ସେମିଫାଇନାଲରେ ହାରିବା ପରେ ବ୍ରୋଞ୍ଜ ପଦକ ପାଇଁ ଲଢିବେ ସିନ୍ଧୁ

The Sakala Picture
Published On

ଟୋକିଓ : ରିଓ ଅଲମ୍ପିକ୍ସର ରୌପ୍ୟ ପଦକ ବିଜେତା ପି ଭି ସିନ୍ଧୁ ଶନିବାର ଦିନ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସର ସେମିଫାଇନାଲରେ ତାଇ ଜୁ ୟିଙ୍ଗଙ୍କଠାରୁ ପରାସ୍ତ ହୋଇଛନ୍ତି । ଏହା ସହିତ ଭାରତର ରୌପ୍ୟ କିମ୍ବା ସ୍ୱର୍ଣ୍ଣ ପଦକର ଆଶା ଶେଷ ହୋଇଛି । ସିନ୍ଧୁଙ୍କୁ ପରାଜୟ ସହିତ ୧୩୦ କୋଟି ଭାରତୀୟଙ୍କ ସ୍ୱର୍ଣ୍ଣ ଆଶାକୁ ଜୋରଦାର ଝଟକା ଲାଗିଛି । ତାଇ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତିଥିଲେ । ତେବେ ସିନ୍ଧୁଙ୍କ […]

ଟୋକିଓ : ରିଓ ଅଲମ୍ପିକ୍ସର ରୌପ୍ୟ ପଦକ ବିଜେତା ପି ଭି ସିନ୍ଧୁ ଶନିବାର ଦିନ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସର ସେମିଫାଇନାଲରେ ତାଇ ଜୁ ୟିଙ୍ଗଙ୍କଠାରୁ ପରାସ୍ତ ହୋଇଛନ୍ତି । ଏହା ସହିତ ଭାରତର ରୌପ୍ୟ କିମ୍ବା ସ୍ୱର୍ଣ୍ଣ ପଦକର ଆଶା ଶେଷ ହୋଇଛି । ସିନ୍ଧୁଙ୍କୁ ପରାଜୟ ସହିତ ୧୩୦ କୋଟି ଭାରତୀୟଙ୍କ ସ୍ୱର୍ଣ୍ଣ ଆଶାକୁ ଜୋରଦାର ଝଟକା ଲାଗିଛି । ତାଇ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତିଥିଲେ । ତେବେ ସିନ୍ଧୁଙ୍କ ପାଇଁ ଏବେବି ବ୍ରୋଞ୍ଚ ଜିତିବାର ଆଶା ରହିଛି । ବ୍ରୋଞ୍ଜ ପଦକ ପାଇଁ ସେ ଚୀନର ବିଙ୍ଗ୍ ଜିଆଓଙ୍କ ମୁକାବିଲା କରିବେ । ପ୍ରି କ୍ୱାର୍ଟରରେ ଡେନମାର୍କ ଓ କ୍ୱାର୍ଟରରେ ଜାପାନର ଅକାନେ ୟମାଗୁଚିଙ୍କୁ ପରାସ୍ତ କଲା ପରେ ସେମିରେ ତାଇ ଜୁ ୟିଙ୍ଗଙ୍କୁ ଭେଟିଥିଲେ ସିନ୍ଧୁ। ରବିବାର ସନ୍ଧ୍ୟାରେ ସିନ୍ଧୁ ବ୍ରୋଞ୍ଜ ପଦକ ପାଇଁ ଖେଳିବେ। ସେମିଫାଇନାଲର ପ୍ରଥମ ଗେମରେ ସିନ୍ଧୁ ଭଲ ଆରମ୍ଭ କରିଥିଲେ ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

କିନ୍ତୁ ଖେଳ ଆରମ୍ଭ ହେବାର କିଛି ସମୟ ପରେ ସେ ଲୟ ହରାଇ ବସିଥିଲେ । ଖେଳ ଆରମ୍ଭର କିଛି ସମୟ ମଧ୍ୟରେ ସେ ୭-୪ରେ ଆଗୁଆ ଥିଲେ । ନେଟ୍ ସଟ୍ ଓ ସ୍ମେଶର ସେ ଜବରଦସ୍ତ ବ୍ୟବହାର କରି ସେ ୧୧-୭ରେ ଆଗୁଆ ଥିଲେ । ତେବେ ତାଇ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ତାଇ ସ୍କୋରକୁ ୧୩-୧୩ରେ ଡ୍ର’ କରିଥିଲେ । କିନ୍ତୁ ପରେ ତାଇ ୨୧-୧୮ ଗେମକୁ ନିଜର କରିଥିଲେ । ଦ୍ୱିତୀୟ ଗେମରେ ସିନ୍ଧୁ ଚାପରେ ଖେଳୁଥିବା ଲକ୍ଷ୍ୟ କରାଯାଇଥିଲା । ସିନ୍ଧୁଙ୍କ ଦୀଗହୀନ ସଟର ଫାଇଦା ତାଇ ନେଇଥଇଲେ । ତାଇ ୪-୪ ସ୍କୋର ପରେ ଯେଉଁ ପଏଣ୍ଟ୍ ନେବା ଆରମ୍ଭ କରିଥିଲେ ତାହାର ଚାପ ସିନ୍ଧୁଙ୍କ ଉପରେ ପଡିଥିଲା । ତାଇ ଗେମକୁ ୨୧-୧୨ରେ ଯିତିଥିଲେ । ରବିବାର ମ୍ୟାଚରେ ଯଦି ସିନ୍ଧୁ ଜିତନ୍ତି ତେବେ ଭାରତ ଖାତାକୁ ଆଉ ଏକ ବ୍ରୋଞ୍ଚ୍ ପଦକ ଆସିବ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

31 Jul 2021 By The Sakala

ସେମିଫାଇନାଲରେ ହାରିବା ପରେ ବ୍ରୋଞ୍ଜ ପଦକ ପାଇଁ ଲଢିବେ ସିନ୍ଧୁ

ଟୋକିଓ : ରିଓ ଅଲମ୍ପିକ୍ସର ରୌପ୍ୟ ପଦକ ବିଜେତା ପି ଭି ସିନ୍ଧୁ ଶନିବାର ଦିନ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସର ସେମିଫାଇନାଲରେ ତାଇ ଜୁ ୟିଙ୍ଗଙ୍କଠାରୁ ପରାସ୍ତ ହୋଇଛନ୍ତି । ଏହା ସହିତ ଭାରତର ରୌପ୍ୟ କିମ୍ବା ସ୍ୱର୍ଣ୍ଣ ପଦକର ଆଶା ଶେଷ ହୋଇଛି । ସିନ୍ଧୁଙ୍କୁ ପରାଜୟ ସହିତ ୧୩୦ କୋଟି ଭାରତୀୟଙ୍କ ସ୍ୱର୍ଣ୍ଣ ଆଶାକୁ ଜୋରଦାର ଝଟକା ଲାଗିଛି । ତାଇ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତିଥିଲେ । ତେବେ ସିନ୍ଧୁଙ୍କ ପାଇଁ ଏବେବି ବ୍ରୋଞ୍ଚ ଜିତିବାର ଆଶା ରହିଛି । ବ୍ରୋଞ୍ଜ ପଦକ ପାଇଁ ସେ ଚୀନର ବିଙ୍ଗ୍ ଜିଆଓଙ୍କ ମୁକାବିଲା କରିବେ । ପ୍ରି କ୍ୱାର୍ଟରରେ ଡେନମାର୍କ ଓ କ୍ୱାର୍ଟରରେ ଜାପାନର ଅକାନେ ୟମାଗୁଚିଙ୍କୁ ପରାସ୍ତ କଲା ପରେ ସେମିରେ ତାଇ ଜୁ ୟିଙ୍ଗଙ୍କୁ ଭେଟିଥିଲେ ସିନ୍ଧୁ। ରବିବାର ସନ୍ଧ୍ୟାରେ ସିନ୍ଧୁ ବ୍ରୋଞ୍ଜ ପଦକ ପାଇଁ ଖେଳିବେ। ସେମିଫାଇନାଲର ପ୍ରଥମ ଗେମରେ ସିନ୍ଧୁ ଭଲ ଆରମ୍ଭ କରିଥିଲେ ।

କିନ୍ତୁ ଖେଳ ଆରମ୍ଭ ହେବାର କିଛି ସମୟ ପରେ ସେ ଲୟ ହରାଇ ବସିଥିଲେ । ଖେଳ ଆରମ୍ଭର କିଛି ସମୟ ମଧ୍ୟରେ ସେ ୭-୪ରେ ଆଗୁଆ ଥିଲେ । ନେଟ୍ ସଟ୍ ଓ ସ୍ମେଶର ସେ ଜବରଦସ୍ତ ବ୍ୟବହାର କରି ସେ ୧୧-୭ରେ ଆଗୁଆ ଥିଲେ । ତେବେ ତାଇ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ତାଇ ସ୍କୋରକୁ ୧୩-୧୩ରେ ଡ୍ର’ କରିଥିଲେ । କିନ୍ତୁ ପରେ ତାଇ ୨୧-୧୮ ଗେମକୁ ନିଜର କରିଥିଲେ । ଦ୍ୱିତୀୟ ଗେମରେ ସିନ୍ଧୁ ଚାପରେ ଖେଳୁଥିବା ଲକ୍ଷ୍ୟ କରାଯାଇଥିଲା । ସିନ୍ଧୁଙ୍କ ଦୀଗହୀନ ସଟର ଫାଇଦା ତାଇ ନେଇଥଇଲେ । ତାଇ ୪-୪ ସ୍କୋର ପରେ ଯେଉଁ ପଏଣ୍ଟ୍ ନେବା ଆରମ୍ଭ କରିଥିଲେ ତାହାର ଚାପ ସିନ୍ଧୁଙ୍କ ଉପରେ ପଡିଥିଲା । ତାଇ ଗେମକୁ ୨୧-୧୨ରେ ଯିତିଥିଲେ । ରବିବାର ମ୍ୟାଚରେ ଯଦି ସିନ୍ଧୁ ଜିତନ୍ତି ତେବେ ଭାରତ ଖାତାକୁ ଆଉ ଏକ ବ୍ରୋଞ୍ଚ୍ ପଦକ ଆସିବ ।

https://www.thesakala.in/sports/sindhu-will-fight-for-the-bronze-medal-after-losing-in-the-semifinals/article-4259
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର