ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା, କରୋନା ସଂକ୍ରମିତ ହେଲେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ

The Sakala Picture
Published On

ନୂଆଦିଲ୍ଲୀ : ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଆଉ ଏକ ବଡ ଝଟକା । ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନାରେ ସଂକ୍ରମିତ ହୋଇଛନ୍ତି । ଫଳରେ ଆଗାମୀ ଏସିଆ କପରେ ଭାରତୀୟ ଦଳ ସହ ରାହୁଲ ଦୁବାଇ ଗସ୍ତରେ ଯିବେ କି ନାହିଁ ତାହାକୁ ନେଇ ଏବେ ସସପେନ୍ସ ଦେଖାଦେଇଛି । କାରଣ ରିପୋର୍ଟ ନେଗେଟିଭ ନ ଆସିବା ପର୍ଯ୍ୟନ୍ତ ଟିମ୍ ସହ ଯୋଗ ଦେଇପାରିବେନି ରାହୁଲ । ଏଭଳି […]

ନୂଆଦିଲ୍ଲୀ : ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଆଉ ଏକ ବଡ ଝଟକା । ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନାରେ ସଂକ୍ରମିତ ହୋଇଛନ୍ତି । ଫଳରେ ଆଗାମୀ ଏସିଆ କପରେ ଭାରତୀୟ ଦଳ ସହ ରାହୁଲ ଦୁବାଇ ଗସ୍ତରେ ଯିବେ କି ନାହିଁ ତାହାକୁ ନେଇ ଏବେ ସସପେନ୍ସ ଦେଖାଦେଇଛି । କାରଣ ରିପୋର୍ଟ ନେଗେଟିଭ ନ ଆସିବା ପର୍ଯ୍ୟନ୍ତ ଟିମ୍ ସହ ଯୋଗ ଦେଇପାରିବେନି ରାହୁଲ । ଏଭଳି ସ୍ଥିତିରେ ରାହୁଲଙ୍କ ବଦଳରେ ଭି ଭି ଏସ ଲକ୍ଷ୍ମଣ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାର ସମ୍ଭାଳି ପାରନ୍ତି ବୋଲି ଚିର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ଅନ୍ୟ ପକ୍ଷରେ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଆଜି ହିଁ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଆଉ ଆସନ୍ତା ୨୭ରେ ଏସିଆ କପ୍ ଆରମ୍ଭ ହେବାକୁ ଥିବା ବେଳେ ୨୮ରେ ପାକିସ୍ତାନ ବିପକ୍ଷରେ ଭାରତ ତାର ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ଆଉ ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜ ଗସ୍ତ ପରେ ଭାରତ ଜିମ୍ବାୱେ ଗସ୍ତରେ ଯାଇଥିଲେ ମଧ୍ୟ ଦ୍ରାବିଡ ଟିମ୍ ସହ ନ ଯାଇ କିଛି ସମୟ ପାଇଁ ବ୍ରେକ ନେଇଥିଲେ । କେ.ଏଲ ରାହୁଲଙ୍କ ନେତୃତ୍ୱରେ ଜିମ୍ବାୱେ ଗସ୍ତ କରିଥିଲା ଦଳ ଏବଂ କୋଚ୍ ଭାବେ ଭିଭିଏସ ଲକ୍ଷ୍ମଣ ଦଳ ସହ ଯାଇଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

ଏହାପୂର୍ବରୁ ଏସିଆ କପ୍‌ରୁ  ଆହତ ସମସ୍ୟା ପାଇଁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲଙ୍କୁଦଳରୁ ବାଦ୍‌ ଦିଆଯାଇଛି। ଭାରତୀୟ କ୍ରିକେଟ ଦଳରେ ତିନି ଜଣ ସ୍ପିନର ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ ଏବଂ ରବି ବିଷ୍ନୋଇଙ୍କୁ ଦଳରେ ସାମିଲ୍ କରାଯାଇଛି। ଏସିଆ କପ୍ ୟୁଏଇରେ ଖେଳା ଯାଉଥିବାରୁ ସେଠାକାର ପିଚ୍ ଏବଂ ପରିବେଶ ସ୍ପିନରଙ୍କୁ ଭଲ ସୁହାଇବ, ଏହାକୁ ଦୃଷ୍ଟିରେ ରଖି ୩ ଜଣ ସ୍ପିନ ବୋଲର ଭାରତୀୟ ଦଳରେ ସାମିଲ ହୋଇଛନ୍ତି।ଦ୍ରୁତ ବୋଲର ହିସାବରେ ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ ଏବଂ ଅଭେଶ ଖାନଙ୍କୁ ଦଳରେ ସାମିଲ୍ କରାଯାଇଛି। ସେହିପରି ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

ଏସିଆ କପ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ),କେ ଏଲ ରାହୁଲ (ଉପ-ଅଧିନାୟକ),ବିରାଟ କୋହଲି,ସୂର୍ଯ୍ୟକୁମାର ଯାଦବ,ଦୀପକ ହୁଡା,ରିଷଭ ପନ୍ତ,ଦିନେଶ କାର୍ତ୍ତିକ,ହାର୍ଦ୍ଦିକ ପାଣ୍ଡ୍ୟା,ରବୀନ୍ଦ୍ର ଜାଡେଜା,ଆର ଅଶ୍ୱିନୀ,ୟୁଜବେନ୍ଦ୍ର ଚହଲ,ରବି ବିଷ୍ଣୋଇ,ଭୁବନେଶ୍ୱର କୁମାର,ଅର୍ଶଦୀପ ସିଂହ,ଆଭେସ ଖାନ୍

23 Aug 2022 By The Sakala

ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା, କରୋନା ସଂକ୍ରମିତ ହେଲେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ : ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଆଉ ଏକ ବଡ ଝଟକା । ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନାରେ ସଂକ୍ରମିତ ହୋଇଛନ୍ତି । ଫଳରେ ଆଗାମୀ ଏସିଆ କପରେ ଭାରତୀୟ ଦଳ ସହ ରାହୁଲ ଦୁବାଇ ଗସ୍ତରେ ଯିବେ କି ନାହିଁ ତାହାକୁ ନେଇ ଏବେ ସସପେନ୍ସ ଦେଖାଦେଇଛି । କାରଣ ରିପୋର୍ଟ ନେଗେଟିଭ ନ ଆସିବା ପର୍ଯ୍ୟନ୍ତ ଟିମ୍ ସହ ଯୋଗ ଦେଇପାରିବେନି ରାହୁଲ । ଏଭଳି ସ୍ଥିତିରେ ରାହୁଲଙ୍କ ବଦଳରେ ଭି ଭି ଏସ ଲକ୍ଷ୍ମଣ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାର ସମ୍ଭାଳି ପାରନ୍ତି ବୋଲି ଚିର୍ଚ୍ଚା ହେଉଛି।

ଅନ୍ୟ ପକ୍ଷରେ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଆଜି ହିଁ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଆଉ ଆସନ୍ତା ୨୭ରେ ଏସିଆ କପ୍ ଆରମ୍ଭ ହେବାକୁ ଥିବା ବେଳେ ୨୮ରେ ପାକିସ୍ତାନ ବିପକ୍ଷରେ ଭାରତ ତାର ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ଆଉ ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜ ଗସ୍ତ ପରେ ଭାରତ ଜିମ୍ବାୱେ ଗସ୍ତରେ ଯାଇଥିଲେ ମଧ୍ୟ ଦ୍ରାବିଡ ଟିମ୍ ସହ ନ ଯାଇ କିଛି ସମୟ ପାଇଁ ବ୍ରେକ ନେଇଥିଲେ । କେ.ଏଲ ରାହୁଲଙ୍କ ନେତୃତ୍ୱରେ ଜିମ୍ବାୱେ ଗସ୍ତ କରିଥିଲା ଦଳ ଏବଂ କୋଚ୍ ଭାବେ ଭିଭିଏସ ଲକ୍ଷ୍ମଣ ଦଳ ସହ ଯାଇଥିଲେ ।

ଏହାପୂର୍ବରୁ ଏସିଆ କପ୍‌ରୁ  ଆହତ ସମସ୍ୟା ପାଇଁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲଙ୍କୁଦଳରୁ ବାଦ୍‌ ଦିଆଯାଇଛି। ଭାରତୀୟ କ୍ରିକେଟ ଦଳରେ ତିନି ଜଣ ସ୍ପିନର ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ ଏବଂ ରବି ବିଷ୍ନୋଇଙ୍କୁ ଦଳରେ ସାମିଲ୍ କରାଯାଇଛି। ଏସିଆ କପ୍ ୟୁଏଇରେ ଖେଳା ଯାଉଥିବାରୁ ସେଠାକାର ପିଚ୍ ଏବଂ ପରିବେଶ ସ୍ପିନରଙ୍କୁ ଭଲ ସୁହାଇବ, ଏହାକୁ ଦୃଷ୍ଟିରେ ରଖି ୩ ଜଣ ସ୍ପିନ ବୋଲର ଭାରତୀୟ ଦଳରେ ସାମିଲ ହୋଇଛନ୍ତି।ଦ୍ରୁତ ବୋଲର ହିସାବରେ ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ ଏବଂ ଅଭେଶ ଖାନଙ୍କୁ ଦଳରେ ସାମିଲ୍ କରାଯାଇଛି। ସେହିପରି ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇଛନ୍ତି।

ଏସିଆ କପ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ),କେ ଏଲ ରାହୁଲ (ଉପ-ଅଧିନାୟକ),ବିରାଟ କୋହଲି,ସୂର୍ଯ୍ୟକୁମାର ଯାଦବ,ଦୀପକ ହୁଡା,ରିଷଭ ପନ୍ତ,ଦିନେଶ କାର୍ତ୍ତିକ,ହାର୍ଦ୍ଦିକ ପାଣ୍ଡ୍ୟା,ରବୀନ୍ଦ୍ର ଜାଡେଜା,ଆର ଅଶ୍ୱିନୀ,ୟୁଜବେନ୍ଦ୍ର ଚହଲ,ରବି ବିଷ୍ଣୋଇ,ଭୁବନେଶ୍ୱର କୁମାର,ଅର୍ଶଦୀପ ସିଂହ,ଆଭେସ ଖାନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର