ଟି-୨୦ ବିଶ୍ୱକପ: ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କଲା ଇଂଲଣ୍ଡ, ବିଦା ହେଲା ଅଷ୍ଟ୍ରେଲିଆ

The Sakala Picture
Published On

ସିଡନୀ: ଶ୍ରୀଲଙ୍କାକୁ ହରାଇ ଦ୍ବିତୀୟ ଦଳ ଭାବେ ଟି-୨୦ ବିଶ୍ୱକପର ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି ଇଂଲଣ୍ଡ । ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିସାରିଥିଲା । ନ୍ୟୁଜିଲାଣ୍ଡ ପରେ ଗ୍ରୁପ-୧ରୁ ଦ୍ବିତୀୟ ଦଳ ଭାବେ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚଛି । ଇଂଲଣ୍ଡର ଏହି ବିଜୟ ସହ ଗତଥର ବିଜେତା ତଥା ଆୟୋଜକ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ […]

ସିଡନୀ: ଶ୍ରୀଲଙ୍କାକୁ ହରାଇ ଦ୍ବିତୀୟ ଦଳ ଭାବେ ଟି-୨୦ ବିଶ୍ୱକପର ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି ଇଂଲଣ୍ଡ । ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିସାରିଥିଲା । ନ୍ୟୁଜିଲାଣ୍ଡ ପରେ ଗ୍ରୁପ-୧ରୁ ଦ୍ବିତୀୟ ଦଳ ଭାବେ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚଛି । ଇଂଲଣ୍ଡର ଏହି ବିଜୟ ସହ ଗତଥର ବିଜେତା ତଥା ଆୟୋଜକ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୪୨ ରନର ଟାର୍ଗେଟ ରଖିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୧ ରନ କରିଥିଲା ଶ୍ରୀଲଙ୍କା ଟିମ୍ । ଜବାବରେ ଇଂଲଣ୍ଡ ଶେଷ ଯାଏଁ ସଂଘର୍ଷ କରି ୨ ଟି ବଲ ବାକିଥାଇ ବିଜୟଲକ୍ଷ୍ୟ ହାସଲ କରିନେଇଛି । ଆଲେକ୍ସ ହିଲ୍ସ ଓ ବେନ ଷ୍ଟୋକ୍ସଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଇଂଲଣ୍ଡ ଏହି ମ୍ୟାଚକୁ ୪ ୱିକେଟରେ ଜିତି ନେଇଥିଲା । ଅନ୍ୟପଟେ ‘ଗ୍ରୁପ-ବି’ରୁ କିଏ ସେମିରେ ପ୍ରବେଶ କରିବା ତା ଉପରେ ସମସ୍ତଙ୍କ ନଜର ରହିଛି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଶ୍ରୀଲଙ୍କାର ପରାଜୟ ସହ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟୁର୍ନାମେଣ୍ଟରୁ ବାଦ୍ ପଡିଛି। ଯଦି ଶ୍ରୀଲଙ୍କାର ଏହି ମ୍ୟାଚ୍ ଜିତିଥାନ୍ତା ତେବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଥାନ୍ତା । ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ୭ ପଏଣ୍ଟ ସହ ସୁପର ୧୨ ଅଭିଯାନ ଶେଷ କରିଥିଲେ । ତେବେ ଅଷ୍ଟ୍ରେଲିଆ (-୦.୧୭୩) ଅପେକ୍ଷା ଉନ୍ନତ ରନ୍ ରେଟ୍ ବଳରେ ଇଂଲଣ୍ଡ (+୦.୪୭୩) ସେମିଫାଇନାଲରେ ପାଇଁ ଯୋଗ୍ୟତା ହାସଲ କରିଛି ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର