ଟି-୨୦ ବିଶ୍ୱକପ୍‌: ନାସାଉ ଷ୍ଟାଡିୟମରେ ଲଗାଯିବ ଡ୍ରପ୍‌ ଇନ୍‌ ପିଚ୍‌, ଜାଣନ୍ତୁ ଏହି ଡ୍ରପ୍‌ ଇନ୍‌ ପିଚ୍‌ କ’ଣ ?

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ରେ ଟି-୨୦ ବିଶ୍ୱକପ୍‌ର ୯ମ ସଂସ୍କରଣ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜନ ହେବ। ନ୍ୟୁୟର୍କରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଲାଗି ପିଚ୍‌ ପ୍ରସ୍ତୁତ ହୋଇଛି। ଏହି ହାଇଭୋଲ୍ଟେଜ ମ୍ୟାଚ୍‌ ସମେତ ୮ଟି ମ୍ୟାଚ୍‌ ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ଷ୍ଟାଡିୟମରେ ଭାରତ ଆଉ ଦୁଇଟି ମ୍ୟାଚ୍‌ ମଧ୍ୟ ଖେଳିବ। ଭାରତ ଏହି ଷ୍ଟାଡିୟମରେ ଜୁନ୍‌ ୫ରେ ଆୟର୍ଲାଣ୍ଡକୁ, ୯ ତାରିଖରେ ପାକିସ୍ତାନକୁ, ୧୨ […]

ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ରେ ଟି-୨୦ ବିଶ୍ୱକପ୍‌ର ୯ମ ସଂସ୍କରଣ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜନ ହେବ। ନ୍ୟୁୟର୍କରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଲାଗି ପିଚ୍‌ ପ୍ରସ୍ତୁତ ହୋଇଛି। ଏହି ହାଇଭୋଲ୍ଟେଜ ମ୍ୟାଚ୍‌ ସମେତ ୮ଟି ମ୍ୟାଚ୍‌ ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ଷ୍ଟାଡିୟମରେ ଭାରତ ଆଉ ଦୁଇଟି ମ୍ୟାଚ୍‌ ମଧ୍ୟ ଖେଳିବ। ଭାରତ ଏହି ଷ୍ଟାଡିୟମରେ ଜୁନ୍‌ ୫ରେ ଆୟର୍ଲାଣ୍ଡକୁ, ୯ ତାରିଖରେ ପାକିସ୍ତାନକୁ, ୧୨ ତାରିଖରେ ଆମରିକାକୁ ଭେଟିବ। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ସବୁ ଟିକଟ୍‌ ବିକ୍ରି ସରିଛି। ଏହି ଟିକଟ ସବୁ ଚଢ଼ା ଦାମ୍‌ରେ ବିକ୍ରି ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଡ୍ରପ୍‌ ଇନ୍‌ ପିଚ୍‌ କ’ଣ?
ଏହି ମ୍ୟାଚ୍‌ଗୁଡିକ ଲାଗି ଏହି ଷ୍ଟାଡିୟମରେ ଡ୍ରପ୍‌ ଇନ୍‌ ପିଚ୍‌ ପ୍ରସ୍ତୁତ କରାଯାଇ ତା’ର ବ୍ୟବହାର କରାଯିବ। ନ୍ୟୁୟର୍କଠାରୁ ଦୁଇ ହଜାର କିଲୋମିଟର ଦୂରରେ ଫ୍ଲୋରିଡାରେ ଏହି ଡ୍ରପ୍‌ ଇନ୍‌ ପିଚ୍‌ ପ୍ରସ୍ତୁତ କରାଯାଇଛି। ପ୍ରଥମଥର ପାଇଁ ଆମେରିକାର କୌଣସି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ତେଣୁ ନୂଆ ଷ୍ଟାଡିୟମରେ ମ୍ୟାଚ୍‌ ଆୟୋଜନ ହେବ। ତେଣୁ ହାତରେ କମ୍‌ ସମୟ ରହିଥିବାରୁ ପିଚ୍‌ ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ଯୋଜନା କରାଯାଇଛି। ଫ୍ଲୋରିଡାରେ ପ୍ରସ୍ତୁତ ହୋଇଥିବା ଏହି ପିଚ୍‌କୁ ନ୍ୟୁୟର୍କ ଅଣାଯାଇ ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ସ୍ଥାପନ କରାଯିବ। ଅନ୍ୟ ସ୍ଥାନରୁ ପ୍ରସ୍ତୁତ ପିଚ୍‌ ଆଣି ଷ୍ଟାଡିୟମରେ ସ୍ଥାପନ ଷ୍ଟାଡିୟମରେ ସ୍ଥାପନ କରାଗଲେ, ଏହାକୁ ଡ୍ରପ୍‌ ଇନ୍‌ ପିଚ୍‌ କୁହାଯାଇଥାଏ। ଗତ ଡିସେମ୍ବରରୁ ଫ୍ଲୋରିଡାରେ ଏହି ଡ୍ରପ୍‌ ଇନ୍‌ ପିଚ୍‌ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଡ୍ରପ୍‌ ଇନ୍‌ ପିଚ୍‌ ସାଧାରଣତଃ ଅଷ୍ଟ୍ରେଲିଆରେ ବେଶି ବ୍ୟବହାର କରାଯାଇଥାଏ।

ଅଷ୍ଟ୍ରେଲିଆ ମାଟିରେ ଆଡିଲେଡ କ୍ୟୁରେଟର ପ୍ରସ୍ତୁତ କରିଛନ୍ତି ଏହି ପିଚ୍‌
ଅଷ୍ଟ୍ରେଲିଆର ମାଟି ବ୍ୟବହାର କରି ଆଡିଲେଡ କ୍ୟୁରେଟର ଏହି ଡ୍ରପ୍‌ ଇନ୍‌ ପିଚ୍‌ ପ୍ରସ୍ତୁତ କରିଛନ୍ତି। ଆଡିଲେଡ ଓଭାଲ ଗ୍ରାଉଣ୍ଡର ମୁଖ୍ୟ କ୍ୟୁରେଟର ଡେମିୟର ହଗ୍‌ ଏହି ଭଳି ୧୦ଟି ପିଚ୍‌ ପ୍ରସ୍ତୁତ କରିଛନ୍ତି। ନାସାଉ ଷ୍ଟାଡିୟମରେ ମୋଟ୍‌ ୪ଟି ଡ୍ରପ୍‌ ଇନ୍‌ ପିଚ୍‌ ଲଗାଯିବ ଓ ଏଠାରେ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ। ଆଉ ୬ଟି ଅଭ୍ୟାସ ପାଇଁ ସ୍ଥାପନ କରାଯିବ ବୋଲି ଆଇସିସି ତରଫରୁ କୁହାଯାଇଛି। ଟି-୨୦ ବିଶ୍ୱକପ୍‌ ଜୁନ୍‌ ୧ରୁ ଆରମ୍ଭ ହୋଇ ୨୯ରେ ଶେଷ ହେବ।

03 May 2024 By The Sakala

https://www.thesakala.in/sports/t20-world-cup-drop-in-pitches-new-york-stadium-installation/article-31878
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର