ରଣଜୀ ଟ୍ରଫି ଫାଇନାଲ: ୪୧ଥର ଚାମ୍ପିଅନ୍ ମୁମ୍ବାଇକୁ ପରାସ୍ତ କଲା ମଧ୍ଯପ୍ରଦେଶ

The Sakala Picture
Published On

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିକୁ ଏକ ନୂତନ ଚାମ୍ପିଅନ୍ ମିଳିଛି। ଏମ୍‍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ  ଚାମ୍ପିଅନ୍ ହୋଇଛି। ସେ ୪୧ ଥର ଚାମ୍ପିୟନ ମୁମ୍ବାଇକୁ ୬ଟି ୱିକେଟରେ ପରାସ୍ତ କରିଛି। ଏହି ମ୍ଯାଚ ମଧ୍ଯପ୍ରଦେଶ ଜିିତିବାପରେ ଡ୍ରେସିଂ ରୁମରେ ବସିଥିବା ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ ଭାବପ୍ରବଣ ହୋଇଥିଲେ। ଗତ କିଛିବର୍ଷ ମଧ୍ୟରେ ଦେଶରେ ଗୋଟିଏ ପରେ ଗୋଟିଏ […]

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିକୁ ଏକ ନୂତନ ଚାମ୍ପିଅନ୍ ମିଳିଛି। ଏମ୍‍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ  ଚାମ୍ପିଅନ୍ ହୋଇଛି। ସେ ୪୧ ଥର ଚାମ୍ପିୟନ ମୁମ୍ବାଇକୁ ୬ଟି ୱିକେଟରେ ପରାସ୍ତ କରିଛି। ଏହି ମ୍ଯାଚ ମଧ୍ଯପ୍ରଦେଶ ଜିିତିବାପରେ ଡ୍ରେସିଂ ରୁମରେ ବସିଥିବା ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ ଭାବପ୍ରବଣ ହୋଇଥିଲେ। ଗତ କିଛିବର୍ଷ ମଧ୍ୟରେ ଦେଶରେ ଗୋଟିଏ ପରେ ଗୋଟିଏ ନୂତନ ଶକ୍ତିଶାଳୀ ଦଳ ସୃଷ୍ଟି ହେଉଛି। ୨୦୧୪-୧୫ ପରଠାରୁ ୬ଟି ଭିନ୍ନଭିନ୍ନ ଦଳ ୮ ଟି ସିଜନରେ ଟାଇଟଲ୍ ଜିତିଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ମ୍ୟାଚର ଶେଷ ଦିନରେ ମୁମ୍ବାଇର ଦ୍ୱିତୀୟ ଇନିଂସ ୨୬୯ ରନରେ ସୀମିତ ରହିଥିଲା। ଏହି ମ୍ଯାଚକୁ ଜିତିବାକୁ ହେଲେ ମଧ୍ଯପ୍ରଦେଶକୁ ୧୦୮ ରନର ଆବଶ୍ଯକ ଥିଲା । ମଧ୍ଯପ୍ରଦେଶ ଚାରି ୱିକେଟ୍ ହରାଇ ଏହି ମ୍ଯାଚକୁ ଜିତା ନେଇଥିଲା। ମୁମ୍ବାଇ ପ୍ରଥମ ଇନିଂସରେ ୩୭୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ମଧ୍ୟପ୍ରଦେଶ ୫୩୬ ରନ୍ ସ୍କୋର କରିଥିବାବେଳେ ୧୬୨ ରନର ଲିଡ ନେଇଥିଲା |

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ନିୟମ ଅନୁଯାୟୀ, ଯଦି ଫାଇନାଲ୍ ଡ୍ର ହୁଏ, ତେବେ ପ୍ରଥମ ଇନିଂସ ଅଗ୍ରଣୀ ଥିବା ଦଳକୁ ବିଜୟୀ ଘୋଷଣା କରାଯିବ। ତେବେ ମଧ୍ଯପ୍ରଦେଶ ଟିମ ଏଥିରେ ସନ୍ତୁଷ୍ଟ ନ ଥିଲେ ଏବଂ ଶେଷ ଦିନରେ ସାତୋଟି ୱିକେଟ୍ ନେଇ ଟ୍ରଫିର ହକଦାର ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଫାଇନାଲରେ ମଧ୍ଯପ୍ରଦେଶର  ତିନିଜଣ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିଥିଲେ। ୟଶ ଦୁବେ (୧୩୩ ରନ୍), ଶୁଭମ୍ ଶର୍ମା (୧୧୬ ରନ୍) ଏବଂ ରଜତ ପାଟିଦାର (୧୨୨ ରନ୍) କରିଥିଲେ। ମଧ୍ଯପ୍ରଦେଶର ବୋଲରମାନେ ମଧ୍ଯ ଚମତ୍କାର ବୋଲିଂ କରିଥିଲ । ଏହି ମ୍ୟାଚରେ ଗୌରବ ଯାଦବ ୬ଟି ୱିକେଟ୍ ନେଇଥିବା ବାଳେ କୁମାର କାର୍ତ୍ତିକେୟ ମଧ୍ଯ ୫ଟି ୱିକେଟ ନେଇଥିଲେ। ବାକି ବୋଲରମାନେ ମଧ୍ୟ ବହୁତ ଭଲ ପଦର୍ଶନ କରିଥିଲେ।

୩୭୩ ର ମୁମ୍ବାଇର ପ୍ରଥମ ଇନିଂସ ସ୍କୋରର ମଧ୍ୟପ୍ରଦେଶ ୫୩୬ ରନ୍ ସଂଗ୍ରହ କରିଥିଲା। ୟଶ ଦୁବେ ଏବଂ ଶୁଭମ୍ ଶର୍ମା ଏବଂ ରଜତ ପାଟିଦାର ଶତକ ହାସଲ କରିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ମଧ୍ୟପ୍ରଦେଶକୁ ଏକ ଶକ୍ତିଶାଳୀ ସ୍ଥିତିରେ ରଖିବା ପାଇଁ ଶୁଭମ୍ ଶର୍ମା ଏବଂ ୟଶ ଦୁବେ ୨୨୨ ରନର ପାଟନର ସିପ ଦେଖିବାକୁ ମିଳିଥିଲା। ଶୁଭମ୍ ଶର୍ମା ୧୧୬ ରନ୍ କରି ଆଉଟ ହୋଇଥିଲେ। ୟଶ ଦୁବେ ୧୩୩ ଏବଂ ରଜତ ପାଟିଦାର ୧୨୨ ରନ କରିଥିଲେ।

26 Jun 2022 By The Sakala

ରଣଜୀ ଟ୍ରଫି ଫାଇନାଲ: ୪୧ଥର ଚାମ୍ପିଅନ୍ ମୁମ୍ବାଇକୁ ପରାସ୍ତ କଲା ମଧ୍ଯପ୍ରଦେଶ

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିକୁ ଏକ ନୂତନ ଚାମ୍ପିଅନ୍ ମିଳିଛି। ଏମ୍‍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ  ଚାମ୍ପିଅନ୍ ହୋଇଛି। ସେ ୪୧ ଥର ଚାମ୍ପିୟନ ମୁମ୍ବାଇକୁ ୬ଟି ୱିକେଟରେ ପରାସ୍ତ କରିଛି। ଏହି ମ୍ଯାଚ ମଧ୍ଯପ୍ରଦେଶ ଜିିତିବାପରେ ଡ୍ରେସିଂ ରୁମରେ ବସିଥିବା ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ ଭାବପ୍ରବଣ ହୋଇଥିଲେ। ଗତ କିଛିବର୍ଷ ମଧ୍ୟରେ ଦେଶରେ ଗୋଟିଏ ପରେ ଗୋଟିଏ ନୂତନ ଶକ୍ତିଶାଳୀ ଦଳ ସୃଷ୍ଟି ହେଉଛି। ୨୦୧୪-୧୫ ପରଠାରୁ ୬ଟି ଭିନ୍ନଭିନ୍ନ ଦଳ ୮ ଟି ସିଜନରେ ଟାଇଟଲ୍ ଜିତିଛନ୍ତି ।

ମ୍ୟାଚର ଶେଷ ଦିନରେ ମୁମ୍ବାଇର ଦ୍ୱିତୀୟ ଇନିଂସ ୨୬୯ ରନରେ ସୀମିତ ରହିଥିଲା। ଏହି ମ୍ଯାଚକୁ ଜିତିବାକୁ ହେଲେ ମଧ୍ଯପ୍ରଦେଶକୁ ୧୦୮ ରନର ଆବଶ୍ଯକ ଥିଲା । ମଧ୍ଯପ୍ରଦେଶ ଚାରି ୱିକେଟ୍ ହରାଇ ଏହି ମ୍ଯାଚକୁ ଜିତା ନେଇଥିଲା। ମୁମ୍ବାଇ ପ୍ରଥମ ଇନିଂସରେ ୩୭୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ମଧ୍ୟପ୍ରଦେଶ ୫୩୬ ରନ୍ ସ୍କୋର କରିଥିବାବେଳେ ୧୬୨ ରନର ଲିଡ ନେଇଥିଲା |

ନିୟମ ଅନୁଯାୟୀ, ଯଦି ଫାଇନାଲ୍ ଡ୍ର ହୁଏ, ତେବେ ପ୍ରଥମ ଇନିଂସ ଅଗ୍ରଣୀ ଥିବା ଦଳକୁ ବିଜୟୀ ଘୋଷଣା କରାଯିବ। ତେବେ ମଧ୍ଯପ୍ରଦେଶ ଟିମ ଏଥିରେ ସନ୍ତୁଷ୍ଟ ନ ଥିଲେ ଏବଂ ଶେଷ ଦିନରେ ସାତୋଟି ୱିକେଟ୍ ନେଇ ଟ୍ରଫିର ହକଦାର ହୋଇଥିଲେ।

ଫାଇନାଲରେ ମଧ୍ଯପ୍ରଦେଶର  ତିନିଜଣ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିଥିଲେ। ୟଶ ଦୁବେ (୧୩୩ ରନ୍), ଶୁଭମ୍ ଶର୍ମା (୧୧୬ ରନ୍) ଏବଂ ରଜତ ପାଟିଦାର (୧୨୨ ରନ୍) କରିଥିଲେ। ମଧ୍ଯପ୍ରଦେଶର ବୋଲରମାନେ ମଧ୍ଯ ଚମତ୍କାର ବୋଲିଂ କରିଥିଲ । ଏହି ମ୍ୟାଚରେ ଗୌରବ ଯାଦବ ୬ଟି ୱିକେଟ୍ ନେଇଥିବା ବାଳେ କୁମାର କାର୍ତ୍ତିକେୟ ମଧ୍ଯ ୫ଟି ୱିକେଟ ନେଇଥିଲେ। ବାକି ବୋଲରମାନେ ମଧ୍ୟ ବହୁତ ଭଲ ପଦର୍ଶନ କରିଥିଲେ।

୩୭୩ ର ମୁମ୍ବାଇର ପ୍ରଥମ ଇନିଂସ ସ୍କୋରର ମଧ୍ୟପ୍ରଦେଶ ୫୩୬ ରନ୍ ସଂଗ୍ରହ କରିଥିଲା। ୟଶ ଦୁବେ ଏବଂ ଶୁଭମ୍ ଶର୍ମା ଏବଂ ରଜତ ପାଟିଦାର ଶତକ ହାସଲ କରିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ମଧ୍ୟପ୍ରଦେଶକୁ ଏକ ଶକ୍ତିଶାଳୀ ସ୍ଥିତିରେ ରଖିବା ପାଇଁ ଶୁଭମ୍ ଶର୍ମା ଏବଂ ୟଶ ଦୁବେ ୨୨୨ ରନର ପାଟନର ସିପ ଦେଖିବାକୁ ମିଳିଥିଲା। ଶୁଭମ୍ ଶର୍ମା ୧୧୬ ରନ୍ କରି ଆଉଟ ହୋଇଥିଲେ। ୟଶ ଦୁବେ ୧୩୩ ଏବଂ ରଜତ ପାଟିଦାର ୧୨୨ ରନ କରିଥିଲେ।

https://www.thesakala.in/sports/ranjitrophy-title-madhya-pradesh-won-by-6-wkts/article-12802
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର