IPL ଅଧିନାୟକତ୍ବ ଛାଡ଼ିଲେ ମହେନ୍ଦ୍ର ସିଂହ ଧୋନି, ଋତୁରାଜ ଗାଏକ୍ବାଡ଼ ହେଲେ CSKର ନୂଆ ଅଧିନାୟକ

The Sakala Picture
Published On

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଘରୋଇ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ତମ ସଂସ୍କରଣ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ। ଚଳିତ ଆଇପିଏଲର ପ୍ରଥମ ତଥା ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଗତଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତେବେ ଉଦଘାଟନୀ ମୁକାବିଲା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ କରିଛି। ମହେନ୍ଦ୍ର […]

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଘରୋଇ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ତମ ସଂସ୍କରଣ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ। ଚଳିତ ଆଇପିଏଲର ପ୍ରଥମ ତଥା ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଗତଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତେବେ ଉଦଘାଟନୀ ମୁକାବିଲା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ କରିଛି। ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନରେ ଋତୁରାଜ ଗାଏକ୍ବାଡ଼ଙ୍କୁ ଦଳର ନୂତନ ଅଧିନାୟକ କରାଯାଇଛି। ଆଇପିଏଲ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆଇପିଏଲର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଚେନ୍ନାଇ ସୁପର କିଙ୍ଗ୍‌ସ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଧୋନି ଆଉ ଦଳର ଅଧିନାୟକ ନୁହଁନ୍ତି, ଋତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ମହେନ୍ଦ୍ର ସିଂ ଧୋନି। ୨୦୧୯ରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଏକ ଅଂଶ ଭାବରେ ଋତୁରାଜ ଗାଏକ୍ୱାଡ ରହିଆସିଛନ୍ତି। ଏହି ସମୟ ମଧ୍ୟରେ ଆଇପିଏଲରେ ୫୨ଟି ମ୍ୟାଚ୍ ଖେଳିଛନ୍ତି ଋତୁରାଜ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

୨୭ ବର୍ଷିୟ ଋତୁରାଜ ଗାଓକ୍ୱାର୍ଡ ଚେନ୍ନାଇ ଦଳର ୪ର୍ଥ ଅଧିନାୟକ ଭାବେ ଦାୟିତ୍ୱ ନେବେ । ଏହା ପୂର୍ବରୁ ଧୋନୀଙ୍କ ବ୍ୟତୀତ ସୁରେଶ ରାଇନା ଓ ରବିନ୍ଦ୍ର ଜାଡେଜା ଅଧିନାୟକ ରହିସାରିଛନ୍ତି । ଧୋନୀ ୨୧୨ ମ୍ୟାଚରେ ଅଧିନାୟକ ରହିଥିବା ବେଳେ ଜାଡେଜା ୮ ଓ ରାଇନା ୫ ମ୍ୟାଚରେ ଅଧିନାୟକ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ଧୋନି ଫଟୋସୁଟରେ ଯୋଗ ଦେଇନଥିଲେ

ପ୍ରତିଥର ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସବୁ ଦଳର ଅଧିନାୟକ ଟ୍ରଫି ସହ ଫଟୋସୁଟ୍ କରିଥାନ୍ତି। ଚଳିତ ଋତୁରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେଉଁଠାରେ ସମସ୍ତ ୧୦ଟି ଦଳର ଅଧିନାୟକଙ୍କୁ ଫଟୋସୁଟ୍ ପାଇଁ ଡକାଯାଇଥିଲା। କିନ୍ତୁ ଧୋନି ଏହି ଫଟୋସେସନରେ ଯୋଗ ଦେଇନଥିଲେ । ତାଙ୍କ ସ୍ଥାନରେ ଦଳର ଯୁବ ଓପନର ଋତୁରାଜ ଗାଇକୱାଡ ଯୋଗ ଦେଇଥିଲେ ।

ଅବସର ନେଇ ପାରନ୍ତି ଧୋନି

ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକ ପଦ ଛାଡ଼ିବା ପରେ ଆଇପିଏଲର ଏକ ସୁବର୍ଣ୍ଣ ଯୁଗର ଅନ୍ତ ହୋଇଛି। ଏମଏସ ଧୋନି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ ଥିଲେ । ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଏମଏସଙ୍କ ଅଧିନାୟକତ୍ୱରେ ସିଏସକେ ମୋଟ ୫ଟି ଆଇପିଏଲ ଟାଇଟଲ ଜିତିଥିଲା । ତାଙ୍କ ଦଳ ଗତ ସିଜନରେ ବି ଚାମ୍ପିୟନ ହୋଇଥିଲା।

ଅନ୍ୟପଟେ ଚେନ୍ନାଇର ଚେନ୍ନାଇ ସୁପର କିଙ୍ଗ୍‌ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ଆଇପିଏଲ୍ କ୍ୟାରିୟରର ଶେଷ ସିଜନରେ ଖେଳୁଥିବା ଦେଖିବାକୁ ମିଳିବେ।  ଅଧିନାୟକତ୍ୱରେ ହଠାତ୍ ପରିବର୍ତ୍ତନ ପରେ, ଏହି ସିଜିନ୍‌ ପରେ ସେ ଆଇପିଏଲରୁ ଅବସର ଘୋଷଣା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ୪୨ ବର୍ଷୀୟ ଧୋନି  ୨୧୨ ଟି ମ୍ୟାଚରେ ଚେନ୍ନାଇକୁ ଅଧିନାୟକ କରିଛନ୍ତି।

21 Mar 2024 By The Sakala

IPL ଅଧିନାୟକତ୍ବ ଛାଡ଼ିଲେ ମହେନ୍ଦ୍ର ସିଂହ ଧୋନି, ଋତୁରାଜ ଗାଏକ୍ବାଡ଼ ହେଲେ CSKର ନୂଆ ଅଧିନାୟକ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଘରୋଇ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ତମ ସଂସ୍କରଣ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ। ଚଳିତ ଆଇପିଏଲର ପ୍ରଥମ ତଥା ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଗତଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତେବେ ଉଦଘାଟନୀ ମୁକାବିଲା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ କରିଛି। ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନରେ ଋତୁରାଜ ଗାଏକ୍ବାଡ଼ଙ୍କୁ ଦଳର ନୂତନ ଅଧିନାୟକ କରାଯାଇଛି। ଆଇପିଏଲ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆଇପିଏଲର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ଚେନ୍ନାଇ ସୁପର କିଙ୍ଗ୍‌ସ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଧୋନି ଆଉ ଦଳର ଅଧିନାୟକ ନୁହଁନ୍ତି, ଋତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ମହେନ୍ଦ୍ର ସିଂ ଧୋନି। ୨୦୧୯ରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଏକ ଅଂଶ ଭାବରେ ଋତୁରାଜ ଗାଏକ୍ୱାଡ ରହିଆସିଛନ୍ତି। ଏହି ସମୟ ମଧ୍ୟରେ ଆଇପିଏଲରେ ୫୨ଟି ମ୍ୟାଚ୍ ଖେଳିଛନ୍ତି ଋତୁରାଜ।

୨୭ ବର୍ଷିୟ ଋତୁରାଜ ଗାଓକ୍ୱାର୍ଡ ଚେନ୍ନାଇ ଦଳର ୪ର୍ଥ ଅଧିନାୟକ ଭାବେ ଦାୟିତ୍ୱ ନେବେ । ଏହା ପୂର୍ବରୁ ଧୋନୀଙ୍କ ବ୍ୟତୀତ ସୁରେଶ ରାଇନା ଓ ରବିନ୍ଦ୍ର ଜାଡେଜା ଅଧିନାୟକ ରହିସାରିଛନ୍ତି । ଧୋନୀ ୨୧୨ ମ୍ୟାଚରେ ଅଧିନାୟକ ରହିଥିବା ବେଳେ ଜାଡେଜା ୮ ଓ ରାଇନା ୫ ମ୍ୟାଚରେ ଅଧିନାୟକ ରହିଛନ୍ତି ।

ଧୋନି ଫଟୋସୁଟରେ ଯୋଗ ଦେଇନଥିଲେ

ପ୍ରତିଥର ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସବୁ ଦଳର ଅଧିନାୟକ ଟ୍ରଫି ସହ ଫଟୋସୁଟ୍ କରିଥାନ୍ତି। ଚଳିତ ଋତୁରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେଉଁଠାରେ ସମସ୍ତ ୧୦ଟି ଦଳର ଅଧିନାୟକଙ୍କୁ ଫଟୋସୁଟ୍ ପାଇଁ ଡକାଯାଇଥିଲା। କିନ୍ତୁ ଧୋନି ଏହି ଫଟୋସେସନରେ ଯୋଗ ଦେଇନଥିଲେ । ତାଙ୍କ ସ୍ଥାନରେ ଦଳର ଯୁବ ଓପନର ଋତୁରାଜ ଗାଇକୱାଡ ଯୋଗ ଦେଇଥିଲେ ।

ଅବସର ନେଇ ପାରନ୍ତି ଧୋନି

ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକ ପଦ ଛାଡ଼ିବା ପରେ ଆଇପିଏଲର ଏକ ସୁବର୍ଣ୍ଣ ଯୁଗର ଅନ୍ତ ହୋଇଛି। ଏମଏସ ଧୋନି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ ଥିଲେ । ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଏମଏସଙ୍କ ଅଧିନାୟକତ୍ୱରେ ସିଏସକେ ମୋଟ ୫ଟି ଆଇପିଏଲ ଟାଇଟଲ ଜିତିଥିଲା । ତାଙ୍କ ଦଳ ଗତ ସିଜନରେ ବି ଚାମ୍ପିୟନ ହୋଇଥିଲା।

ଅନ୍ୟପଟେ ଚେନ୍ନାଇର ଚେନ୍ନାଇ ସୁପର କିଙ୍ଗ୍‌ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ଆଇପିଏଲ୍ କ୍ୟାରିୟରର ଶେଷ ସିଜନରେ ଖେଳୁଥିବା ଦେଖିବାକୁ ମିଳିବେ।  ଅଧିନାୟକତ୍ୱରେ ହଠାତ୍ ପରିବର୍ତ୍ତନ ପରେ, ଏହି ସିଜିନ୍‌ ପରେ ସେ ଆଇପିଏଲରୁ ଅବସର ଘୋଷଣା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ୪୨ ବର୍ଷୀୟ ଧୋନି  ୨୧୨ ଟି ମ୍ୟାଚରେ ଚେନ୍ନାଇକୁ ଅଧିନାୟକ କରିଛନ୍ତି।

https://www.thesakala.in/sports/ruturaj-gaikwad-replaces-ms-dhoni-as-chennai-super-kings-skipper/article-30845
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର