ଅହମ୍ମଦାବାଦ୍‌ରେ ବଟଲର୍‌ ଶୋ : ୧୪ ବର୍ଷ ପରେ ଫାଇନାଲ ଖେଳିବ ରାଜସ୍ଥାନ ରୟାଲ୍ସ

The Sakala Picture
Published On

ଅହମ୍ମଦାବାଦ୍‍ : ୧୪ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଫାଇନାଲ ମ୍ୟାଚ୍ ଖେଳିବ ରାଜସ୍ଥାନ ରୟାଲ୍ସ। ଆଜି ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକଟେରେ ହରାଇ ଫାଇନାଲରେ ପ୍ରବେଶ କରିଛି ରାଜସ୍ଥାନ ରୟାଲ୍ସ। ଚଳିତ ସିଜନରେ ଚମତ୍କାର ଫର୍ମରେ ରହିଥିବା ଜୋଶ୍‍ ବଟଲର୍‍ ମଧ୍ୟ ଆଜିର ବିସ୍ଫୋରକ ଶତକ ସହ ରାଜସ୍ଥାନ ରୟାଲ୍ସକୁ ୧୪ ବର୍ଷ ପରେ ଇଣ୍ଡିଆନ୍ […]

ଅହମ୍ମଦାବାଦ୍‍ : ୧୪ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଫାଇନାଲ ମ୍ୟାଚ୍ ଖେଳିବ ରାଜସ୍ଥାନ ରୟାଲ୍ସ। ଆଜି ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକଟେରେ ହରାଇ ଫାଇନାଲରେ ପ୍ରବେଶ କରିଛି ରାଜସ୍ଥାନ ରୟାଲ୍ସ। ଚଳିତ ସିଜନରେ ଚମତ୍କାର ଫର୍ମରେ ରହିଥିବା ଜୋଶ୍‍ ବଟଲର୍‍ ମଧ୍ୟ ଆଜିର ବିସ୍ଫୋରକ ଶତକ ସହ ରାଜସ୍ଥାନ ରୟାଲ୍ସକୁ ୧୪ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଫାଇନାଲ ପ୍ରବେଶ କରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି।  ଜୋଶ୍‍ ବଟଲର୍‍ ମାତ୍ର ୬୦ ବଲ୍‌ ଖେଳି ୧୦ ଚୌକା ଓ ୬ ଛକା ବଳରେ ୧୦୬ ରନ୍‌ ସଂଗ୍ରହ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ କ୍ୱାଲିଫାୟରରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।ଏଲିମିନେଟର୍‍ ମ୍ୟାଚରେ ଦମଦାର ପଦର୍ଶନ କରି ୨୦୭ ରନ୍‌ କରିଥିବା ବାଙ୍ଗାଲୋର କ୍ୱାଲିଫାୟର ମ୍ୟାଚରେ ମଧ୍ୟ ବଡ ସ୍କୋର କରିବ ବୋଲି ଆଶା କରାଯାଉଥିଲା। ହେଲେ ରାଜସ୍ଥାନ ବୋଲରଙ୍କ ସଠିକ ଲାଇନ୍‌ଲେନ୍ଥ ବୋଲିଂ କାରଣରୁ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିଥିଲା। ଗତ ମ୍ୟାଚର ହିରୋ ରଜତ ପାଟିଦାରଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ ବଡ ସ୍କୋର କରି ପାରି ନାହାନ୍ତି। ପାଟିଦାର ୫୮ ରନ କରିଥିଲେ। ଯାହାଫଳରେ ଫାଇନାଲ୍ ଯିବା ପାଇଁ ରାଜସ୍ଥାନ ସମ୍ମୁଖରେ ୧୫୮ ରନର ବିଜୟ ଲକ୍ଷ୍ୟ ରଖିଥିଲା।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଚଳିତ ଆଇପିଏଲରେ ଫୁଲ୍‌ ଫର୍ମରେ ଥିବା ସଞ୍ଜୁ ସାମସନ୍‍ଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୧୫୮ ରନର ବିଜୟ ଲକ୍ଷ୍ୟକୁ ଅତି ସହଜରେ ୧୮.୧ ବଲ୍‌ରେ ହାସଲ କରିନେଇଥିଲା। ଜୋଶ୍‍ ବଟଲରଙ୍କ ବିସ୍ଫୋରକ ୧୦୬ ରନର ଶତକୀୟ ଇନିଂସ ବଳରେ ରାଜସ୍ଥାନ ୧୮.୧ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଚଳିତ ଆଇପିଏଲରେ ବଟଲରଙ୍କ ଏହା ଚତୁର୍ଥ ଶତକ। ତେବେ ଆଜିର ମ୍ୟାଚରେ ଜୋଶ୍‍ ବଟଲରଙ୍କ ବ୍ୟତିତ ଯଶସ୍ଵୀ ଜୟସଓ୍ଵାଲ ୨୧, ସଞ୍ଜୁ ସାମସନ୍‍ ୨୩, ଦେବିଦତ୍ତ ପାଡିକଲ୍‌ ୯ ଏବଂ ହେଲମାୟର ୨ ରନ୍‌ କରିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ତେବେ ଆଜିର ମ୍ୟାଚ ବିଜୟ ସହ ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପରେ ଫାଇନାଲ ମ୍ୟାଚ୍ ଖେଳିବ । ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପୂର୍ବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଫାଇନାଲ ମ୍ୟାଚ୍ ଖେଳିଥିଲା ​​। ଆଇପିଏଲ୍ ୨୦୦୮ରେ ରାଜସ୍ଥାନ, ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଟାଇଟଲ୍ ମ୍ୟାଚ୍ ଖେଳିଥିଲା ​​। ଏହି ମ୍ୟାଚରେ ରାଜସ୍ଥାନ ଶେଷ ବଲରେ ଜିତିଥିଲା। ଆଇପିଏଲ୍ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ସିଜନରେ ରାଜସ୍ଥାନ ଫାଇନାଲରେ ପ୍ରବେଶ କରି ଟାଇଟଲ୍ ଜିତିଥିଲା ​​।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର