ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ ଦଳ

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ ଦଳ । ପାକ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିିଳିିଛି। ମିଡିଆ ରିପୋର୍ଟ ଅନୁଯାୟୀ, ବିଶ୍ବକପ ନିମନ୍ତେ ଭାରତ ଗସ୍ତ ପାଇଁ ଦଳକୁ ପାକିସ୍ତାନ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଫଳରେ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ବିଶ୍ବକପରେ ଅଂଶଗ୍ରହଣ କରିବାକୁ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବାର ପଥ ପରିଷ୍କାର ହୋଇଛି । ଚଳିତ ବର୍ଷ […]

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ ଦଳ । ପାକ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିିଳିିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ମିଡିଆ ରିପୋର୍ଟ ଅନୁଯାୟୀ, ବିଶ୍ବକପ ନିମନ୍ତେ ଭାରତ ଗସ୍ତ ପାଇଁ ଦଳକୁ ପାକିସ୍ତାନ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଫଳରେ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ବିଶ୍ବକପରେ ଅଂଶଗ୍ରହଣ କରିବାକୁ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବାର ପଥ ପରିଷ୍କାର ହୋଇଛି । ଚଳିତ ବର୍ଷ ଆଇସିସି ଦିନିକିଆ ବିଶ୍ୱକପ୍ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବ ବୋଲି ପାକିସ୍ତାନୀ ଖବରକାଗଜ ଡନ୍ ରିପୋର୍ଟ ପ୍ରକାଶ କରିଛି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ୱେବସାଇଟରେ ସୂଚନା ଦିଆଯାଇଛି ଯେ ଦଳ ଭାରତ ଆସି ବିଶ୍ୱକପ୍ ଖେଳିବ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଆଇସିସି ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ଅକ୍ଟୋବର ୧୫ରେ ମ୍ୟାଚ୍ ଖେଳାଯିବାର ଥିଲା। କିନ୍ତୁ ନବରାତ୍ରୀକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତ୍ତନ କରାଯାଇଥିଲା। ଏବେ ଏହି ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧୪ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର