ଜାଣନ୍ତୁ କେମିତି କରିବେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଅନ୍ ଲାଇନ୍ ଟିକେଟ ବୁକିଂ…

The Sakala Picture
Published On

ଭୁବନେଶ୍ୱର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖରୁ ବାରବାଟୀରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌‌ ଲାଗି ଆଜି ଅପରାହ୍ଣ ୪ଟାରୁ ଅନ୍‌‌ଲାଇନ୍‌‌ ଟିକଟ ବୁକିଂ ହେବ। ଏହି ଟିକଟ ଜୋମାଟୋର district App କିମ୍ବା district.in ୱେବ୍‌‌ସାଇଟ୍‌‌ରେ ଲଗ୍‌‌ଇନ୍‌‌ କରି ଆଶାୟୀ କ୍ରିକେଟପ୍ରେମୀମାବେ ଟିକଟ ବୁକିଂ କରିପାରିବେ। ମୋଟ୍‌‌ ୪ହଜାର ଟିକଟ୍‌‌ ଅନଲାଇନ୍‌‌ରେ ବିକ୍ରି ନିମନ୍ତେ ଓସିଏ ସ୍ଥିର ରହିଛି। ଟିକଟ ବୁକିଂ କରିବା ପାଇଁ ପ୍ରଥମେ district App କିମ୍ବା district.in […]

ଭୁବନେଶ୍ୱର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖରୁ ବାରବାଟୀରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌‌ ଲାଗି ଆଜି ଅପରାହ୍ଣ ୪ଟାରୁ ଅନ୍‌‌ଲାଇନ୍‌‌ ଟିକଟ ବୁକିଂ ହେବ। ଏହି ଟିକଟ ଜୋମାଟୋର district App କିମ୍ବା district.in ୱେବ୍‌‌ସାଇଟ୍‌‌ରେ ଲଗ୍‌‌ଇନ୍‌‌ କରି ଆଶାୟୀ କ୍ରିକେଟପ୍ରେମୀମାବେ ଟିକଟ ବୁକିଂ କରିପାରିବେ। ମୋଟ୍‌‌ ୪ହଜାର ଟିକଟ୍‌‌ ଅନଲାଇନ୍‌‌ରେ ବିକ୍ରି ନିମନ୍ତେ ଓସିଏ ସ୍ଥିର ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଟିକଟ ବୁକିଂ କରିବା ପାଇଁ ପ୍ରଥମେ district App କିମ୍ବା district.in ୱେବ୍‌‌ସାଇଟ୍‌‌ ଓପନ କରିବେ। ଦ୍ୱିତୀୟରେ ମ୍ୟାଚ୍‌‌ ବ୍ୟାନରକୁ ଯିବେ ଓ ତୃତୀୟରେ ବ୍ୟାନର ଉପରେ କ୍ଲିକ୍‌‌ କରିବେ। ଏହାକୁ କ୍ଲିକ୍‌‌ କରିବା ପରେ ‘ବୁକ୍‌‌ ଟିକଟସ’ ଦେଖାଯିବ। ଚତୁର୍ଥରେ ଏହା ଉପରେ କ୍ଲିକ୍‌‌ କରିବା ପରେ ମ୍ୟାଚ୍‌‌ ଓ ଷ୍ଟାଡିୟମ୍‌‌ ସମ୍ପର୍କରେ ବିସ୍ତୃତଭାବେ ଦେଖିବାକୁ ମିଳିବ। ପଞ୍ଚମରେ ‘ବାଇ ନାଓ’ ଉପରେ କ୍ଲିକ୍‌‌ କରିବେ। ଏଥିରେ ବିକ୍ରି ହେବାକୁ ଥିବା ଟିକଟ, ଷ୍ଟାଣ୍ଡ ଆଦି ସମ୍ପର୍କରେ ସୂଚନା ମିଳିବ। ଏହା ମଧ୍ୟରୁ ନିଜ ପସନ୍ଦ ଅନୁଯାୟୀ ଖାଲିଥିବା ଟିକଟ ବାଛିବେ ଓ ‘କଣ୍ଟିନିଉ’ ବଟନ ଉପରେ କ୍ଲିକ୍‌‌ କରିବେ। ଏହା ପୂରଣ ହେବା ପରେ ସ୍କ୍ରିନ୍‌‌ରେ ଥିବା ଦୁଇଟି ବକ୍ସ ଉପରୁ ଗୋଟିକୁ ବାଛିବେ। ଏଠାରେ ମନେ ରଖିବା ଉଚିତ ମୋବାଇଲ ନମ୍ବର କିମ୍ବା ଇମେଲ ପଞ୍ଜିକରଣ କରିବାକୁ ପଡ଼ିବ। ଏହା ସମ୍ପୂର୍ଣ୍ଣ ହେବା ପରେ ୟୁପିଆଇ, ନେଟ୍‌‌ ବ୍ୟାଙ୍କିଙ୍ଗ୍‌‌ କିମ୍ବା ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ ସୁବିଧା ଥିବା ଡେବିଟ୍‌‌ କାର୍ଡରେ ୧୦ ମିନିଟ୍‌‌ ମଧ୍ୟରେ ପେମେଣ୍ଟ କରିବାକୁ ହେବ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସବୁ ଠିକ୍‌‌ଠାକ ଥିଲେ ଟିକଟ କିଣିଥିବା ବ୍ୟକ୍ତିବିଶେଷଙ୍କୁ ଟିକଟ ବୁକିଂ କରିଥିବା ଆପ୍‌‌ରେ କନଫର୍ମେସନ ଆସିବ। ଇ-ମେଲରେ ‘କ୍ୟୁଆର୍‌‌’ କୋଡ ଆସିବ ଓ ଫେବୃଆରୀ ୭ ଓ ୯ରେ କେଉଁଠାରୁ ଟିକଟ ପାଇବେ (କଟକରେ କେମ୍ବ୍ରିଜ୍‌‌ ସ୍କୁଲ୍‌‌ ଓ ଭୁବନେଶ୍ୱରରେ କିଟ୍‌‌ କ୍ୟାମ୍ପସ) ସେ ସମ୍ପର୍କରେ ସୂଚନା ଦିଆଯିବ। ଏହା ଫଳରେ ଜଣେ ଅନ୍‌‌ଲାଇନ୍‌‌ରେ ଟିକଟ କିଣିବାକୁ ସମର୍ଥ ହେବେ ବୋଲି ଏହି ମ୍ୟାଚ୍‌‌ ଆୟୋଜନ କରୁଥିବା ଓଡ଼ିଶା କ୍ରିକେଟ ସଂଘ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଓସିଏରୁ ମିଳିଥିବା ସୂଚନା ଅନୁଯାୟୀ ଅନ୍‌‌ଲାଇନ୍‌‌ରେ ମୋଟ୍‌‌ ୪ହଜାର ଟିକଟ୍‌‌ ବିକ୍ରି ହେବ। ଏହା ମଧ୍ୟରୁ ଗ୍ୟାଲେରୀ ନଂ-୨ର ୧୦୭୦ଟି, ଗ୍ୟାଲେରୀ ନଂ-୪ର ୧୦୮୦ଟି, ଗ୍ୟାଲେରୀ ନଂ-୭ର ୧୫୦୦ଟି, ସ୍ପେଶିଆଲ ଏନକ୍ଲୋଜରର ୨୦୦ଟି, ଏସି ବକ୍ସର ୫୦ଟି ଏବଂ ନ୍ୟୁ ପ୍ୟାଭିଲିୟନର ୧୦୦ଟି ଟିକଟ ରହିଛି। ଗ୍ୟାଲେରୀ ନଂ-୨ ଓ ୪ର ମୂଲ୍ୟ ୯୦୦ ଟଙ୍କା, ଗ୍ୟାଲେରୀ-୭’ର ୭୦୦ ଟଙ୍କା, ସ୍ପେଶାଲ ଏନ୍‌‌କ୍ଲୋଜରର ୬, ୦୦୦ ଟଙ୍କା, ଏସି ଗ୍ୟାଲେରୀ ବକ୍ସ ୮, ୦୦୦ ଟଙ୍କା ଓ ନ୍ୟୁ ପାଭିଲିୟନର ଦାମ୍‌‌ ୧୦, ୦୦୦ ଟଙ୍କା ରହିଛି। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକଟ ବୁକିଂ କରିପାରିବେ।

ସୂଚନାଯୋଗ୍ୟ ଭାରତ- ଇଂଲଣ୍ଡ ଦିନିକିଆ ସିରିଜ୍‌‌ର ଦ୍ୱିତୀୟ ମ୍ୟାଚ୍‌‌ କଟକ ବାରବାଟୀ ଷ୍ଟାଡିୟମ୍‌‌ରେ ଫେବୃଆରୀ ୯ ତାରିଖରେ ଖେଳାଯିବ। ଏହି ମ୍ୟାଚ୍‌‌ ଅପରାହ୍ଣ ୧ଟା ୩୦ ମିନିଟ୍‌‌ରୁ ଆରମ୍ଭ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର