ଏସୀୟ ପାରା କ୍ରୀଡ଼ା, ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ

The Sakala Picture
Published On

ଭୁବନେଶ୍ୱର: ଚୀନ୍‌‌ର ହାଙ୍ଗଝୋଉରେ ଚାଲିଥିବା ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଓଡ଼ିଆ ଅଭିଜ୍ଞ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏକକରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏକକ ଫାଇନାଲରେ ନିଜ ଦେଶର ନିତେଶ କୁମାରଙ୍କୁ ୨୨-୨୦,୧୮-୨୧,୨୧-୧୯ ରେ ପରାଜିତ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଗୁରୁବାର ପୁରୁଷ ଯୁଗଳ ପ୍ରତିଯୋଗିତାର ସେମିଫାଇନାଲରେ ପରାସ୍ତ ହୋଇ ତାଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ବୁଧବାର ସେ ମିଶ୍ରିତ ଯୁଗଳ ପ୍ରତିଯୋଗିତାରେ ମନୀଷା ରାମଦାସଙ୍କ ସହ ସେମିରେ […]

ଭୁବନେଶ୍ୱର: ଚୀନ୍‌‌ର ହାଙ୍ଗଝୋଉରେ ଚାଲିଥିବା ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଓଡ଼ିଆ ଅଭିଜ୍ଞ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏକକରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏକକ ଫାଇନାଲରେ ନିଜ ଦେଶର ନିତେଶ କୁମାରଙ୍କୁ ୨୨-୨୦,୧୮-୨୧,୨୧-୧୯ ରେ ପରାଜିତ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଗୁରୁବାର ପୁରୁଷ ଯୁଗଳ ପ୍ରତିଯୋଗିତାର ସେମିଫାଇନାଲରେ ପରାସ୍ତ ହୋଇ ତାଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ବୁଧବାର ସେ ମିଶ୍ରିତ ଯୁଗଳ ପ୍ରତିଯୋଗିତାରେ ମନୀଷା ରାମଦାସଙ୍କ ସହ ସେମିରେ ପରାସ୍ତ ହୋଇ ପ୍ରଥମ କାଂସ୍ୟ ଜିତିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସୂଚନା ଅନୁଯାୟୀ, ୨୦୧୦ ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ ମଧ୍ୟ କୌଣସି ସଫଳତା ତାଙ୍କୁ ମିଳିନଥିଲା। ୨୦୧୪ ରେ ଏକକ ଓ ଯୁଗଳ ରେ ଭାଗ ନେଇଥିଲେ କିନ୍ତୁ କେବଳ ଏକକରେ କାଂସ୍ୟ ପଦକ ହାସଲ କରିଥିଲେ। ୨୦୧୮ ରେ ଏକକ ଓ ଯୁଗଳ ରେ ଭାଗ ନେଇଥିଲେ ଏକକରେ ସ୍ୱର୍ଣ୍ଣ ଓ ଯୁଗଳ ରେ କାଂସ୍ୟ ପଦକ ହାସଲ କରିଥିଲେ। ୨୦୨୨ ରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ ରେ ଭାଗ ନେଇଛନ୍ତି ଓ ସେ ମିଶ୍ରିତ ଯୁଗଳରେ କାଂସ୍ୟ, ଯୁଗଳ ରେ କାଂସ୍ୟ ଓ ଏକକ ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର