ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌‌ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ, ସିରିଜ ବିଜୟ ଲକ୍ଷ୍ୟରେ ଟିମ୍‌‌ ଇଣ୍ଡିଆ

The Sakala Picture
Published On

ତାରୋଉବା: ତ୍ରିନିଦାଦ୍‌‌ର ବ୍ରାଏନ ଲାରା ଷ୍ଟାଡିୟମରେ ଆଜି ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍‌‌ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌‌ ଖେଳାଯିବ। ଏହି ନିର୍ଣ୍ଣାୟକ ମ୍ୟାଚ୍‌‌ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌‌ରେ ଭାରତ ଓ ଦ୍ୱିତୀୟରେ ୱେଷ୍ଟଇଣ୍ଡିଜ୍‌‌ ବିଜୟୀ ହୋଇଥିଲା। ଫଳରେ ସିରିଜ ୧-୧ ବରାବର ସ୍ଥିତିରେ ପହଞ୍ଚିଥିଲା। ଆଗାମୀ ଏସିଆ କପ୍‌‌ ଓ ଦିନିକିଆ ବିଶ୍ୱକପ୍‌‌କୁ ଦୃଷ୍ଟିରେ ରଖି ଭାରତ ପରୀକ୍ଷା ନିରୀକ୍ଷା କରିଥିଲା। ଏହା ମହଙ୍ଗା ସାବ୍ୟସ୍ତ […]

ତାରୋଉବା: ତ୍ରିନିଦାଦ୍‌‌ର ବ୍ରାଏନ ଲାରା ଷ୍ଟାଡିୟମରେ ଆଜି ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍‌‌ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌‌ ଖେଳାଯିବ। ଏହି ନିର୍ଣ୍ଣାୟକ ମ୍ୟାଚ୍‌‌ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌‌ରେ ଭାରତ ଓ ଦ୍ୱିତୀୟରେ ୱେଷ୍ଟଇଣ୍ଡିଜ୍‌‌ ବିଜୟୀ ହୋଇଥିଲା। ଫଳରେ ସିରିଜ ୧-୧ ବରାବର ସ୍ଥିତିରେ ପହଞ୍ଚିଥିଲା। ଆଗାମୀ ଏସିଆ କପ୍‌‌ ଓ ଦିନିକିଆ ବିଶ୍ୱକପ୍‌‌କୁ ଦୃଷ୍ଟିରେ ରଖି ଭାରତ ପରୀକ୍ଷା ନିରୀକ୍ଷା କରିଥିଲା। ଏହା ମହଙ୍ଗା ସାବ୍ୟସ୍ତ ହୋଇଥିଲା। ତ୍ରୁଟି ସୁଧାରି ଭାରତ ନୂଆ ଲାଇନ୍‌‌ଅପ୍‌‌ ସହ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଓ ସଞ୍ଜୁ ସାମସନଙ୍କ ବିଫଳତାକୁ ନେଇ ଭାରତୀୟ ଟିମ୍‌‌ ମ୍ୟାନେଜମେଣ୍ଟ ଚିନ୍ତିତ ରହିଛି। ଓପନର ଇଶାନ କିସାନ କ୍ରମାଗତ ଦୁଇଟି ଅର୍ଦ୍ଧଶତକ ହାସଲ କରି ଭଲ ଫର୍ମରେ ଥିବା ସୂଚନା ଦେଇଛନ୍ତି। ପ୍ରତିଭାସମ୍ପନ୍ନ ଓପନର ଶୁବମାନ ଗିଲ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର ହାସଲ କରିପାରନାହାନ୍ତି। କିସାନ ଓ ଗିଲ୍‌‌ଙ୍କ ସଫଳତା ଉପରେ ମ୍ୟାଚ୍‌‌ର ଫଳାଫଳ ନିର୍ଭର କରିବ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିପାରିନାନ୍ତି। ଟି-୨୦ ସିରିଜ ପୂର୍ବରୁ ସେ ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ। ବୋଲିଂ ବିଭାଗରେ ଉମ୍ରାନ ମଲିକ ଦ୍ରୁତ ଗତିରେ ବଲ୍‌‌ ପକାଉଥିଲେ ମଧ୍ୟ ସିରିଜରେ ଏପର୍ଯ୍ୟନ୍ତ ୱିକେଟ ପାଇନାହାନ୍ତି। ଚାଇନା ମ୍ୟାନ କୁଲଦୀପ ଯାଦବ ଓ ଅନ୍ୟ ବୋଲରମାନେ ଏହି ମ୍ୟାଚ୍‌‌ରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବର୍ବରକାଣ୍ଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୟୁଟ୍ୟୁବରଙ୍କୁ ହତ୍ୟା, ୩ ଗିରଫ

ବ୍ରାଏନ ଲାରା ଷ୍ଟାଡିୟମରେ ଏହା ପ୍ରଥମ ଦିନିକିଆ ମ୍ୟାଚ୍‌‌ ହେବ। ତେଣୁ ପିଚ୍‌‌ ବିଷୟରେ ପୂର୍ବାନୁମାନ କରିବା କଷ୍ଟକର। ବର୍ଷା ସମ୍ଭାବନା କମ୍‌‌ ରହିଛି। ବିରାଟ କୋହଲି ଏହି ମ୍ୟାଚ୍‌‌ ଖେଳି ଯଦି ୧୦୨ ରନ ସଂଗ୍ରହ କରନ୍ତି ତାହାଲେ ୫ମ ବ୍ୟାଟର ଭାବେ ୧୩,୦୦୦ ରନ ପୂରଣ କରିବେ। ୬ ୱିକେଟ ନେଲେ ରବୀନ୍ଦ୍ର ଜାଡେଜା ୨୦୦ ଦିନିକିଆ ୱିକେଟ ନେବେ। ସିରିଜରେ ବିଜୟ ହାସଲ କରିବାକୁ ହେଲେ କୋହଲି ଓ ଅଧିନାୟକ ରୋହିତ ଶର୍ମା ଖେଳିବାର ଆବଶ୍ୟକତା ରହିଛି। ତେଣୁ ଏହି ଦୁଇ ତାରକା ଖେଳିବା ନିଶ୍ଚିତ ମନେ ହେଉଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି: ଆଜି ରାତିରେ ଜରୁରୀକାଳୀନ CCS ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ

୧୭ ବର୍ଷ ପରେ ଜିତିବା ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ
ଅନ୍ୟପଟେ ଘରୋଇ ଦଳ ୨୦୦୬ ପରେ ପ୍ରଥମ ସିରିଜ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ସେବେଠାରୁ ଦୁଇ ଦଳ ୧୨ଟି ଦ୍ୱିପାକ୍ଷିକ ଦିନିକିଆ ସିରିଜ ଖେଳିଥିଲେ ମଧ୍ୟ ଭାରତ ସବୁଥର ବାଜି ମାରିଛି। ଅଧିନାୟକ ସାଇ ହୋପ୍‌‌ ପୁଣି ଥରେ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ କରି ଦଳକୁ ଜିତାଇବାକୁ ପ୍ରୟାସ କରିବେ। ସ୍ପିନର ଗୁଦକେଶ ମୋତି ଓ ଦ୍ରୁତ ବୋଲର ରୋମାରିଓ ଶେଫର୍ଡ ଭାରତୀୟ ବ୍ୟାଟରଙ୍କୁ ସମସ୍ୟାରେ ପକାଇବେ। ମ୍ୟାଚ୍‌‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଇଶାନ କିସାନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମୁକେଶ କୁମାର, ଶାର୍ଦ୍ଦୁଳ ଠାକୁର, ଉମ୍ରାନ ମଲିକ।

ୱେଷ୍ଟଇଣ୍ଡିଜ: ବ୍ରାଣ୍ଡନ କିଙ୍ଗ୍‌‌, କାଏଲ ମାୟର୍ସ, ଆଲିକ ଆଥାନାଜେ, ସାଇ ହୋପ (ଅଧିନାୟକ), ଶିମରନ ହେଟମାୟର, ରୋଭମାନ ପାୱେଲ/କିସି କାର୍ଟି, ରୋମାରିଓ ଶେଫର୍ଡ, ଡୋମିନିକ ଡ୍ରେକ୍ସ, ଗୁଦକେଶ ମୋତି, ୟାନିକ କାରିଆ, ଜେଡେନ ସିଲ୍ସ/ ଆଲଜରୀ ଯୋଶେଫ୍‌‌/ ଓସେନ ଥୋମାସ୍‌‌।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp