ଆଜି ଏସିଆ କପ୍‍ ଫାଇନାଲ: ଶ୍ରୀଲଙ୍କା- ପାକିସ୍ତାନ ହେବେ ମୁହାଁମୁହିଁ

The Sakala Picture
Published On

ଦୁବାଇ: ନିଜ ଦେଶରେ ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଏବଂ କ୍ରିକେଟ ବୋର୍ଡରେ ରାଜନୀତି। ଏହାରି ଭିତରେ ଶ୍ରୀଲଙ୍କା କ୍ରିକେଟ ଦଳ ତାହାର ପରିଚୟ ଖୋଜି ପାଇବାରେ ସଫଳ ହୋଇଛି। ଏଠାରେ ରବିବାର ଏସିଆ କପ୍‍ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳିବା ପୂର୍ବରୁ ଏହି ଦେଶ ଉଭୟ ପାକିସ୍ତାନ ଓ ଭାରତକୁ ପରାସ୍ତ କରି ଏକ ନୂଆ ଏବଂ ଶକ୍ତିଶାଳୀ ଦଳ ଭାବେ ନିଜକୁ ପ୍ରତିପାଦିତ କରିଛି। ଏହି ଦଳ ଯଦି ରବିବାର ପାକିସ୍ତାନ ସହ […]

ଦୁବାଇ: ନିଜ ଦେଶରେ ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଏବଂ କ୍ରିକେଟ ବୋର୍ଡରେ ରାଜନୀତି। ଏହାରି ଭିତରେ ଶ୍ରୀଲଙ୍କା କ୍ରିକେଟ ଦଳ ତାହାର ପରିଚୟ ଖୋଜି ପାଇବାରେ ସଫଳ ହୋଇଛି। ଏଠାରେ ରବିବାର ଏସିଆ କପ୍‍ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳିବା ପୂର୍ବରୁ ଏହି ଦେଶ ଉଭୟ ପାକିସ୍ତାନ ଓ ଭାରତକୁ ପରାସ୍ତ କରି ଏକ ନୂଆ ଏବଂ ଶକ୍ତିଶାଳୀ ଦଳ ଭାବେ ନିଜକୁ ପ୍ରତିପାଦିତ କରିଛି। ଏହି ଦଳ ଯଦି ରବିବାର ପାକିସ୍ତାନ ସହ ଖେଳାଯିବାକୁ ଥିବା ଫାଇନାଲରେ ବିଜୟୀ ହୁଏ, ତେବେ ସଙ୍କଟରେ ଥିବା ଶ୍ରୀଲଙ୍କାର ନାଗରିକଙ୍କୁ କ୍ରିକେଟ ଖେଳାଳିଙ୍କର ଏହା ହେବ ଶ୍ରେଷ୍ଠ ପୁରସ୍କାର।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହୋଇଥିଲେ ମଧ୍ୟ ଘରୋଇ ମାଟିରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହାକୁ ପରିଚାଳନା କରିବାରେ ଅସମର୍ଥ ହୋଇଥିଲା। ଯାହା ଫଳରେ ୟୁଏଇକୁ ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତରିତ ହୋଇଥିଲା। ଏଭଳି ସମୟରେ ଶ୍ରୀଲଙ୍କା ଦଳ ଆଫଗାନିସ୍ତାନଠାରୁ ହାରିଯିବା ପରେ ଖେଳାଳିଙ୍କ ମନରେ ନିରାଶାଭାବ ସୃଷ୍ଟି ହେବା ସ୍ୱାଭାବିକ। ଏହି ଦୁଃଖକୁ ଭୁଲି ଦାସୁନ ସାନକାଙ୍କ ଶ୍ରୀଲଙ୍କା ଦଳ ଏକାଠି ହୋଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ମୁକାବିଲା କରିଥିଲେ। ବାଂଲାଦେଶ, ଆଫାଗାନିସ୍ତାନ, ଭାରତ ଓ ପାକିସ୍ତାନକୁ କ୍ରମାଗତ ଭାବେ ହରାଇ ଏହି ଦଳ ଫାଇନାଲ ଖେଳିବାକୁ ଉନ୍ନୀତ ହୋଇଛି। ପାଥୁମ ନିଶାଙ୍କା ଓ କୁଶାଲ ମେଣ୍ଡିସ୍‍ ଓପନିଂରେ ବେଶ ପ୍ରଭାବ ପକାଇଥିଲେ। ଟପ୍‍ ଅର୍ଡରରେ ଖେଳିବାକୁ ଆସୁଥିବା ଦାନୁସ୍କା ଗୁଣତିଳକ, ଭାନୁକା ରାଜପକ୍ଷ, ଶାନକା ଓ ଚାମିକା କରୁଣାରତ୍ନେ ଭଲ ରନ୍‍ କରୁଛନ୍ତି। ଯାହା ଫଳରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‍ରେ ଜଣେ ହେଲେ ବ୍ୟାଟର ୩୫ ରନ୍‍ କରି ନଥିଲେ ମଧ୍ୟ ୧୭୦ ରନ୍‍ର ଟାର୍ଗେଟକୁ ସହଜରେ ହାସଲ କରିଥିଲା। ଏହି ମ୍ୟାଚ୍‍ରେ ସମସ୍ତ ଟପ୍‍ ଅର୍ଡର ବ୍ୟାଟରଙ୍କ ଷ୍ଟ୍ରାଇକ୍‍ ରେଟ ୧୫୦ରୁ ଅଧିକ ଥିଲା। ୱାନିନ୍ଦୁ ହାସରଙ୍ଗାଙ୍କ ସହ ମହେଶ ଥିକସାନା ଏକ ଶକ୍ତିଶାଳୀ ସ୍ପିନ ଯୋଡି କରିଛନ୍ତି। ମୁଖ୍ୟ ବୋଲର ଦୁଷ୍ମନ୍ତ ଚାମୀରାଙ୍କ ବଦଳରେ ଦିଲସାନ ମଧୁଶଙ୍କା ପେସ୍‍ ବୋଲରଙ୍କ ନେତୃତ୍ୱ ନେଉଛନ୍ତି। ୬ମାସ ପୂର୍ବେ ଭାରତ ସହ ଖେଳିଥିବା ଶ୍ରୀଲଙ୍କା ଦଳରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ସେମାନଙ୍କ ଚିନ୍ତାଧାରା ଓ ଖେଳରେ ବଡ଼ ପରିବର୍ତ୍ତନ ହୋଇଛି। ସେମାନେ ଏଠାରେ ଖେଳିଥିବା ୫ଟି ମ୍ୟାଚ୍‍ରେ ୨୮ଟି ଛକା ଓ ୬୨ଟି ଚୌକା ମାରିଛନ୍ତି। ଏହା ହିଁ ଶ୍ରୀଲଙ୍କାର ପରିବର୍ତ୍ତନ (ଆକ୍ରମଣାତ୍ମକ ଖେଳ)କୁ ସୂଚାଇଥାଏ। ଏଭଳି ଖେଳିଲେ ଦଳର ନିଶ୍ଚିତ ପୁନଃଜନ୍ମ ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

କିନ୍ତୁ ପାକିସ୍ତାନ ଏହି ସଫଳତାରେ ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି। ଦୁବାଇରେ ପାକିସ୍ତାନ ଘରୋଇ ଷ୍ଟାଡିୟମ୍‍ ଭଳି ସମର୍ଥନ ପାଇଥାଏ। ଦଳର ଷ୍ଟାର ଖେଳାଳି ତଥା ଅଧିନାୟକ ବାବର ଆଜମ ୫ଟି ମ୍ୟାଚ୍‍ରେ ମାତ୍ର ୬୩ ରନ୍‍ କରିଛନ୍ତି। ଏହା ସତ୍ତ୍ବେ ଦଳର ଆଉ କିଛି ତାରକା ଖେଳାଳି ମଧ୍ୟ ସୃଷ୍ଟି ହୋଇଛନ୍ତି। ମହମ୍ମଦ୍‍ ରିଜୱାନ, ମହମ୍ମଦ୍‍ ନୱାଜ (ବନାମ ଭାରତ) ଓ ନସୀମ ଶାହା (ବନାମ ଆଫଗାନିସ୍ତାନ) ହିରୋ ସାବ୍ୟସ୍ତ ହୋଇଛନ୍ତି। ଏମାନଙ୍କ କବ୍‍ଜାରୁ ଶ୍ରୀଲଙ୍କା ଖସିଯିବାର ସମ୍ଭାବନା ଯଥେଷ୍ଟ କମ୍‍। ବଡ଼ ବଡ଼ ମ୍ୟାଚ୍‍ରେ ପାକିସ୍ତାନର କେହି ଜଣେ ସାଧାରଣ ଖେଳାଳି ତାରକା ହୋଇଯାଇଥାନ୍ତି। ଏହି ମ୍ୟାଚ୍‍ରେ ଯେ ଆଉ ଜଣେ ତାରକାଙ୍କୁ ଦେଖିବାକୁ ନ ମିଳିବ ତାହା କିଏ କହିବ?

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

11 Sep 2022 By The Sakala

ଆଜି ଏସିଆ କପ୍‍ ଫାଇନାଲ: ଶ୍ରୀଲଙ୍କା- ପାକିସ୍ତାନ ହେବେ ମୁହାଁମୁହିଁ

ଦୁବାଇ: ନିଜ ଦେଶରେ ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଏବଂ କ୍ରିକେଟ ବୋର୍ଡରେ ରାଜନୀତି। ଏହାରି ଭିତରେ ଶ୍ରୀଲଙ୍କା କ୍ରିକେଟ ଦଳ ତାହାର ପରିଚୟ ଖୋଜି ପାଇବାରେ ସଫଳ ହୋଇଛି। ଏଠାରେ ରବିବାର ଏସିଆ କପ୍‍ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳିବା ପୂର୍ବରୁ ଏହି ଦେଶ ଉଭୟ ପାକିସ୍ତାନ ଓ ଭାରତକୁ ପରାସ୍ତ କରି ଏକ ନୂଆ ଏବଂ ଶକ୍ତିଶାଳୀ ଦଳ ଭାବେ ନିଜକୁ ପ୍ରତିପାଦିତ କରିଛି। ଏହି ଦଳ ଯଦି ରବିବାର ପାକିସ୍ତାନ ସହ ଖେଳାଯିବାକୁ ଥିବା ଫାଇନାଲରେ ବିଜୟୀ ହୁଏ, ତେବେ ସଙ୍କଟରେ ଥିବା ଶ୍ରୀଲଙ୍କାର ନାଗରିକଙ୍କୁ କ୍ରିକେଟ ଖେଳାଳିଙ୍କର ଏହା ହେବ ଶ୍ରେଷ୍ଠ ପୁରସ୍କାର।

ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହୋଇଥିଲେ ମଧ୍ୟ ଘରୋଇ ମାଟିରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହାକୁ ପରିଚାଳନା କରିବାରେ ଅସମର୍ଥ ହୋଇଥିଲା। ଯାହା ଫଳରେ ୟୁଏଇକୁ ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତରିତ ହୋଇଥିଲା। ଏଭଳି ସମୟରେ ଶ୍ରୀଲଙ୍କା ଦଳ ଆଫଗାନିସ୍ତାନଠାରୁ ହାରିଯିବା ପରେ ଖେଳାଳିଙ୍କ ମନରେ ନିରାଶାଭାବ ସୃଷ୍ଟି ହେବା ସ୍ୱାଭାବିକ। ଏହି ଦୁଃଖକୁ ଭୁଲି ଦାସୁନ ସାନକାଙ୍କ ଶ୍ରୀଲଙ୍କା ଦଳ ଏକାଠି ହୋଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ମୁକାବିଲା କରିଥିଲେ। ବାଂଲାଦେଶ, ଆଫାଗାନିସ୍ତାନ, ଭାରତ ଓ ପାକିସ୍ତାନକୁ କ୍ରମାଗତ ଭାବେ ହରାଇ ଏହି ଦଳ ଫାଇନାଲ ଖେଳିବାକୁ ଉନ୍ନୀତ ହୋଇଛି। ପାଥୁମ ନିଶାଙ୍କା ଓ କୁଶାଲ ମେଣ୍ଡିସ୍‍ ଓପନିଂରେ ବେଶ ପ୍ରଭାବ ପକାଇଥିଲେ। ଟପ୍‍ ଅର୍ଡରରେ ଖେଳିବାକୁ ଆସୁଥିବା ଦାନୁସ୍କା ଗୁଣତିଳକ, ଭାନୁକା ରାଜପକ୍ଷ, ଶାନକା ଓ ଚାମିକା କରୁଣାରତ୍ନେ ଭଲ ରନ୍‍ କରୁଛନ୍ତି। ଯାହା ଫଳରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‍ରେ ଜଣେ ହେଲେ ବ୍ୟାଟର ୩୫ ରନ୍‍ କରି ନଥିଲେ ମଧ୍ୟ ୧୭୦ ରନ୍‍ର ଟାର୍ଗେଟକୁ ସହଜରେ ହାସଲ କରିଥିଲା। ଏହି ମ୍ୟାଚ୍‍ରେ ସମସ୍ତ ଟପ୍‍ ଅର୍ଡର ବ୍ୟାଟରଙ୍କ ଷ୍ଟ୍ରାଇକ୍‍ ରେଟ ୧୫୦ରୁ ଅଧିକ ଥିଲା। ୱାନିନ୍ଦୁ ହାସରଙ୍ଗାଙ୍କ ସହ ମହେଶ ଥିକସାନା ଏକ ଶକ୍ତିଶାଳୀ ସ୍ପିନ ଯୋଡି କରିଛନ୍ତି। ମୁଖ୍ୟ ବୋଲର ଦୁଷ୍ମନ୍ତ ଚାମୀରାଙ୍କ ବଦଳରେ ଦିଲସାନ ମଧୁଶଙ୍କା ପେସ୍‍ ବୋଲରଙ୍କ ନେତୃତ୍ୱ ନେଉଛନ୍ତି। ୬ମାସ ପୂର୍ବେ ଭାରତ ସହ ଖେଳିଥିବା ଶ୍ରୀଲଙ୍କା ଦଳରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ସେମାନଙ୍କ ଚିନ୍ତାଧାରା ଓ ଖେଳରେ ବଡ଼ ପରିବର୍ତ୍ତନ ହୋଇଛି। ସେମାନେ ଏଠାରେ ଖେଳିଥିବା ୫ଟି ମ୍ୟାଚ୍‍ରେ ୨୮ଟି ଛକା ଓ ୬୨ଟି ଚୌକା ମାରିଛନ୍ତି। ଏହା ହିଁ ଶ୍ରୀଲଙ୍କାର ପରିବର୍ତ୍ତନ (ଆକ୍ରମଣାତ୍ମକ ଖେଳ)କୁ ସୂଚାଇଥାଏ। ଏଭଳି ଖେଳିଲେ ଦଳର ନିଶ୍ଚିତ ପୁନଃଜନ୍ମ ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

କିନ୍ତୁ ପାକିସ୍ତାନ ଏହି ସଫଳତାରେ ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି। ଦୁବାଇରେ ପାକିସ୍ତାନ ଘରୋଇ ଷ୍ଟାଡିୟମ୍‍ ଭଳି ସମର୍ଥନ ପାଇଥାଏ। ଦଳର ଷ୍ଟାର ଖେଳାଳି ତଥା ଅଧିନାୟକ ବାବର ଆଜମ ୫ଟି ମ୍ୟାଚ୍‍ରେ ମାତ୍ର ୬୩ ରନ୍‍ କରିଛନ୍ତି। ଏହା ସତ୍ତ୍ବେ ଦଳର ଆଉ କିଛି ତାରକା ଖେଳାଳି ମଧ୍ୟ ସୃଷ୍ଟି ହୋଇଛନ୍ତି। ମହମ୍ମଦ୍‍ ରିଜୱାନ, ମହମ୍ମଦ୍‍ ନୱାଜ (ବନାମ ଭାରତ) ଓ ନସୀମ ଶାହା (ବନାମ ଆଫଗାନିସ୍ତାନ) ହିରୋ ସାବ୍ୟସ୍ତ ହୋଇଛନ୍ତି। ଏମାନଙ୍କ କବ୍‍ଜାରୁ ଶ୍ରୀଲଙ୍କା ଖସିଯିବାର ସମ୍ଭାବନା ଯଥେଷ୍ଟ କମ୍‍। ବଡ଼ ବଡ଼ ମ୍ୟାଚ୍‍ରେ ପାକିସ୍ତାନର କେହି ଜଣେ ସାଧାରଣ ଖେଳାଳି ତାରକା ହୋଇଯାଇଥାନ୍ତି। ଏହି ମ୍ୟାଚ୍‍ରେ ଯେ ଆଉ ଜଣେ ତାରକାଙ୍କୁ ଦେଖିବାକୁ ନ ମିଳିବ ତାହା କିଏ କହିବ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର