ୍ୱକପ୍‌‌ ଚାମ୍ପିଅନ ଖେଳାଳି ବିଶ୍ରାମ ନେବା ସକାଶେ ସ୍ୱଦେଶ ଫେରିଯାଇଛନ୍ତି। ସେମାନଙ୍କ ସ୍ଥାନରେ ନୂଆ ଖେଳାଳି ସ୍ଥାନ ପାଇଛନ୍ତି। ଏହି ଖେଳାଳିମାନେ କିପରି ଖେଳିବେ ତାହା ଜଣାନାହିଁ। କିନ୍ତୁ […]

ରାୟପୁର: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌‌ରେ ଭାରତ ୨-୧ରେ ଆଗୁଆ ରହିଛି। ଭାରତର ଯୁବ ଖେଳାଳିମାନେ ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଜିତିଥିଲେ ମଧ୍ୟ ଗୁଆହାଟୀରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌‌ରେ ଗ୍ଲେନ୍‌‌ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂରେ ହାର ମାନିଥିଲେ। ଏବେ ମ୍ୟାକ୍ସୱେଲଙ୍କ ସମେତ ୪ଜଣ ବରିଷ୍ଠ ତଥା ଦିନିକିଆ ବିଶ୍ୱକପ୍‌‌ ଚାମ୍ପିଅନ ଖେଳାଳି ବିଶ୍ରାମ ନେବା ସକାଶେ ସ୍ୱଦେଶ ଫେରିଯାଇଛନ୍ତି। ସେମାନଙ୍କ ସ୍ଥାନରେ ନୂଆ ଖେଳାଳି ସ୍ଥାନ ପାଇଛନ୍ତି। ଏହି ଖେଳାଳିମାନେ କିପରି ଖେଳିବେ ତାହା ଜଣାନାହିଁ। କିନ୍ତୁ ଘରୋଇ ମାଟିରେ ଭାରତ ଚତୁର୍ଥ ମୁକାବିଲା ସହ ସିରିଜ୍‌‌ କବ୍‌‌ଜା କରିବ ବୋଲି ସୂର୍ଯ୍ୟକୁମାର ଯାଦବଙ୍କ ଭାରତୀୟ ଦଳଠାରୁ ଆଶା କରାଯାଉଛି। ଭାରତୀୟ ଦଳକୁ ନିୟମିତ ଉପଅଧିନାୟକ ଶ୍ରେୟସ ଆୟର ଫେରିଛନ୍ତି। ଏହି ମ୍ୟାଚ୍‌‌ରେ ସେ ଖେଳିଲେ, ତିଳକ ବର୍ମାଙ୍କୁ ବାହାରେ ରହିବାକୁ ହେବ। ସେହିପରି ଦୀପକ ଚହରଙ୍କୁ ସାମିଲ କରାଯାଇଛି ଓ ବିବାହ ପରେ ମୁକେଶ କୁମାର ଦଳକୁ ଫେରିଛନ୍ତି। ଉଭୟ ଖେଳାଳି ଚତୁର୍ଥ ମ୍ୟାଚ୍‌‌ ଖେଳିବା ସମ୍ଭାବନା ରହିଛି। ଅର୍ଶଦୀପ ସିଂ କିମ୍ବା ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରୁ ଜଣେ କିମ୍ବା ଉଭୟ ବାଦ୍‌‌ ପଡ଼ିବା ପ୍ରାୟ ନିଶ୍ଚିତ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳରେ ୪ଜଣ ନୂଆ ଖେଳାଳି ସାମିଲ ହୋଇଥିଲାବେଳେ ଅଫ୍‌‌ ସ୍ପିନର କ୍ରିସ୍‌‌ ଗ୍ରୀନ୍‌‌ ଏଠାରେ ପଦାର୍ପଣ କରିବେ ବୋଲି ଆଶା ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସମ୍ଭାବ୍ୟ ଖେଳାଳି

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଭାରତ- ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାଏକ୍ୱାଡ, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶ୍ରେୟସ ଆୟର/ ତିଳକ ବର୍ମା, ରିଙ୍କୁ ସିଂ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ/ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା/ ଆଭେଷ ଖାନ୍‌‌, ମୁକେଶ କୁମାର। – ଶିବମ ଦୁବେ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଅଷ୍ଟ୍ରେଲିଆ- ଆରୋନ ହାର୍ଡି, ଟ୍ରାଭିସ୍‌‌ ହେଡ୍‌‌, ମାଥ୍ୟୁ ସର୍ଟ, ବେନ୍‌‌ ମ୍ୟାକଡର୍ମଟ, ଟିମ୍‌‌ ଡେଭିଡ, ମାଥ୍ୟୁ ୱେଡ୍‌‌ (ଅଧିନାୟକ), କ୍ରିସ୍‌‌ ଗ୍ରୀନ୍‌‌, ବେନ୍‌‌ ଡ୍ୱାରଶୁଇସ, ନାଥାନ ଏଲିସ, ଜେସନ ବେହେରନଡର୍ଫ, ତନବୀର ସାଙ୍ଗା। – ଜୋଶ ଫିଲିପ୍‌‌, କେନ ରିଚାର୍ଡସନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର