ଆଇପିଏଲ୍‌ କ୍ୱାଲିଫାୟର-୨ ମୁକାବିଲା: ଫାଇନାଲ ଲକ୍ଷ୍ୟରେ ହାଇଦ୍ରାବାଦ, ରାଜସ୍ଥାନ

The Sakala Picture
Published On

ଚେନ୍ନଇ:  ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ୧୭ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଦୁଇଟି ମ୍ୟାଚ୍‌ ପରେ କେଉଁ ଦଳ ଚାମ୍ପିଅନ ହେବ ତାହା ସ୍ପଷ୍ଟ ହେବ। କ୍ୱାଲିଫାୟର ୧ରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ (କେକେଆର) ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌)କୁ ପରାସ୍ତ କରି ସିଧାସଳଖ ଫାଇନାଲକୁ ଉଠିଥିଲା। ଶୁକ୍ରବାର କ୍ୱାଲିଫାୟର ୨ରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଓ ପ୍ୟାଟ କମିନ୍ସଙ୍କ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ […]

ଚେନ୍ନଇ:  ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ୧୭ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଦୁଇଟି ମ୍ୟାଚ୍‌ ପରେ କେଉଁ ଦଳ ଚାମ୍ପିଅନ ହେବ ତାହା ସ୍ପଷ୍ଟ ହେବ। କ୍ୱାଲିଫାୟର ୧ରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ (କେକେଆର) ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌)କୁ ପରାସ୍ତ କରି ସିଧାସଳଖ ଫାଇନାଲକୁ ଉଠିଥିଲା। ଶୁକ୍ରବାର କ୍ୱାଲିଫାୟର ୨ରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଓ ପ୍ୟାଟ କମିନ୍ସଙ୍କ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ର ବିଜୟୀ ଦଳ ଟାଇଟଲ ପାଇଁ ରବିବାର ଫାଇନାଲ ମୁକାବିଲାରେ କୋଲକାତାକୁ ଭେଟିବ। ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ପରାସ୍ତ କରି କ୍ୱାଲିଫାୟର ୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ବିଜୟୀ ହୋଇ ହାଇଦ୍ରାବାଦ ଓ ରାଜସ୍ଥାନ ଫାଇନାଲ ଟିକଟ ହାସଲ ଲକ୍ଷ୍ୟରେ ରହିଛନ୍ତି। ପୂର୍ବରୁ ଦୁଇ ଦଳ ପରସ୍ପରକୁ ୧୯ଥର ଭେଟିଥିବା ବେଳେ ହାଇଦ୍ରାବାଦ ୧୦ ଓ ରାଜସ୍ଥାନ ୯ଟି ମ୍ୟାଚ୍‌ରେ ବିଜୟୀ ହୋଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଟ୍ରାଭିଷେକଙ୍କ ଉପରେ ନଜର
ଏହି ମ୍ୟାଚରେ ହାଇଦ୍ରାବାଦର ପାୱାର ହିଟିଂ ଯୋଡି ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ଏବଂ ରାଜସ୍ଥାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଟ୍ରାଭିସ୍‌ ଓ ଅଭିଷେକଙ୍କୁ ପ୍ରଶଂସକମାନେ ମିଳିତ ଭାବେ ‘ଟ୍ରାଭିଷେକ’ ବୋଲି ସମ୍ବୋଧନ କରୁଛନ୍ତି। ହେଡ୍‌ ଏପର୍ଯ୍ୟନ୍ତ ୧୯୯.୬୨ ଷ୍ଟ୍ରାଇକ୍‌ରେଟ୍‌ରେ ୫୩୩ ଓ ଅଭିଷେକ ୨୦୭.୦୪ ଷ୍ଟ୍ରାଇକ୍‌ରେଟ୍‌ରେ ୪୭୦ ରନ ସଂଗ୍ରହ କରି ଜବରଦସ୍ତ ଫର୍ମରେ ରହିଛନ୍ତି। ଏହି ଦୁଇ ବ୍ୟାଟର ମିଳିତ ଭାବେ ୭୨ଟି ଛକା ଓ ୯୬ଟି ଚୌକା ମାରି ଦଳ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିଆସିଛନ୍ତି।

ହାଇଦ୍ରାବାଦ ଲାଗି ଚହଲ- ଅଶ୍ୱିନ ଚ୍ୟାଲେଞ୍ଜ୍‌

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଚେନ୍ନାଇ ଏହି ଗ୍ରାଉଣ୍ଡ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଆଚରଣ ପ୍ରଦର୍ଶନ କରିବ। ଉପ୍ପଲ, କୋଟଲା କିମ୍ବା ୱାଙ୍ଖଡେ ତୁଳନାରେ ଚେପ୍ପକରେ ମ୍ୟାଚ୍‌ ସେତେଟା ହାଇ ସ୍କୋରିଂ ହେବ ନାହିଁ। ତେଣୁ ଏଠାରେ ବଡ୍‌ ସଟ୍‌ ଖେଳିବା ସହ ବ୍ୟାଟିଂ କରିବା ଟିକିଏ ଚ୍ୟାଲେଞ୍ଜିଂ ହେବ। ଅଶ୍ୱିନଙ୍କର ଏହା ଘରୋଇ ଗ୍ରାଉଣ୍ଡ ହୋଇଥିବାରୁ ସେ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି କୁହାଯାଇପାରେ। ସେହିପରି ଚହଲଙ୍କ ଚତୁର ଲେଗ୍‌ ସ୍ପିନ୍‌ ହାଇଦ୍ରାବାଦ ବ୍ୟାଟର ତଥା ପାୱାର ହିଟରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଚେନ୍ନାଇରେ ଶୁକ୍ରବାର ବର୍ଷା ହେବାର ସମ୍ଭାବନା ନାହିଁ।

ୟର୍କର ସ୍ପେଶାଲିଷ୍ଟ ଟି ନଟରାଜନ ହାଇଦ୍ରାବାଦ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇପଡିଛି। ଘରୋଇ ଗ୍ରାଉଣ୍ଡରେ ଦଳର ସର୍ବାଧିକ ୱିକେଟ ହାସଲ କରିଥିବା ନଟରାଜନ କିଛି ଚମତ୍କାର କରିଦେଖାଇବେ ବୋଲି ଆଶା କରାଯାଉଛି। ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ପ୍ୟାଟ କୁମିନ୍ସ କିନ୍ତୁ ପ୍ରତିପକ୍ଷ ବ୍ୟାଟରଙ୍କ ସମସ୍ୟାରେ ପକାଇବେ। କିନ୍ତୁ ହାଇଦ୍ରାବାଦ ଦଳରେ କ୍ୱାଲିଟି ସ୍ପିନରଙ୍କର ଅଭାବ ରହିଛି। ଆଭରେଜ ସ୍ପିନର ମୟଙ୍କ ମାର୍କଣ୍ଡେ ଓ ବ୍ୟାଟିଂ ଉପରେ ଅଧିକ ନିର୍ଭର କରୁଥିବା ଶାହାବାଜ ଅହମ୍ମଦ ହାଇଦ୍ରାବାଦର ସ୍ପିନ୍‌ ବିଭାଗକୁ ସମ୍ଭାଳିବେ।

ବେଙ୍ଗାଲୁରୁର ବିଜୟଧାରା (କ୍ରମାଗତ ୫ ବିଜୟ)କୁ ରୋକିଥିବା ରାଜସ୍ଥାନ ଦଳରେ ଯଶସ୍ୱୀ ଜୟସ୍ୱାଲଙ୍କ ଭଳି ଦମ୍‌ଦାର ତଥା ବିସ୍ଫୋରକ ଓପନର ରହିଛନ୍ତି। କିନ୍ତୁ ଅଧିନାୟକ ସଞ୍ଜୁ ସାମସନଙ୍କୁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଏକ ଦମ୍‌ଦାର ପାଳି ଖେଳିବାକୁ ହେବ। ରାଜସ୍ଥାନ ମଧ୍ୟକ୍ରମରେ ଧ୍ରୁବ ଜୁରେଲ ପ୍ରଭାବୀ ପ୍ରଦର୍ଶନ କରିବେ। ସେହିପରି ୱେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟର ସିମରନ ହେଟମାୟର ଓ ରୋଭମାନ ପାୱେଲ ପୁଣିଥରେ ଧୂଆଁଧାର ପାଳି ଖେଳିବେ ବୋଲି ଆଶା କରାଯାଉଛି। ଇନ୍‌ଫର୍ମ ଆସାମ ଯୁବ ବ୍ୟାଟର ରିୟାନ ପରାଗଙ୍କୁ ନିଜ ପ୍ରତିଭା ଓ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାକୁ ପଡିବ। ମୋଟମୋଟି ଉପରେ ଏହି ମ୍ୟାଚ୍‌ ଜବରଦସ୍ତ ରୋମାଞ୍ଚ ଓ ସଂଘର୍ଷ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ସମ୍ଭାବ୍ୟ ଦଳ
ହାଇଦ୍ରାବାଦ: ଟ୍ରାଭିସ ହେଡ, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ନୀତୀଶ ରେଡ୍ଡୀ, ହେନରିଚ କ୍ଲାସେନ (ୱିକେଟକିପର), ଅବଦୁଲ ସମାଦ, ଶାହାବାଜ ଅହମ୍ମଦ, ପ୍ୟାଟ କମିନ୍ସ (ଅଧିନାୟକ), ଭୁବନେଶ୍ୱର କୁମାର, ବିଜୟକାନ୍ତ ଭିୟାସକାନ୍ତ ଓ ଟି ନଟରାଜନ।
ରାଜସ୍ଥାନ: ଯଶସ୍ୱୀ ଜୟସ୍ୱାଲ, ଟମ୍‌ କୋହେଲର- କାଡମୋର, ସଞ୍ଜୁ ସାମସନ (ଅଧିନାୟକ/ୱିକେଟରକ୍ଷକ), ରିୟାନ ପରାଗ, ଧ୍ରୁବ ଜୁରେଲ, ରୋଭମାନ ପାୱେଲ, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଆଭେଷ ଖାନ, ସନ୍ଦୀପ ଶର୍ମା ଓ ୟୁଜବେନ୍ଦ୍ର ଚହଲ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର