ଟି-୨୦ ବିଶ୍ୱକପ: ସେମିଫାଇନାଲରେ ଇଂଲଣ୍ଡଠାରୁ ହାରିବାପରେ ଭାବୁକ ହୋଇପଡିଲେ ରୋହିତ ଶର୍ମା

The Sakala Picture
Published On

ଆଡିଲେଡ୍‌: ଟି୨୦ ବିଶ୍ୱକପର ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡଠାରୁ ଅତି ଶୋଚନୀୟ ଭାବେ ହାରିଛି ଭାରତ । ଇଂଲଣ୍ଡ ହାତରୁ ପରାଜୟ ପରେ ଭାରତୀୟ ଦଳର ବିଜୟ ଯାତ୍ରା ଅଭିଯାନ ସମାପ୍ତ ହେବା ସହ ବିଶ୍ଵ କପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ତେବେ ମ୍ୟାଚ୍‌ ପରେ ଭାବ ବିହ୍ଵଳ ଦୃଶ୍ୟ ଦେଖିବାକୁ ମିଳିଛି। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଆଖି ଛଳ ଛଳ ହୋଇ ଉଠିଛି। ଡଗ୍ ଆଉଟ୍‌ରେ ବସି ରୋହିତ ନିଜ ଆଖିର […]

ଆଡିଲେଡ୍‌: ଟି୨୦ ବିଶ୍ୱକପର ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡଠାରୁ ଅତି ଶୋଚନୀୟ ଭାବେ ହାରିଛି ଭାରତ । ଇଂଲଣ୍ଡ ହାତରୁ ପରାଜୟ ପରେ ଭାରତୀୟ ଦଳର ବିଜୟ ଯାତ୍ରା ଅଭିଯାନ ସମାପ୍ତ ହେବା ସହ ବିଶ୍ଵ କପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ତେବେ ମ୍ୟାଚ୍‌ ପରେ ଭାବ ବିହ୍ଵଳ ଦୃଶ୍ୟ ଦେଖିବାକୁ ମିଳିଛି। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଆଖି ଛଳ ଛଳ ହୋଇ ଉଠିଛି। ଡଗ୍ ଆଉଟ୍‌ରେ ବସି ରୋହିତ ନିଜ ଆଖିର ଲୁହ ପୋଛୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ମ୍ୟାଚ୍ ସରିବା ପରେ ଯେବେ ଭାରତୀୟ ଦଳର ଖେଳାଳି ଇଂଲଣ୍ଡ ଖେଳାଳିଙ୍କ ସହ ହାତ ମିଳାଇ ଡଗ୍ ଆଉଟ୍‌ରେ ପହଞ୍ଚିଲେ, ସେହି ସମୟରେ ରୋହିତ ଶର୍ମା ବହୁତ ଭାବୁକ ହୋଇ ପଡିଥିଲେ। ବହୁ ସମୟ ଧରି ରୋହିତ ଶର୍ମାଙ୍କୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଆଲୋଚନା ପରେ ରୋହିତ ଶର୍ମା ବହୁତ ଭାବୁକ ହୋଇ ପଡିଥିଲେ ଏବଂ କୋଚ୍ ରାହୁଲ ଦ୍ରାବିଡ ତାଙ୍କୁ ସମ୍ଭାଳୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି ମଧ୍ୟ ପଡିଆରେ ଖୁବ୍ ନିରାଶ ଥିବା ଜଣାପଡୁଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡ ଦଳର ଦୁଇ ଓପନର ଆଲେକ୍ସ ହେଲ୍ସ ଏବଂ ଅଧିନାୟକ ଜୋସ୍ ବଟଲର ଦୃଢତାର ସହ ବ୍ୟାଟିଂ ଆରମ୍ଭ କରିଥିଲା। ନିଜର ଖ୍ୟାତି ଅନୁସାରେ ବ୍ୟାଟିଂ କରି ଦୁଇ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ଆରମ୍ଭରୁ ନିର୍ମମ ପ୍ରହାର କରିଥିଲେ। ଏପରିକି ପ୍ରତିପକ୍ଷ ବୋଲରଙ୍କୁ କୌଣସି ସୁଯୋଗ ବି ଦେଇନଥିଲେ। ପ୍ରଥମେ ଅର୍ଦ୍ଧଶତକୀୟ, ପୁଣି ଶତକୀୟ ଭାଗିଦାରୀ ଯୋଡି ହେଲ୍ସ ଏବଂ ବଟଲର ଇଂଲଣ୍ଡର ବିଜୟକୁ ସହଜ କରିଥିଲେ। ଏହି କ୍ରମରେ ଦୁଇ ବ୍ୟାଟସମ୍ୟାନ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଭାରତୀୟ ବୋଲର ଏମିତି ଦୟନୀୟ ବୋଲିଂ କରିଥିଲେ ଯେ, ବିରୋଧୀ ଦଳର ଗୋଟିଏ ହେଲେ ଓ୍ଵିକେଟ୍ ହାସଲ କରିପାରିନଥିଲେ। ସମସ୍ତ ବୋଲର ଇଂରେଜର ଦୁଇ ଓପନଙ୍କ ସମ୍ମୁଖରେ ସଂପୂର୍ଣ୍ଣ ଫିକା ପଡି ଯାଇଥିଲେ। ପରିଶେଷରେ ଇଂଲଣ୍ଡ ୧୬ ଓଭରରେ କୌଣସି ଓ୍ଵିକେଟ୍ ନହରାଇ ଅନାୟସରେ ୧୬୯ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଏପରିକି ଆହୁରି ୨୪ଟି ବଲ ବାକିଥାଇ ଇଂଲଣ୍ଡ ନିଜର ଲକ୍ଷ୍ୟ ହାସଲ କରି ନେଇଥିଲା । ମ୍ୟାଚର ଉଭୟ ବ୍ୟାଟିଂ ଓ ବୋଲିଂରେ ଇଂଲଣ୍ଡ ଦଳ ଭାରତ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର