ଆଇପିଏଲ ୨୦୨୨: ପଞ୍ଜାବକୁ ୨୦୬ରନର ଟାର୍ଗେଟ ଦେଲା ଆରସିବି
ମୁମ୍ବାଇ: ଆଜି ଆଇପିଏଲ୍ର ତୃତୀୟ ଲିଗ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ ସାମ୍ନାସାମ୍ନି ହୋଇଛନ୍ତି। ଟସ୍ ଜିତି ପଞ୍ଜାବ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଫଳରେ ବାଙ୍ଗାଲୋର ପ୍ରଥମେ ବ୍ଯାଟିଂ କରି ୨ ୱିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୨୦୫ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ପଞ୍ଜାବକୁ ୨୦୬ ରନର ଆବଶ୍ଯକତା ରହିଛି । ବାଙ୍ଗାଲୋର ପକ୍ଷରୁ ଅନୁଜ ରାୱତ (୨୧ ) ରନ କରି ଆଉଟ ହୋଇଥିଲେ। […]
ମୁମ୍ବାଇ: ଆଜି ଆଇପିଏଲ୍ର ତୃତୀୟ ଲିଗ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ ସାମ୍ନାସାମ୍ନି ହୋଇଛନ୍ତି। ଟସ୍ ଜିତି ପଞ୍ଜାବ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଫଳରେ ବାଙ୍ଗାଲୋର ପ୍ରଥମେ ବ୍ଯାଟିଂ କରି ୨ ୱିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୨୦୫ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ପଞ୍ଜାବକୁ ୨୦୬ ରନର ଆବଶ୍ଯକତା ରହିଛି ।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ବାଙ୍ଗାଲୋର ପକ୍ଷରୁ ଅନୁଜ ରାୱତ (୨୧ ) ରନ କରି ଆଉଟ ହୋଇଥିଲେ। ପାରିକୁ ଫାଫ୍ ଡୁ’ପ୍ଲେସି ଓ ବିରାଟ କୋହଲି ସମ୍ଭାଳିଥିଲେ। ଉଭୟଙ୍କର ବିସ୍ପୋରକ ବ୍ଯାଟିଂ ଦେଖିବାକୁ ମିଳିଥିଲା । ଫାଫ୍ ଡୁ’ପ୍ଲେସି ୫୭ ବଲରେ ୮୮ ରନ କରି ଆଉଟ ହୋଇଥିଲେ। ପରେ ଦିନେଶ କାର୍ତ୍ତିକ ଆସି ପାରିକି ସମ୍ଭାଳିଥିଲେ। ଦିନେସ କାର୍ତ୍ତିକ ୧୪ ବଲରେ ୩୨ ରନ କରି ଆପରାଜିତ ରହିଥିବା ବେଳେ ବିରାଟ କୋହଲି ୨୯ ବଲରେ ୪୧ ରନ କରି ଅପରାଜିତ ରହିଥିଲେ।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ
ପଞ୍ଜାବ କିଙ୍ଗ୍ସ ପକ୍ଷରୁ ରହୁଲ ଚହର ଓ ଅର୍ସଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ






