ଆଜି ଆଇପିଏଲ୍‌ ଫାଇନାଲ ମୁକାବିଲା: ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ-ରାଜସ୍ଥାନ ରୟାଲ୍ସ

The Sakala Picture
Published On

ଅହମ୍ମଦାବାଦ୍‍: ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଯିବ ଆଇପିଏଲ୍ ମହାମୁକାବିଲା । ଦୀର୍ଘ ୬୪ ଦିନର ଲଢ଼େଇ ଏବଂ ୭୦ ଲିଗ୍‍ ଓ ୩ଟି ପ୍ଲେ-ଅଫ୍‍ ମ୍ୟାଚ୍‍ ପରେ ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି। ନବାଗତ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଟ୍ରଫି ପାଇଁ ଫାଇନାଲ ଲଢ଼େଇ ଅନୁଷ୍ଠିତ ହେବ। ନବନିର୍ମିତ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଗ୍ରାଣ୍ଡ ଫାଇନାଲ ମ୍ୟାଚ୍‍ ରାତି ୮ଟାରୁ ଆରମ୍ଭ […]

ଅହମ୍ମଦାବାଦ୍‍: ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଯିବ ଆଇପିଏଲ୍ ମହାମୁକାବିଲା । ଦୀର୍ଘ ୬୪ ଦିନର ଲଢ଼େଇ ଏବଂ ୭୦ ଲିଗ୍‍ ଓ ୩ଟି ପ୍ଲେ-ଅଫ୍‍ ମ୍ୟାଚ୍‍ ପରେ ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି। ନବାଗତ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଟ୍ରଫି ପାଇଁ ଫାଇନାଲ ଲଢ଼େଇ ଅନୁଷ୍ଠିତ ହେବ। ନବନିର୍ମିତ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଗ୍ରାଣ୍ଡ ଫାଇନାଲ ମ୍ୟାଚ୍‍ ରାତି ୮ଟାରୁ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଚଳିତ ଆଇପିଏଲ୍‍ରେ ଲିଗ୍‍ ପର୍ଯ୍ୟାୟର ଦୁଇ ଶ୍ରେଷ୍ଠ ଦଳ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଫାଇନାଲ ଖେଳାଯିବ। ଲିଗ୍‍ ପର୍ଯ୍ୟାୟରେ ଏହି ଦୁଇ ଦଳ ପଏଣ୍ଟ ଟେବଲ୍‍ର ପ୍ରଥମ ୨ଟି ସ୍ଥାନରେ ରହିଥିଲେ। ପଦାର୍ପଣ ଆଇପିଏଲ୍‍ ଖେଳୁଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଲିଗ୍‍ ପର୍ଯ୍ୟାୟରେ ୧୪ ମ୍ୟାଚ୍‍ରୁ ୧୦ ବିଜୟ ଓ ୪ ପରାଜୟ ସହ ୨୦ ପଏଣ୍ଟ ପାଇ ଟେବଲ୍‍ ଟପ୍ପର ରହିଥିଲା। ସେହିଭଳି ସଞ୍ଜୁ ସାମସନ୍‍ଙ୍କ ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚ୍‍ ଖେଳି ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଲିଗ୍‍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହାପରେ ପ୍ଲେ-ଅଫ୍‍ ପର୍ଯ୍ୟାୟର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜରାଟ ୭ ୱିକେଟ୍‍ରେ ରାଜସ୍ଥାନକୁ ମାତ୍‍ ଦେଇ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ଅପରପକ୍ଷରେ ରାଜସ୍ଥାନ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟରରେ ଫାଫ୍‍ ଡୁ ପ୍ଲେସିସ୍‍ଙ୍କ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ୭ ୱିକେଟ୍‍ରେ ପରାସ୍ତ କରି ରାଜସ୍ଥାନ ୨୦୦୮ ପରେ ପ୍ରଥମଥର ଲାଗି ଟାଇଟଲ୍‍ ଲଢ଼େଇକୁ ଅବତୀର୍ଣ୍ଣ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ପାଣ୍ଡ୍ୟା, ସାମି ଆଗରେ
ଚଳିତ ଆଇପିଏଲ୍‍ରେ ଗୁଜରାଟ ଶ୍ରେଷ୍ଠ ସନ୍ତୁଳିତ ଦଳ ଭାବେ ବିବେଚିତ ହେଉଛି। ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଗୁଜରାଟ ବେଶ୍‍ ସନ୍ତୁଳିତ। ବ୍ୟାଟିଂରେ ଅଧିନାୟକ ପାଣ୍ଡ୍ୟାଙ୍କ ସମେତ ଡେଭିଡ୍‍ ମିଲର, ଶୁବମାନ ଗିଲ୍‍ ଚମତ୍କାର ଫର୍ମରେ ରହିଛନ୍ତି। ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍‍ ସଂଗ୍ରହକାରୀ ବ୍ୟାଟର୍‍ ତାଲିକାରେ ପାଣ୍ଡ୍ୟା (୪୫୩ ରନ), ମିଲର (୪୪୯) ଓ ଗିଲ୍‍ (୪୩୮) ଟପ୍‍-୧୦ରେ ରହିଛନ୍ତି। ସେହିଭଳି ମହମ୍ମଦ ସାମି, ରଶିଦ୍‍ ଖାନ ଗୁଜରାଟ ପାଇଁ ସଫଳ ବୋଲର ରହିଛନ୍ତି। ସାମି ଓ ରଶିଦ ବର୍ତ୍ତମାନ ସୁଦ୍ଧା ଯଥାକ୍ରମେ ୧୯ ଓ ୧୮ଟି ୱିକେଟ୍‍ ନେଇସାରିଛନ୍ତି।

ବଟ୍‍ଲର ସର୍ବାଧିକ ରନ୍‍ ସଂଗ୍ରହକାରୀ
ରାଜସ୍ଥାନ ରୟାଲ୍ସ ପାଇଁ ଜୋଶ୍‍ ବଟ୍‍ଲର ଚମତ୍କାର ଫର୍ମରେ ରହିଛନ୍ତି। ବଟ୍‍ଲର ଏକାକୀ ରାଜସ୍ଥାନକୁ ଫାଇନାଲରେ ପ୍ରବେଶ କରାଇଥିବା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଚଳିତ ସିଜନରେ ୧୬ ଇନିଂସରୁ ସେ ୪ଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ସହ ୫୮.୮୬ ଆଭରେଜରେ ୮୨୪ ରନ୍‍ ସଂଗ୍ରହ କରିଛନ୍ତି। ବୋଲିଂ ଉପରେ ନଜର ପକାଇଲେ ୟୁଜବେନ୍ଦ୍ର ଚହଲ ଓ ପ୍ରସିଦ୍ଧ କ୍ରିଷ୍ଣା ରାଜସ୍ଥାନ ପାଇଁ ସଫଳ ସାବ୍ୟସ୍ତ ହୋଇଛନ୍ତି। ଚହଲ ୨୬ଟି ଓ ପ୍ରସିଦ୍ଧ ୧୮ଟି ୱିକେଟ୍‍ ହାସଲ କରିଛନ୍ତି।

ଗୁଜରାଟ-୨, ରାଜସ୍ଥାନ-୦
ରେକର୍ଡ ଉପରେ ନଜର ପକାଇଲେ ରାଜସ୍ଥାନ ବିପକ୍ଷରେ ଗୁଜରାଟର ପଲା ଭାରି ରହିଛି। ନବାଗତ ଗୁଜରାଟ ଚଳିତ ସିଜନରେ ରାଜସ୍ଥାନ ବିପକ୍ଷରେ ୨ଟି ମ୍ୟାଚ୍‍ ଖେଳି ଉଭୟରେ ବାଜିମାତ୍‍ କରିନେଇଛି। ଲିଗ୍‍ ପର୍ଯ୍ୟାୟ ୨୪ତମ ମ୍ୟାଚରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥିଲେ। ଏଥିରେ ଗୁଜରାଟ ୩୭ ରନରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ପାଣ୍ଡ୍ୟା ୫୨ ବଲରେ ୮୭ ରନ କରିଥିଲେ। ସେହିଭଳି ପ୍ରଥମ କ୍ୱାଲିଫାୟରରେ ପୁଣିଥରେ ଗୁଜରାଟ ଓ ରାଜସ୍ଥାନ ସାମ୍ନାସାମ୍ନି ହୋଇଥିଲେ। ଏଥର ମଧ୍ୟ ପୁଣି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ବାଜିମାତ୍‍ କରି ଫାଇନାଲରେ ପ୍ରବେଶ କରିଥିଲା। ତେବେ ଫାଇନାଲରେ ରାଜସ୍ଥାନ ଏହି ୨ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।

29 May 2022 By The Sakala

https://www.thesakala.in/sports/today-gujarat-titans-to-face-off-rajasthan-royals-in-ipl-final/article-12004
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର