ସେଞ୍ଚୁରିଅନ ଟେଷ୍ଟ୍ : ଦକ୍ଷିଣ ଆଫ୍ରିକା ୧୯୭ ରନରେ ଅଲଆଉଟ୍, ପ୍ରଥମ ଇଂନିସରେ ୧୩୦ ରନରେ ଆଗୁଆ ଟିମ୍ ଇଣ୍ଡିଆ
ସେଞ୍ଚୁରିଅନ : ସେଞ୍ଚୁରିଅନର ସୁପର ସ୍ପୋର୍ଟ୍ସ ପାର୍କଠାରେ ଖେଳାଯାଉ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚର ୩ୟ ଦିନରେ ଦକ୍ଷିଣ ଆଫ୍ରିକାକୁ ୧୯୭ ରନରେ ଅଲଆଉଟ୍ କରିଛି ଟିମ୍ ଇଣ୍ଡିଆ। ଭାରତର ପ୍ରଥମ ଇନିଂସ ସ୍କୋର ୩୨୭ ରନ ଜବାବରେ ପ୍ରଥମ ଇନିଂସ ଖେଳୁଥିବା ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୯୭ରନରେ ଅଲଆଉଟ ହୋଇଯାଇଛି। ଯାହା ଫଳରେ ଭାରତକୁ ପ୍ରଥମ ଇନିଂସରେ ୧୩୦ ରନର ଲିଡ୍ ମିଳିଛି। ଭାରତର ଦ୍ରୁତ ବୋଲର […]
ସେଞ୍ଚୁରିଅନ : ସେଞ୍ଚୁରିଅନର ସୁପର ସ୍ପୋର୍ଟ୍ସ ପାର୍କଠାରେ ଖେଳାଯାଉ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚର ୩ୟ ଦିନରେ ଦକ୍ଷିଣ ଆଫ୍ରିକାକୁ ୧୯୭ ରନରେ ଅଲଆଉଟ୍ କରିଛି ଟିମ୍ ଇଣ୍ଡିଆ। ଭାରତର ପ୍ରଥମ ଇନିଂସ ସ୍କୋର ୩୨୭ ରନ ଜବାବରେ ପ୍ରଥମ ଇନିଂସ ଖେଳୁଥିବା ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୯୭ରନରେ ଅଲଆଉଟ ହୋଇଯାଇଛି। ଯାହା ଫଳରେ ଭାରତକୁ ପ୍ରଥମ ଇନିଂସରେ ୧୩୦ ରନର ଲିଡ୍ ମିଳିଛି। ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି ୫ ୱିକେଟ୍ ଅକ୍ତିଆର କରିଥିବା ବେଳେ ଯଶପ୍ରୀତ ବୁମରା, ଶାର୍ଦୁଲ ଠାକୁର ୨ଟି ଲେଖାଏଁ ୱିକେଟ ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଛନ୍ତି।
Innings Break!
A 5-wkt haul for @MdShami11 as South Africa are all out for 197 runs.#TeamIndia have a lead of 130.
Scorecard – https://t.co/eoM8MqSQgO #SAvIND pic.twitter.com/1a3JnHphIM
— BCCI (@BCCI) December 28, 2021
ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୭୨ ରନରେ ମାତ୍ର ୩ଟି ଓ୍ବିକେଟ ହରାଇଥିବେଳେ ଗତ କାଲି (ସୋମବାର) ବର୍ଷା ଯୋଗୁଁ ଖେଳ ହୋଇପାରିନଥିଲା । ମଙ୍ଗଳବାର ଭାରତ ୨୭୨/୩ରୁ ଆଗକୁ ଖେଳିବାକୁ ଆରମ୍ଭ କରିଥିଲେ ମଧ୍ୟ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା ।ଶତକୀୟ ଇନିଂସ ଖେଳି ବ୍ୟାଟିଂ କରୁଥିବା ଲୋକେସ ରାହୁଲ ଆରମ୍ଭରୁ ଓ୍ବିକେଟ ହରାଇଥିଲେ । ଏହାପରେ ଦଳର ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ ଫେରିଥିଲେ । ୨୭୧ ରନରେ ୩ ଓ୍ବିକେଟ ହରାଇଥିବା ଦଳ ତୃତୀୟ ଦିନରେ ମାତ୍ର ୫୬ରନରେ ୭ଟି ଓ୍ବିକେଟ ହରାଇଥିଲା । ଦଳ ପକ୍ଷରୁ ଲୋକେସ ରାହୁଲ ସର୍ବାଧିକ ୧୨୩ରନ କରିଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ୬୦ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍ଗିଡି ଏବଂ କାଗିସୋ ରାବାଡା ଚମତ୍କାର ବୋଲିଂ କରିଥିଲେ। ଏନ୍ଗିଡି ୨୪ ଓଭରରେ ୭୧ରନ ଦେଇ ୬ଓ୍ବିକେଟ ନେଇଥିବା ବେଳେ, କାଗିସୋ ରାବାଡା ୨୬ ଓଭରରେ ୭୨ରନ ଦେଇ ୩ ଓ୍ବିକେଟ ନେଇଥିଲେ।