ଟେନିସ୍‌କୁ ଅଲବିଦା କହିଲେ ଫେଡେରର, କ୍ରିକେଟରୁ ଅବସର ନେଲେ ଝୁଲନ, କାନ୍ଦିକାନ୍ଦି ବିଦାୟ ଦେଲେ ସାଥି ଖେଳାଳି

The Sakala Picture
Published On

ନୂଆଦିଲ୍ଲୀ : ଗତକାଲି ଏବଂ ଆଜି କ୍ରୀଡ଼ା ଜଗତରେ ଦୁଇଟି ଦୃଶ୍ୟ ବେଶ ଭାଇରାଲ ହେଉଛି। ଯେତେବେଳେ ଜଣେ ସାଥି ଖେଳାଳି ଅବସର ନିଅନ୍ତି ସେତେବେଳେ ତାଙ୍କ ସାଥି ଖେଳାଳିଙ୍କ ସହ ପ୍ରତିଦ୍ବନ୍ଦୀମାନେ ମଧ୍ୟ କିପରି ଭାବୁକ ହୋଇଯାଆନ୍ତି ତାହା ଦେଖିବାକୁ ମିଳିଛି। ଯାହା କ୍ରୀଡାର ସୌନ୍ଦର୍ଯ୍ୟତାକୁ ପ୍ରକାଶ କରୁଛି। ଖେଳରେ ନିଜ ନିଜ ଭିତରେ ବିଜୟ ପାଇଁ ପ୍ରତିଦ୍ବନ୍ଦୀତା କରୁଥିବା ବେଳେ ଜଣେ ଅବସର ନେଲା ବେଳେ ଅନ୍ୟ ଜଣେ କିପରି ଭାବବ୍ୱିହଳ ହୋଇ କାନ୍ଦିପକାଇଛନ୍ତି […]

ନୂଆଦିଲ୍ଲୀ : ଗତକାଲି ଏବଂ ଆଜି କ୍ରୀଡ଼ା ଜଗତରେ ଦୁଇଟି ଦୃଶ୍ୟ ବେଶ ଭାଇରାଲ ହେଉଛି। ଯେତେବେଳେ ଜଣେ ସାଥି ଖେଳାଳି ଅବସର ନିଅନ୍ତି ସେତେବେଳେ ତାଙ୍କ ସାଥି ଖେଳାଳିଙ୍କ ସହ ପ୍ରତିଦ୍ବନ୍ଦୀମାନେ ମଧ୍ୟ କିପରି ଭାବୁକ ହୋଇଯାଆନ୍ତି ତାହା ଦେଖିବାକୁ ମିଳିଛି। ଯାହା କ୍ରୀଡାର ସୌନ୍ଦର୍ଯ୍ୟତାକୁ ପ୍ରକାଶ କରୁଛି। ଖେଳରେ ନିଜ ନିଜ ଭିତରେ ବିଜୟ ପାଇଁ ପ୍ରତିଦ୍ବନ୍ଦୀତା କରୁଥିବା ବେଳେ ଜଣେ ଅବସର ନେଲା ବେଳେ ଅନ୍ୟ ଜଣେ କିପରି ଭାବବ୍ୱିହଳ ହୋଇ କାନ୍ଦିପକାଇଛନ୍ତି ତାହା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଟେନିସ କୋର୍ଟରୁ ଅବସର ନେଲେ ଫେଡେରର

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

କ୍ୟାରିୟର ସାରା ଜଣେ ଦୃଢ଼ ପ୍ରତିଦ୍ବନ୍ଦ୍ବୀ ଭାବେ ସ୍ପେନ୍‌ ତାରକା ରାଫେଲ ନାଦାଲଙ୍କ ସହ ଖେଳିଆସିଥିବା ସ୍ବିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ ଶେଷରେ ଗତକାଲି  ଟେନିସ କୋର୍ଟରୁ ବିଦାୟ ନେଇଛନ୍ତି । ଶୁକ୍ରବାର ଦିନ ଲାଭେର କପରେ ସେ ତାଙ୍କ ସାଥୀ ରାଫେଲ ନାଦାଲଙ୍କ ସହ ଏକ ଡବଲ୍ସ ମ୍ୟାଚରେ ପରାସ୍ତ ହୋଇଥିଲେ ଏବଂ ଏହା ସହିତ ତାଙ୍କର ଚମତ୍କାର କ୍ୟାରିୟର ମଧ୍ୟ ସମାପ୍ତ ହୋଇଯାଇଛି । ଏହି ଶେଷ ମ୍ୟାଚ୍ ପରେ ରୋଜର ଫେଡେରର କାନ୍ଦି ପକାଇଥିଲେଫେଡେରରଙ୍କ ସହ ତାଙ୍କ ସାଥି ଖେଳାଳି ରାଫେଲ ନାଦାଲ ମଧ୍ୟ କାନ୍ଦିପକାଇଥିଲେ । ରୋଜର ଫେଡେରର ହେଉଛନ୍ତି ତୃତୀୟ ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିଥିବା ଟେନିସ ଖେଳାଳି । ଗତ ସପ୍ତାହରେ ସେ ଟେନିସରୁ ଅବସର ଘୋଷଣା କରିଥିଲେ। ସେ ଲାଭେର କପରେ ନିଜ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବାକୁ ଘୋଷଣା କରିଥିଲେ। ସେ ଲାଭେର କପରେ ୟୁରୋପ ଟିମ ପକ୍ଷରୁ ଖେଳିଥିବାବେଳେ ତାଙ୍କ ସାଥୀ ଥିଲେ ସ୍ପେନର ରାଫେଲ ନାଡାଲ। ଏହି ଯୋଡି ପ୍ରଥମ ସେଟରେ ଫ୍ରାନ୍ସିସ୍ ଟିଫୋ-ଜ୍ୟାକ୍ ସାକଙ୍କୁ ପରାସ୍ତ କରିଥିଲେ ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଅନେକ ମ୍ୟାଚ୍‌ରେ ଫେଡେରର ଓ ନାଡାଲଙ୍କ ମଧ୍ୟରେ କଡ଼ା ଟକ୍କର ଦର୍ଶକ ଦେଖିଥିଲେ। ଦୁଇ ଜଣ ପରସ୍ପରର ଚୀର ପ୍ରତିଦ୍ୱନ୍ଦ୍ୱୀ। ତଥାପି ଫେଡରରଙ୍କ ପାଇଁ ଥିବା ନାଡାଲଙ୍କ ସମ୍ମାନ ପୂରା ବିଶ୍ୱ ଦେଖିଛି। ଲାଭେର କପ୍‌ରେ ନିଜର ଶେଷ ପ୍ରତିଯୋଗିତାମୂଳକ ମ୍ୟାଚ୍‌ ଖେଳୁଥିବା ଫେଡେରରଙ୍କ ପତ୍ନୀ ମିରକା, ୪ ପିଲା ଓ ବାପା ମା’ ମଧ୍ୟ ଉପସ୍ଥିତ ରହିଥିଲେ। ୨୦ ଥରର ଗ୍ରାଣ୍ଡସ୍ଲାମ ଚାମ୍ପିୟନଙ୍କୁ ବିଦାୟ ଜଣାଇବା ବେଳେ ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିଥିଲା। ସେହିପରି ସାଥୀ ଖେଳାଳିମାନେ ମ୍ୟାଚ୍ ପରେ ଫେଡେରରଙ୍କୁ କାନ୍ଦରେ ଉଠାଇଥିଲେ।


ଗତକାଲି ମ୍ୟାଚ୍ ସରିବା ପରେ ୪୧ ବର୍ଷୀୟ ଫେଡେରର ବହୁତ ଭାବ ବିହ୍ଵଳ ହୋଇ ପଡିଥିଲେ। ଦର୍ଶକଙ୍କୁ ଅଭିବାଦନ କରିବା ସମୟରେ ସେ କାନ୍ଦି ଉଠିଥିଲେ। ଏହି ସମୟରେ ପ୍ରାୟ ଦୁଇ ଦଶନ୍ଧି ଧରି ତାଙ୍କୁ ଟକ୍କର ଦେଇ ଆସିଥିବା ରାଫେଲ ନାଡାଲ ମଧ୍ୟ ନିଜ ଆଖିର ଲୁହକୁ ଅଟକାଇ ପାରିନଥିଲେ। ନାଦାଲ-ଫେଡେରରଙ୍କ ଭାବୁକ ଫଟୋ ସେୟାର କରି ବିରାଟ କୋହଲି ଏକ ସୁନ୍ଦର ପୋଷ୍ଟ କରିଛନ୍ତି। କୋହଲି ଟୁଇଟ୍ କରି ଲେଖିଛନ୍ତି, କେହି କଣ ଚିନ୍ତା କରିଥିଲେ କି ଦୁଇ ମହାନ ପ୍ରତିଦ୍ଵନ୍ଦ୍ଵୀ ପରସ୍ପର ପାଇଁ ଏମିତି ଦୁଃଖ ଅନୁଭବ କରିବେ। ଏହା ହିଁ ଖେଳର ସୁନ୍ଦରତା। ଏହା ମୋ ପାଇଁ କ୍ରୀଡା ଜଗତ ସହ ଜଡିତ ସବୁଠୁ ସୁନ୍ଦର ଛବି ଏବଂ ଦୃଶ୍ୟ। ଯେତେବେଳେ ଆପଣଙ୍କ ସାଥୀ ଆପଣଙ୍କ ପାଇଁ ଲୁହ ଗଡାଉଛି, ତେବେ ଏହା ଜଣାପଡେ ଯେ, ଈଶ୍ଵର ଆପଣଙ୍କୁ କେତେ ପ୍ରତିଭା ଏବଂ ଦକ୍ଷତା ଦେଇଛନ୍ତି, ଯାହାକୁ ଆପଣ ଆହୁରି ଉନ୍ନତ କରି ପାରିଛନ୍ତି। ଏହା ଦୁଇ ଖେଳାଳିଙ୍କ ପାଇଁ ସମ୍ମାନ ବ୍ୟତୀତ ଆଉ କିଛି ନୁହେଁ।


ଫେଡେରର ୨୦ଥର ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଛନ୍ତି। ସେ ୬ ଥର ଅଷ୍ଟ୍ରେଲିଆ ଓପନ ଟାଇଟଲ୍ସ, ଗୋଟିଏ ଥର ଫ୍ରେଞ୍ଚ ଓପନ ଟ୍ରଫି, ୮ଥର ୱିମ୍ବେଲଡନ ଟ୍ରଫି ଓ କ୍ରମାଗତ ୫ଥର ଆମେରିକା ଓପନ ଟାଇଟଲ ଜିତିବାର ରେକର୍ଡ କରିଛନ୍ତି। ନିଜର ଏଟିପି ଟୁର କ୍ୟାରିୟରରେ ସେ ୧୨୫୧ ଥର ଜିତିଛନ୍ତି। ଏହା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ତାଙ୍କ ଉପରେ ୧୨୭୪ ଏଟିପି ବିଜୟ ସହ ଜିମ୍ମି କୋନର୍ସ ରହିଛନ୍ତି। ଫେଡେରର ୧୦୩ ଟୁର ଲେଭଲ ଟ୍ରଫି ଅର୍ଥାତ ଏଟିପି ଟାଇଟଲ ଜିତିଛନ୍ତି। ୧୯୯୮ରେ ନିଜର ପ୍ରଥମ ଏଟିପି ଟୁର ମ୍ୟାଚ୍‌ ଖେଳିଥିବା ଫେଡେରର ୩୧୦ ସପ୍ତାହ ଧରି ବିଶ୍ୱର ୧ନଂ ଟେନିସ ଖେଳାଳି ହୋଇ ରହିଥିଲେ। ଏହା ମଧ୍ୟରେ ରେକର୍ଡ କ୍ରମାଗତ ୨୩୭ ସପ୍ତାହ ରହିଛି। ମାତ୍ର ୨୧ ବର୍ଷ ବୟସରେ ଫେଡରର ୨୦୦୩ ୱିମ୍ବେଲଡନରେ ନିଜର ପ୍ରଥମ ବଡ଼ ଟ୍ରଫି ଜିତିଥିଲେ। ୨୦୦୩ରୁ ୨୦୦୯ ମଧ୍ୟରେ ସେ ୨୮ଟି ଟୁର୍ଣ୍ଣାମେଣ୍ଟରୁ ୨୧ଟିରେ ଫାଇନାଲ ମ୍ୟାଚ୍ ଖେଳିଥିଲେ।

ଝୁଲନ ଗୋସ୍ୱାମୀଙ୍କ ଅବସର

ଆଜି ଭାରତୀୟ ମହିଳା କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇଛି । ଏହି ମ୍ୟାଚ ଭାରତୀୟ ମହିଳା ବୋଲର ଝୁଲନ ଗୋସ୍ୱାମୀଙ୍କ ପାଇଁ ଖାସ ରହିଛି । କାରଣ ସେ ନିଜ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି । ଆଜି ଟିମ ଇଣ୍ଡିଆ ଚାହିଁବ ବିଜୟୀ ହୋଇ ଝୁଲନଙ୍କୁ ତାଙ୍କ ଶେଷ ମ୍ୟାଚରେ ଉପହାର ଦେବାକୁ । ଏହି ସିରିଜରେ ଭାରତ ୨-ରେ ଆଗୁଆ ରହିଛି ।


ମ୍ୟାଚ ଆରମ୍ଭ ହେବା ପୂର୍ବ ଟିମ ତରଫରୁ ଝୁଲଙ୍କୁ ସ୍ମୃତି ଚିହ୍ମ ଉପହାର ଦିଆଯାଇଥିଲା । ଏହି ସମୟ ଝୁଲନ ଆଉ ପୂରା ଟିମ ପାଇଁ ଖାସ ଥିଲା । କ୍ୟାପଟେନ ହରମନପ୍ରିତ ସିଂ ଝୁଲନଙ୍କୁ ଧରି ଭାବୁକ ହୋଇଯାଇଥିଲେ । ଆଉ କାନ୍ଦି ପକାଇଥିଲେ ମଧ୍ୟ, ଯାହାର ଭିଡିଓ ସୋସିଆଲମିଡିଆରେ ଖୁବ ଭାଇରାଲ ହେଉଛି ।


ଅନ୍ୟପଟେ ଇଂଲଣ୍ଡ ଦଳ ମଧ୍ୟ ଝୁଲନଙ୍କୁ ସମ୍ମାନ ଜଣାଇବା ସହ ଆଜି ସେ ବ୍ୟାଟିଂ କରିବାକୁ ଆସିବା ସମୟରେ ସମସ୍ତ ଖେଳାଳି ତାଙ୍କୁ କରତାଳି ମାରି ସ୍ବାଗତ କରିବା ସହ ଅଭିବାଦନ ଜଣାଇଥିଲେ। ୧୯ ବର୍ଷ ବୟସରେ ୨୦୦୨ରେ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିଲେ ଝୁଲନ । ସେ ଭାରତ ପାଇଁ ୧୨ ଟେଷ୍ଟ, ୨୦୪ ଦିନିକିଆ, ୬୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଏହାସହ ସେ ଟେଷ୍ଟରେ ୪୪, ଦିନିକିଆରେ ୨୫୪ ଓ ଟି-୨୦ରେ ୫୬ଟି ୱିକେଟ ନେଇଛନ୍ତି । ଦିନିକିଆରେ ୨୦୦ରୁ ଅଧିକ ୱିକେଟ ନେଇଥିବା ସେ ପ୍ରଥମ ମହିଳା ଖେଳାଳି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର