୧୬ତମ ସ୍ୱର୍ଣ୍ଣ ଜିତିଲେ ସାରା

The Sakala Picture
Published On

ଟୋକିଓ : ଗ୍ରେଟ୍‍ ବ୍ରିଟେନର ସାଇକ୍ଲିଷ୍ଟ ସାରା ଷ୍ଟୋରେ ଚଳିତ ପାରା ଅଲିମ୍ପିକ୍ସର ସି-୫ ଟାଇମ୍‍ ଟ୍ରାଏଲ୍‍ରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଏଥିସହ ପାରା ଅଲିମ୍ପିକ୍ସ ଇତିହାସରେ ସେ ୧୬ତମ ସ୍ୱର୍ଣ୍ଣ ସଫଳତା ପାଇଛନ୍ତି। କ୍ୟାରିୟରର ୮ମ ପାରା ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରୁଥିବା ୪୩ ବର୍ଷୀୟା ସାରା ଏଥିସହ ଗ୍ରେଟ୍‍ ବ୍ରିଟେନ ଇତିହାସରେ ଶ୍ରେଷ୍ଠ ପାରା ଅଲିମ୍ପିଆନ୍‍ ଭାବେ ସନ୍ତରଣକାରୀ ମାଇକ୍‍ କେନ୍ନୀଙ୍କ ସମକକ୍ଷ ହୋଇଛନ୍ତି। କେନି ମଧ୍ୟ ପାରା ଅଲିମ୍ପିକ୍ସରେ ୧୬ ସ୍ୱର୍ଣ୍ଣ ପଦକ […]

ଟୋକିଓ : ଗ୍ରେଟ୍‍ ବ୍ରିଟେନର ସାଇକ୍ଲିଷ୍ଟ ସାରା ଷ୍ଟୋରେ ଚଳିତ ପାରା ଅଲିମ୍ପିକ୍ସର ସି-୫ ଟାଇମ୍‍ ଟ୍ରାଏଲ୍‍ରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଏଥିସହ ପାରା ଅଲିମ୍ପିକ୍ସ ଇତିହାସରେ ସେ ୧୬ତମ ସ୍ୱର୍ଣ୍ଣ ସଫଳତା ପାଇଛନ୍ତି। କ୍ୟାରିୟରର ୮ମ ପାରା ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରୁଥିବା ୪୩ ବର୍ଷୀୟା ସାରା ଏଥିସହ ଗ୍ରେଟ୍‍ ବ୍ରିଟେନ ଇତିହାସରେ ଶ୍ରେଷ୍ଠ ପାରା ଅଲିମ୍ପିଆନ୍‍ ଭାବେ ସନ୍ତରଣକାରୀ ମାଇକ୍‍ କେନ୍ନୀଙ୍କ ସମକକ୍ଷ ହୋଇଛନ୍ତି। କେନି ମଧ୍ୟ ପାରା ଅଲିମ୍ପିକ୍ସରେ ୧୬ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ମଙ୍ଗଳବାର ସ୍ୱର୍ଣ୍ଣ ପଦକ ଜିତିବା ସହ ସାରା ପାରା ଅଲିମ୍ପିକ୍ସରେ ନିଜର ପଦକ ସଂଖ୍ୟାକୁ ୨୭ରେ ପହଞ୍ଚାଇଛନ୍ତି। ୧୬ ସ୍ୱର୍ଣ୍ଣ ବାଦ୍‍ ସେ ୮ ରୌପ୍ୟ ଓ ୩ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଏହି କିମ୍ବଦନ୍ତୀ ସାଇକ୍ଲିଷ୍ଟ ୧୯୯୨ରୁ ପାରା ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରି ଆସୁଛନ୍ତି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

01 Sep 2021 By The Sakala

୧୬ତମ ସ୍ୱର୍ଣ୍ଣ ଜିତିଲେ ସାରା

ଟୋକିଓ : ଗ୍ରେଟ୍‍ ବ୍ରିଟେନର ସାଇକ୍ଲିଷ୍ଟ ସାରା ଷ୍ଟୋରେ ଚଳିତ ପାରା ଅଲିମ୍ପିକ୍ସର ସି-୫ ଟାଇମ୍‍ ଟ୍ରାଏଲ୍‍ରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଏଥିସହ ପାରା ଅଲିମ୍ପିକ୍ସ ଇତିହାସରେ ସେ ୧୬ତମ ସ୍ୱର୍ଣ୍ଣ ସଫଳତା ପାଇଛନ୍ତି। କ୍ୟାରିୟରର ୮ମ ପାରା ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରୁଥିବା ୪୩ ବର୍ଷୀୟା ସାରା ଏଥିସହ ଗ୍ରେଟ୍‍ ବ୍ରିଟେନ ଇତିହାସରେ ଶ୍ରେଷ୍ଠ ପାରା ଅଲିମ୍ପିଆନ୍‍ ଭାବେ ସନ୍ତରଣକାରୀ ମାଇକ୍‍ କେନ୍ନୀଙ୍କ ସମକକ୍ଷ ହୋଇଛନ୍ତି। କେନି ମଧ୍ୟ ପାରା ଅଲିମ୍ପିକ୍ସରେ ୧୬ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ମଙ୍ଗଳବାର ସ୍ୱର୍ଣ୍ଣ ପଦକ ଜିତିବା ସହ ସାରା ପାରା ଅଲିମ୍ପିକ୍ସରେ ନିଜର ପଦକ ସଂଖ୍ୟାକୁ ୨୭ରେ ପହଞ୍ଚାଇଛନ୍ତି। ୧୬ ସ୍ୱର୍ଣ୍ଣ ବାଦ୍‍ ସେ ୮ ରୌପ୍ୟ ଓ ୩ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଏହି କିମ୍ବଦନ୍ତୀ ସାଇକ୍ଲିଷ୍ଟ ୧୯୯୨ରୁ ପାରା ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରି ଆସୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର