ଆଇପିଏଲ କ୍ବାଲିଫାୟର-୧: କେକେଆରକୁ ୧୬୦ ରନର ଟାର୍ଗେଟ ଦେଲା ସନ୍ ରାଇଜର୍ସ ହାଇଦ୍ରାବାଦ୍

The Sakala Picture
Published On

ଅହମଦାବାଦ୍: ଆଇପିଏଲ କ୍ବାଲିଫାୟର-୧ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ମୁହାଁମୁହିଁ ହୋଇଛନ୍ତି। ଅହମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ସନ୍ ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୫୯ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ କେକେଆରକୁ ୧୬୦ ରନର […]

ଅହମଦାବାଦ୍: ଆଇପିଏଲ କ୍ବାଲିଫାୟର-୧ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ମୁହାଁମୁହିଁ ହୋଇଛନ୍ତି। ଅହମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ସନ୍ ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୫୯ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ କେକେଆରକୁ ୧୬୦ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ସନ୍ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟ୍ରାଭିସ୍ ହେଡ୍ ୨ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ଅଭିଷେକ ଶର୍ମା ୪ ବଲରେ ୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରାହୁଲ ତ୍ରିପାଠୀ ସମ୍ଭଳିଥିଲେ। ରାହୁଲ ତ୍ରିପାଠୀ ୩୫ ବଲରେ ୫୫ ରନ କରି ଆଉଟ ହୋଇଥିଲେ। ନୀତୀଶ ରେଡ୍ଡୀ ୧୦ ବଲରେ ୯ ରନ କରି ଆଉଟ ହୋଇଥିଲେ। ଶାହାବାଜ ଅହମ୍ମଦ କୌଣସି ରନ ନ କରି ଆଉଟ ହୋଇଥିଲେ। ହେନ୍ରିଚ୍ କ୍ଲାସେନ୍ ୨୧ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ସାନବୀର ସିଂ ମଧ୍ୟ କୌଣସି ରନ ନ କରି ଆଉଟ ହୋଇଥିଲେ। ପାରିକୁ ଅବଦୁଲ ସମଦ ଓ ପ୍ୟାଟ୍ କମିନ୍ସ ସମ୍ଭାଳିଥିଲେ। ପରେ ଅବଦୁଲ ସମଦ ୧୨ ବଲରେ ୧୬ରନ କରି ଆଉଟ ହୋଇଥିଲେ। ଭୁବନେଶ୍ୱର କୁମାର ମଧ୍ୟ ୩ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ପ୍ୟାଟ୍ କମିନ୍ସ ୨୪ ବଲରେ ୩୦ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ୱିକେଟ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀ ୨ଟି ୱିକେଟ ନେଇଥିବା ବେଳେ ବୈଭବ ଆରୋରା, ହର୍ଷିତ ରାଣା, ଆଣ୍ଡ୍ରେ ରସେଲ ଓ ସୁନୀଲ ନାରିନ ଗୋଟିଏ ଲେଖଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର