ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ ଦଳ

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ ଦଳ । ପାକ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିିଳିିଛି। ମିଡିଆ ରିପୋର୍ଟ ଅନୁଯାୟୀ, ବିଶ୍ବକପ ନିମନ୍ତେ ଭାରତ ଗସ୍ତ ପାଇଁ ଦଳକୁ ପାକିସ୍ତାନ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଫଳରେ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ବିଶ୍ବକପରେ ଅଂଶଗ୍ରହଣ କରିବାକୁ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବାର ପଥ ପରିଷ୍କାର ହୋଇଛି । ଚଳିତ ବର୍ଷ […]

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ ଦଳ । ପାକ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିିଳିିଛି।

ଆହୁରି ପଢ଼ନ୍ତୁ: ନଭେମ୍ବରରେ ବଢ଼ିବ ପେଟ୍ରୋଲ, ଡିଜେଲ ଓ ମୋବାଇଲ ଟାରିଫ୍; ଆହୁରି ମହଙ୍ଗା ହେବ ଡାଲି, ଅଟା ଓ ଖାଇବା ତେଲ

ମିଡିଆ ରିପୋର୍ଟ ଅନୁଯାୟୀ, ବିଶ୍ବକପ ନିମନ୍ତେ ଭାରତ ଗସ୍ତ ପାଇଁ ଦଳକୁ ପାକିସ୍ତାନ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଫଳରେ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ବିଶ୍ବକପରେ ଅଂଶଗ୍ରହଣ କରିବାକୁ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବାର ପଥ ପରିଷ୍କାର ହୋଇଛି । ଚଳିତ ବର୍ଷ ଆଇସିସି ଦିନିକିଆ ବିଶ୍ୱକପ୍ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବ ବୋଲି ପାକିସ୍ତାନୀ ଖବରକାଗଜ ଡନ୍ ରିପୋର୍ଟ ପ୍ରକାଶ କରିଛି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ୱେବସାଇଟରେ ସୂଚନା ଦିଆଯାଇଛି ଯେ ଦଳ ଭାରତ ଆସି ବିଶ୍ୱକପ୍ ଖେଳିବ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଆଇସିସି ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ଅକ୍ଟୋବର ୧୫ରେ ମ୍ୟାଚ୍ ଖେଳାଯିବାର ଥିଲା। କିନ୍ତୁ ନବରାତ୍ରୀକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତ୍ତନ କରାଯାଇଥିଲା। ଏବେ ଏହି ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧୪ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ, ସିରିଜରେ ୨-୦ରେ ଆଗୁଆ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର