ଆଇପିଏଲ ୨୦୨୨: ଗୁଜରାଟ ଟାଇଟନ୍ସକୁ ୧୯୬ ରନର ଟାର୍ଗେଟ ଦେଲା ସନରାଇଜର୍ସ ହାଇଦ୍ରାବାଦ

The Sakala Picture
Published On

ମୁମ୍ବାଇ: ଆଜି ଆଇପିଏଲର ୪୦ତମ ଲିଗ୍ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ହାଇଦ୍ରାବାଦ ପ୍ରଥମେ ବ୍ଯାଟିଂ କରି ୧୯୫ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ଗୁଜରାଟକୁ ୧୯୬ ରନର ଆବଶ୍ଯକତା ରହିଛି। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ କେନ ୱିଲିୟମସନ ୮ ବଲରେ ୫ ରନ କରି ଆଉଟ ହୋଇଥିବା ବେଳେ […]

ମୁମ୍ବାଇ: ଆଜି ଆଇପିଏଲର ୪୦ତମ ଲିଗ୍ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ହାଇଦ୍ରାବାଦ ପ୍ରଥମେ ବ୍ଯାଟିଂ କରି ୧୯୫ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ଗୁଜରାଟକୁ ୧୯୬ ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ କେନ ୱିଲିୟମସନ ୮ ବଲରେ ୫ ରନ କରି ଆଉଟ ହୋଇଥିବା ବେଳେ ରାହୁଲ ତ୍ରିପାଠୀ ୧୦ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ପାରିକୁ ଅଭିଷେକ ଶର୍ମା ସମ୍ଭାଳିଥିଲେ। ୪୨ ବଲରେ ୬୫ ରନ କରି ଅଭିଷେକ ଆଉଟ ହୋଇଥିଲେ। ପରେ ପାରିକୁ ଆଡେନ ମାରକ୍ରମ ଓ ନିକୋଲାସ ପୂରନ ସମ୍ଭାଳିଥିଲେ। ନିକୋଲାସ ପୂରନ ୫ ବଲରେ ୩ ରନ କରି ଆଉଟ ହୋଇଥିଲେ। ଆଡେନ ମାରକ୍ରମ ୪୦ ବଲରେ ୫୬ ରନ କରି ଆଉଟ ହୋଇଥିଲେ।  ୱାସିଂଟନ ସୁନ୍ଦର ୩ ରନ କରି ରନଆଉଟ ହୋଇଥିଲେ।  ପରେ ପାରିକୁ ଶଶାଙ୍କ ସିଂହ ଓ ମାର୍କୋ ଜାନସେନ ସମ୍ଭାଳିଥିଲେ। ଶଶାଙ୍କ ବିସ୍ଫୋରକ ବ୍ଯାଟିଂ କରି ୬ ବଲରେ ୨୫ ରନ କରି ଅପରାଜିତ ରହିଥିବା ବେଳେ ମାର୍କୋ ଜାନସେନ ୫ ବଲରେ ୮ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ଗୁଜରାଟ ଟାଇଟନ୍ସ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ମହମ୍ମଦ ସାମି ନେଇଥିବା ବେଳେ ଅଲଜାରୀ ଜୋଶେଫ ଓ ୟଶ ଦୟାଲ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

27 Apr 2022 By The Sakala

ଆଇପିଏଲ ୨୦୨୨: ଗୁଜରାଟ ଟାଇଟନ୍ସକୁ ୧୯୬ ରନର ଟାର୍ଗେଟ ଦେଲା ସନରାଇଜର୍ସ ହାଇଦ୍ରାବାଦ

ମୁମ୍ବାଇ: ଆଜି ଆଇପିଏଲର ୪୦ତମ ଲିଗ୍ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ହାଇଦ୍ରାବାଦ ପ୍ରଥମେ ବ୍ଯାଟିଂ କରି ୧୯୫ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ଗୁଜରାଟକୁ ୧୯୬ ରନର ଆବଶ୍ଯକତା ରହିଛି।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ କେନ ୱିଲିୟମସନ ୮ ବଲରେ ୫ ରନ କରି ଆଉଟ ହୋଇଥିବା ବେଳେ ରାହୁଲ ତ୍ରିପାଠୀ ୧୦ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ପାରିକୁ ଅଭିଷେକ ଶର୍ମା ସମ୍ଭାଳିଥିଲେ। ୪୨ ବଲରେ ୬୫ ରନ କରି ଅଭିଷେକ ଆଉଟ ହୋଇଥିଲେ। ପରେ ପାରିକୁ ଆଡେନ ମାରକ୍ରମ ଓ ନିକୋଲାସ ପୂରନ ସମ୍ଭାଳିଥିଲେ। ନିକୋଲାସ ପୂରନ ୫ ବଲରେ ୩ ରନ କରି ଆଉଟ ହୋଇଥିଲେ। ଆଡେନ ମାରକ୍ରମ ୪୦ ବଲରେ ୫୬ ରନ କରି ଆଉଟ ହୋଇଥିଲେ।  ୱାସିଂଟନ ସୁନ୍ଦର ୩ ରନ କରି ରନଆଉଟ ହୋଇଥିଲେ।  ପରେ ପାରିକୁ ଶଶାଙ୍କ ସିଂହ ଓ ମାର୍କୋ ଜାନସେନ ସମ୍ଭାଳିଥିଲେ। ଶଶାଙ୍କ ବିସ୍ଫୋରକ ବ୍ଯାଟିଂ କରି ୬ ବଲରେ ୨୫ ରନ କରି ଅପରାଜିତ ରହିଥିବା ବେଳେ ମାର୍କୋ ଜାନସେନ ୫ ବଲରେ ୮ରନ କରି ଅପରାଜିତ ରହିଥିଲେ।

ଗୁଜରାଟ ଟାଇଟନ୍ସ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ମହମ୍ମଦ ସାମି ନେଇଥିବା ବେଳେ ଅଲଜାରୀ ଜୋଶେଫ ଓ ୟଶ ଦୟାଲ ଗୋଟିଏ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର