ନୀରଜଙ୍କ ସ୍ବର୍ଣ୍ଣ ପଛରେ ଚାଚାଙ୍କ ଭୂମିକା

The Sakala Picture
Published On

ପଞ୍ଚକୁଲାର ତାଉ ଦେବୀ ଲାଲ ସ୍ପୋର୍ଟସ କମ୍ପ୍ଲେକ୍ସ  ଟ୍ରାକ ନୀରଜ ଚୋପ୍ରାଙ୍କ ସୁବର୍ଣ୍ଣ ଯାତ୍ରାର ସାକ୍ଷୀ ହାଇ ରହିବ। ଏହି ଠାରୁ ସେ ତାଙ୍କ କ୍ଯାରିଅର ଆରମ୍ଭ କରିଥିଲେ। ନୀରଜ ଦୌଡ଼ିବା ବେଳେ ଜାଣି ନ ଥିଲେ ଯେ ଦିନେ ଏହି ଟ୍ରାକ୍ ତାଙ୍କୁ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣକୁ ନେଇଯିବ। ଦୀର୍ଘ ୧୦ ବର୍ଷର ନିରନ୍ତର ଉଦ୍ୟମ ପରେ ସେ ଶନିବାର ଟୋକିଓ ଅଲିମ୍ପିକ୍ସରେ ସଫଳତା ପାଇଥିଲେ । ଯାହାକୁ  ନେଇ ଭାରତ ଆଜି ଗର୍ବିତ। ୨୦୧୧  […]

ପଞ୍ଚକୁଲାର ତାଉ ଦେବୀ ଲାଲ ସ୍ପୋର୍ଟସ କମ୍ପ୍ଲେକ୍ସ  ଟ୍ରାକ ନୀରଜ ଚୋପ୍ରାଙ୍କ ସୁବର୍ଣ୍ଣ ଯାତ୍ରାର ସାକ୍ଷୀ ହାଇ ରହିବ। ଏହି ଠାରୁ ସେ ତାଙ୍କ କ୍ଯାରିଅର ଆରମ୍ଭ କରିଥିଲେ। ନୀରଜ ଦୌଡ଼ିବା ବେଳେ ଜାଣି ନ ଥିଲେ ଯେ ଦିନେ ଏହି ଟ୍ରାକ୍ ତାଙ୍କୁ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣକୁ ନେଇଯିବ। ଦୀର୍ଘ ୧୦ ବର୍ଷର ନିରନ୍ତର ଉଦ୍ୟମ ପରେ ସେ ଶନିବାର ଟୋକିଓ ଅଲିମ୍ପିକ୍ସରେ ସଫଳତା ପାଇଥିଲେ । ଯାହାକୁ  ନେଇ ଭାରତ ଆଜି ଗର୍ବିତ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

୨୦୧୧  ମସିହାରୁ ତାଉ ଦେବୀ ଲାଲଙ୍କ ସ୍ପୋର୍ଟସ କମ୍ପ୍ଲେକ୍ସରେ ଦିନ ରାତି ଏକ କରି  ପରିଶ୍ରମ କରିବା ପରେ, ପ୍ରଥମ ପ୍ରୟାସରେ ସେ ନଭେମ୍ବର  ୨୦୧୨ରେ ଲକ୍ଷ୍ନୌଠାରେ ଆୟୋଜିତ ଜୁନିଅର ନ୍ୟାସନାଲରେ ଅଣ୍ଡର -୧୬ ବର୍ଗରେ ୬୮.୪୬  ମିଟର ସହିତ ଜାଭେଲିନ୍ ଥ୍ରୋରେ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ।  ସେବେଠାରୁ କୋଚ୍ ନସିମ ଅହମ୍ମଦ ଅଲିମ୍ପିକ୍ସ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ ଏବଂ ନୀରଜ ମଧ୍ୟ ଅନୁଭବ କରିଥିଲେ ଯେ ସେ ଭଲ କରିପାରିବେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଜାଭେଲିନରେ ନୀରଜଙ୍କର ପ୍ରଥମ ଗୁରୁ ହେଉଛନ୍ତି ତାଙ୍କ ଚାଚା ଜୟବୀର

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ନୀରଜଙ୍କ  ଓଜନ ଅଧିକ ଥିବାରୁ ତାଙ୍କ ଚାଚ ତାଙ୍କୁ ପାଟି କରନ୍ତି। ସେ ଚାଚଙ୍କ ଭୟରେ ଓଜନ କମାଇବା ପାଇଁ ଦୌଡିବାକୁ ଯାଇଥାନ୍ତି। ଏହିଠାରୁ ତାଙ୍କକ ଖେଳ ପ୍ରତି ରୁଚି ଆସିଥିଲା।  ନୀରଜ କହିଛନ୍ତି ଯେ, ସେ ଜାଣି ନ ଥିଲେ ଯେ ଏହି ଠାରୁ ତାଙ୍କ କ୍ୟାରିୟର ଆରମ୍ଭ ହେବ। ଅଧିକ ଓଜନ ହେତୁ ଚାଚା ତାଙ୍କୁ ଦୌଡ଼ିବା ଏବଂ ବ୍ୟାୟାମ କରିବା ପାଇଁ ପଠାଉଥିଲେ । ଏହା ପରେ ସେ ଧୀରେ ଧୀରେ  ଖେଳକୁ ଉପଭୋଗ କରିବାକୁ ଲାଗିଥିଲେ। ପ୍ରାରମ୍ଭରେ ତାଙ୍କ ଗାଁରେ ଚାଚା ଜୟବୀର ନୀରଜଙ୍କୁ ଜାଭେଲିନ୍ ଥ୍ରୋ ଅଭ୍ୟାସ କରାଉଥିଲେ । ତା’ପରେ ପରିବାର ସଦସ୍ୟଙ୍କ ପରାମର୍ଶ ନେବା ପରେ ନୀରଜ ଆଥଲେଟିକ୍ସରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଜୟବୀରଙ୍କ ସହ ପଞ୍ଚକୁଲା ସ୍ପୋର୍ଟସ ନର୍ସରୀରେ ନାମ ଲେଖାଇଥିଲେ। ଏହା ପରେ ସେ ଓଜନ ହ୍ରାସ କରିବା ସହ ଜାଭେଲିନ୍ ଥ୍ରୋ ସାହାଯ୍ୟରେ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଥିଲେ।

କ୍ରୀଡା କ୍ୟାରିୟରର ମାତ୍ର ଚାରି ବର୍ଷରେ ପାଞ୍ଚଟି ରେକର୍ଡ କରିଥିଲେ ନୀରଜ: 

ନୀରଜ ଚୋପ୍ରା ଏପରି ଜଣେ ଖେଳାଳି, ଯିଏ ମାତ୍ର ଚାରି ବର୍ଷର ଖେଳ ଜୀବନରେ ପାଞ୍ଚଟି ରେକର୍ଡ ସୃଷ୍ଟି କରିଥିଲେ। ଯେତେବେଳେ ସେ  ୨୦୧୨ ରୁ ୨୦୧୬ପର୍ଯ୍ୟନ୍ତ ଖେଳ ପଡିଆରେ ପ୍ରବେଶ କରୁଥିଲେ ବଡବଡ ଖେଳାଳୀଙ୍କୁ ସହଜରେ ପରାସ୍ତ କରିଦେଉଥିଲେ। ଏବଂ ପ୍ରତିଥର ମଧ୍ଯ ନୂଆନୂଆ ରେକର୍ଡ ସୃଷ୍ଟି କରୁଥିଲେ।   ୨୦୧୨ ପରେ, ସେ ପୁନର୍ବାର ୨୦୧୬ ଫେବୃଆରୀ ୧୨ରେ ଗୁଆହାଟୀରେ ଆୟୋଜିତ ଦକ୍ଷିଣ ଏସୀୟ ଗେମ୍ସର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୧୯ ବର୍ଷରୁ କମ୍ ବୟସରେ ୮୨.୨୩  ମିଟର ଜାଭେଲିନ୍ ପକାଇ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ ନୀରଜ।

-ଫେବୃଆରୀ -୨୦୧୬ରେ ଗୁଆହାଟୀରେ ଆୟୋଜିତ ଏସୀୟ ଗେମ୍ସରେ, ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୮୨.୨୩ ମିଟରର ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ ।

-୨୬ ରୁ ୩୦ନଭେମ୍ବର ୨୦୧୪ ପର୍ଯ୍ୟନ୍ତ, ଗୁଜୁରାଟର ବିଜୟୱାଡା ଠାରେ ଚାଲିଥିବା ୩୦ତମ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପ୍ ୧୮ବର୍ଷରୁ କମ୍ ବୟସର ୟୁପି ଅଭିଷେକଙ୍କ ୭୩.୪୦ ରେକର୍ଡ ଭାଙ୍ଗି ୭୬.୫୦ ମିଟରର ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ।

-୧୮-୧୯ ଅକ୍ଟୋବର ୨୦୧୪ରେ ଲକ୍ଷ୍ନୌର ପିଏସି ଗ୍ରାଉଣ୍ଡରେ ୨୬ତମ ଉତ୍ତର ଜୋନ୍ ଆଥଲେଟିକ୍ସ ଚାମ୍ପିଅନସିପର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୭୪.୭୬ ମିଟରର ପକାଇ ହରିୟାଣର ଅଭିଷେକଙ୍କ ରେକର୍ଡ ଭାଙ୍ଗିଥିଲେ ନୀରଜ।

-ସେ ଲକ୍ଷ୍ନୌରେ ୨୦୧୨ରେ ଆୟୋଜିତ ଜୁନିଅର ନ୍ୟାସନାଲରେ ୬୮.୪୬  ମିଟର ସହ ଜାଭେଲିନ୍ ଥ୍ରୋରେ ଏକ ରେକର୍ଡ ସ୍ଥାପନ କରିଥିଲେ।

ହେଲେ ୨୦୨୧ ଅଗଷ୍ଟ ୭ତାରିଖ ଅର୍ଥାତ ଶନିବାର ଟୋକିଓ ଅଲିମ୍ପିକ୍ସ ଯେଉଁ ରେକର୍ଡ ସୃଷ୍ଟି କରିଛନ୍ତି ତାହା ସବୁଦିନ ପାଇଁ ମନେ ରହିବ । ବିଶ୍ବର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିରୋଜ ଯେଉଁ ସଫଳତା ହସଲ କରିଛନ୍ତି, ତାହାକୁ ନେଇ ଭାରତ ଆଜି ଗର୍ବିତ। ଏହି ସ୍ବର୍ଣ୍ଣ ପଦକ ପଛରେ ତାଙ୍କର ନିରନ୍ତର ପରିଶ୍ରମ ଓ ଚଚାଙ୍କ ଭୂମିକା ବେଶ ଗୁରୁତ୍ବ ବହନ କରୁଛି।

08 Aug 2021 By The Sakala

ନୀରଜଙ୍କ ସ୍ବର୍ଣ୍ଣ ପଛରେ ଚାଚାଙ୍କ ଭୂମିକା

ପଞ୍ଚକୁଲାର ତାଉ ଦେବୀ ଲାଲ ସ୍ପୋର୍ଟସ କମ୍ପ୍ଲେକ୍ସ  ଟ୍ରାକ ନୀରଜ ଚୋପ୍ରାଙ୍କ ସୁବର୍ଣ୍ଣ ଯାତ୍ରାର ସାକ୍ଷୀ ହାଇ ରହିବ। ଏହି ଠାରୁ ସେ ତାଙ୍କ କ୍ଯାରିଅର ଆରମ୍ଭ କରିଥିଲେ। ନୀରଜ ଦୌଡ଼ିବା ବେଳେ ଜାଣି ନ ଥିଲେ ଯେ ଦିନେ ଏହି ଟ୍ରାକ୍ ତାଙ୍କୁ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣକୁ ନେଇଯିବ। ଦୀର୍ଘ ୧୦ ବର୍ଷର ନିରନ୍ତର ଉଦ୍ୟମ ପରେ ସେ ଶନିବାର ଟୋକିଓ ଅଲିମ୍ପିକ୍ସରେ ସଫଳତା ପାଇଥିଲେ । ଯାହାକୁ  ନେଇ ଭାରତ ଆଜି ଗର୍ବିତ।

୨୦୧୧  ମସିହାରୁ ତାଉ ଦେବୀ ଲାଲଙ୍କ ସ୍ପୋର୍ଟସ କମ୍ପ୍ଲେକ୍ସରେ ଦିନ ରାତି ଏକ କରି  ପରିଶ୍ରମ କରିବା ପରେ, ପ୍ରଥମ ପ୍ରୟାସରେ ସେ ନଭେମ୍ବର  ୨୦୧୨ରେ ଲକ୍ଷ୍ନୌଠାରେ ଆୟୋଜିତ ଜୁନିଅର ନ୍ୟାସନାଲରେ ଅଣ୍ଡର -୧୬ ବର୍ଗରେ ୬୮.୪୬  ମିଟର ସହିତ ଜାଭେଲିନ୍ ଥ୍ରୋରେ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ।  ସେବେଠାରୁ କୋଚ୍ ନସିମ ଅହମ୍ମଦ ଅଲିମ୍ପିକ୍ସ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ ଏବଂ ନୀରଜ ମଧ୍ୟ ଅନୁଭବ କରିଥିଲେ ଯେ ସେ ଭଲ କରିପାରିବେ।

ଜାଭେଲିନରେ ନୀରଜଙ୍କର ପ୍ରଥମ ଗୁରୁ ହେଉଛନ୍ତି ତାଙ୍କ ଚାଚା ଜୟବୀର

ନୀରଜଙ୍କ  ଓଜନ ଅଧିକ ଥିବାରୁ ତାଙ୍କ ଚାଚ ତାଙ୍କୁ ପାଟି କରନ୍ତି। ସେ ଚାଚଙ୍କ ଭୟରେ ଓଜନ କମାଇବା ପାଇଁ ଦୌଡିବାକୁ ଯାଇଥାନ୍ତି। ଏହିଠାରୁ ତାଙ୍କକ ଖେଳ ପ୍ରତି ରୁଚି ଆସିଥିଲା।  ନୀରଜ କହିଛନ୍ତି ଯେ, ସେ ଜାଣି ନ ଥିଲେ ଯେ ଏହି ଠାରୁ ତାଙ୍କ କ୍ୟାରିୟର ଆରମ୍ଭ ହେବ। ଅଧିକ ଓଜନ ହେତୁ ଚାଚା ତାଙ୍କୁ ଦୌଡ଼ିବା ଏବଂ ବ୍ୟାୟାମ କରିବା ପାଇଁ ପଠାଉଥିଲେ । ଏହା ପରେ ସେ ଧୀରେ ଧୀରେ  ଖେଳକୁ ଉପଭୋଗ କରିବାକୁ ଲାଗିଥିଲେ। ପ୍ରାରମ୍ଭରେ ତାଙ୍କ ଗାଁରେ ଚାଚା ଜୟବୀର ନୀରଜଙ୍କୁ ଜାଭେଲିନ୍ ଥ୍ରୋ ଅଭ୍ୟାସ କରାଉଥିଲେ । ତା’ପରେ ପରିବାର ସଦସ୍ୟଙ୍କ ପରାମର୍ଶ ନେବା ପରେ ନୀରଜ ଆଥଲେଟିକ୍ସରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଜୟବୀରଙ୍କ ସହ ପଞ୍ଚକୁଲା ସ୍ପୋର୍ଟସ ନର୍ସରୀରେ ନାମ ଲେଖାଇଥିଲେ। ଏହା ପରେ ସେ ଓଜନ ହ୍ରାସ କରିବା ସହ ଜାଭେଲିନ୍ ଥ୍ରୋ ସାହାଯ୍ୟରେ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଥିଲେ।

କ୍ରୀଡା କ୍ୟାରିୟରର ମାତ୍ର ଚାରି ବର୍ଷରେ ପାଞ୍ଚଟି ରେକର୍ଡ କରିଥିଲେ ନୀରଜ: 

ନୀରଜ ଚୋପ୍ରା ଏପରି ଜଣେ ଖେଳାଳି, ଯିଏ ମାତ୍ର ଚାରି ବର୍ଷର ଖେଳ ଜୀବନରେ ପାଞ୍ଚଟି ରେକର୍ଡ ସୃଷ୍ଟି କରିଥିଲେ। ଯେତେବେଳେ ସେ  ୨୦୧୨ ରୁ ୨୦୧୬ପର୍ଯ୍ୟନ୍ତ ଖେଳ ପଡିଆରେ ପ୍ରବେଶ କରୁଥିଲେ ବଡବଡ ଖେଳାଳୀଙ୍କୁ ସହଜରେ ପରାସ୍ତ କରିଦେଉଥିଲେ। ଏବଂ ପ୍ରତିଥର ମଧ୍ଯ ନୂଆନୂଆ ରେକର୍ଡ ସୃଷ୍ଟି କରୁଥିଲେ।   ୨୦୧୨ ପରେ, ସେ ପୁନର୍ବାର ୨୦୧୬ ଫେବୃଆରୀ ୧୨ରେ ଗୁଆହାଟୀରେ ଆୟୋଜିତ ଦକ୍ଷିଣ ଏସୀୟ ଗେମ୍ସର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୧୯ ବର୍ଷରୁ କମ୍ ବୟସରେ ୮୨.୨୩  ମିଟର ଜାଭେଲିନ୍ ପକାଇ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ ନୀରଜ।

-ଫେବୃଆରୀ -୨୦୧୬ରେ ଗୁଆହାଟୀରେ ଆୟୋଜିତ ଏସୀୟ ଗେମ୍ସରେ, ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୮୨.୨୩ ମିଟରର ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ ।

-୨୬ ରୁ ୩୦ନଭେମ୍ବର ୨୦୧୪ ପର୍ଯ୍ୟନ୍ତ, ଗୁଜୁରାଟର ବିଜୟୱାଡା ଠାରେ ଚାଲିଥିବା ୩୦ତମ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପ୍ ୧୮ବର୍ଷରୁ କମ୍ ବୟସର ୟୁପି ଅଭିଷେକଙ୍କ ୭୩.୪୦ ରେକର୍ଡ ଭାଙ୍ଗି ୭୬.୫୦ ମିଟରର ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ।

-୧୮-୧୯ ଅକ୍ଟୋବର ୨୦୧୪ରେ ଲକ୍ଷ୍ନୌର ପିଏସି ଗ୍ରାଉଣ୍ଡରେ ୨୬ତମ ଉତ୍ତର ଜୋନ୍ ଆଥଲେଟିକ୍ସ ଚାମ୍ପିଅନସିପର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୭୪.୭୬ ମିଟରର ପକାଇ ହରିୟାଣର ଅଭିଷେକଙ୍କ ରେକର୍ଡ ଭାଙ୍ଗିଥିଲେ ନୀରଜ।

-ସେ ଲକ୍ଷ୍ନୌରେ ୨୦୧୨ରେ ଆୟୋଜିତ ଜୁନିଅର ନ୍ୟାସନାଲରେ ୬୮.୪୬  ମିଟର ସହ ଜାଭେଲିନ୍ ଥ୍ରୋରେ ଏକ ରେକର୍ଡ ସ୍ଥାପନ କରିଥିଲେ।

ହେଲେ ୨୦୨୧ ଅଗଷ୍ଟ ୭ତାରିଖ ଅର୍ଥାତ ଶନିବାର ଟୋକିଓ ଅଲିମ୍ପିକ୍ସ ଯେଉଁ ରେକର୍ଡ ସୃଷ୍ଟି କରିଛନ୍ତି ତାହା ସବୁଦିନ ପାଇଁ ମନେ ରହିବ । ବିଶ୍ବର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିରୋଜ ଯେଉଁ ସଫଳତା ହସଲ କରିଛନ୍ତି, ତାହାକୁ ନେଇ ଭାରତ ଆଜି ଗର୍ବିତ। ଏହି ସ୍ବର୍ଣ୍ଣ ପଦକ ପଛରେ ତାଙ୍କର ନିରନ୍ତର ପରିଶ୍ରମ ଓ ଚଚାଙ୍କ ଭୂମିକା ବେଶ ଗୁରୁତ୍ବ ବହନ କରୁଛି।

https://www.thesakala.in/sports/olympic-gold-medalist-neeraj-chopra-had-practice-for-some-time-in-tau-devi-lal-sports-complex-of-panchkula/article-4465
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର