ଆସେସ୍ ସିରିଜ୍ ପୂୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମକୁ ବଡ ଝଟକା; ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଲେ ଟିମ୍ ପେନ୍

The Sakala Picture
Published On

ସିଡନୀ: ଇଂଲଣ୍ଡ ସହ ସମ୍ମାନଜନକ ଆସେସ୍ ସିରିଜ୍ ପୂୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମକୁ ଲାଗିଛି ବଡ ଝଟକା । ଜଣେ ମହିଳାଙ୍କୁ ଅଶ୍ଲୀଳ ମେସେଜ୍ ପଠାଇ ବିବାଦରେ ଫସିବା ପରେ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଟିମ୍ ପେନ୍ । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ଅଷ୍ଟ୍ରେଲୀୟ ଖେଳାଳି ଟିମ୍ ପେନ୍ ଦଳର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପେନ୍ କହିଛନ୍ତି କି, ମୁଁ ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍ ଦଳର […]

ସିଡନୀ: ଇଂଲଣ୍ଡ ସହ ସମ୍ମାନଜନକ ଆସେସ୍ ସିରିଜ୍ ପୂୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମକୁ ଲାଗିଛି ବଡ ଝଟକା । ଜଣେ ମହିଳାଙ୍କୁ ଅଶ୍ଲୀଳ ମେସେଜ୍ ପଠାଇ ବିବାଦରେ ଫସିବା ପରେ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଟିମ୍ ପେନ୍ । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ଅଷ୍ଟ୍ରେଲୀୟ ଖେଳାଳି ଟିମ୍ ପେନ୍ ଦଳର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପେନ୍ କହିଛନ୍ତି କି, ମୁଁ ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପେନ୍ ୨୦୧୭ରେ ଜଣେ ମହିଳା ସହକର୍ମୀଙ୍କୁ ନିଜର ଅଶ୍ଳୀଳ ଫଟୋ ଏବଂ ମେସେଜ୍ ପଠାଇଥିଲେ, ଯାହା ବର୍ତ୍ତମାନ ଭାଇରାଲ ହୋଇଛି। ଏହି କାରଣରୁ ସେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, “ଏହା ମୋ ପାଇଁ ଏକ କଷ୍ଟସାଧ୍ୟ ନିଷ୍ପତ୍ତି, କିନ୍ତୁ ମୋ ପାଇଁ, ମୋ ପରିବାର ଏବଂ କ୍ରିକେଟ୍ ପାଇଁ ସଠିକ୍ ନିଷ୍ପତ୍ତି।”

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ତେବେ ଏହାପୂର୍ବରୁ ତାଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ମିଳିଥିଲେ ମଧ୍ୟ, ଏବେ ଏହି ମାମଲା ପୁଣିଥରେ ସାମ୍ନାକୁ ଆସିଥିବାରୁ ଟିମ୍ ପେନ୍ ଏପରି ନିଷ୍ପତ୍ତି ନେଇଛନ୍ତି । ଏବଂ ଠିକ୍ ଆସେସ୍ ସିରିଜ ପୂର୍ବରୁ ଟିମ୍ ପେନ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଦ ଛାଡିବାକୁ ବାଧ୍ୟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ପ୍ରଥମ ଦୁଇଟି ଆଶେସ୍ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ନିକଟରେ ୧୫ ଜଣିଆ ଦଳ ଘୋଷଣା କରିଥିଲା, ଯେଉଁଥିରେ ପେନ୍ ଙ୍କ ନାମ ମଧ୍ୟ ସାମିଲ ଥିଲା | କିନ୍ତୁ ଏବେ ବିବାଦରେ ଛନ୍ଦି ହେବା ପରେ ପେନ୍ ଦଳରେ ନିଜ ସ୍ଥାନ ହରାଇବା ସମ୍ଭାବନା ରହିଛି । ପେନ୍ ଅଧିନାୟକତ୍ୱ ଛାଡିବା ପରେ ବର୍ତ୍ତମାନ ଉପଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଟେଷ୍ଟ ଅଧିନାୟକ କରାଯାଇପାରେ। ଦୁଇ ଦିନ ତଳେ କମିନ୍ସ କହିଥିଲେ ଯେ ଯଦି ଆବଶ୍ୟକତା ପଡେ ସେ ଅଧିନାୟକତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp