ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରତକୁ ବକ୍ସିଂରେ ୩ୟ ସ୍ବର୍ଣ୍ଣ, ପୁରୁଷ ଡବଲ୍ସ ଟେବୁଲ ଟେନିସରେ ରୌପ୍ୟ

The Sakala Picture
Published On

ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ତୃତୀୟ ସ୍ୱର୍ଣ୍ଣ ପଦକ।  ନିଖତ ଜରିନ ୫୦ କେଜି (ଲାଇଟ୍ ଫ୍ଲାଇୱେଟ)ରେ ଜିତିଲେ ସ୍ୱର୍ଣ୍ଣ। ଉତ୍ତର ଆୟର୍ଲାଣ୍ଡର କାର୍ଲି ମ୍ୟାକନାଉଲ୍‌ଙ୍କୁ ହରାଇ ସେ ଏହି ପଦକ ହାସଲ କରିଛନ୍ତି। ପୂର୍ବରୁ ନିତୁ ଘନ୍‌ଘାସ ଓ ଅମିତ ପଙ୍ଗଲ ସ୍ୱର୍ଣ୍ଣ ଜିତିଥିଲେ। ସେହିପରି ଆଜି ପୁରୁଷ ଡବଲ୍ସ ଟେବୁଲ ଟେନିସରେ ଭାରତକୁ ରୌପ୍ୟ ପଦକ ମିଳିଛି। ଫାଇନାଲରେ ହରିବା ପରେ ଅଚନ୍ତା ଶରତ କମଲ ଓ ସାଥିଆନ ଜ୍ଞାନଶେଖରନ ରୌପ୍ୟ […]

ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ତୃତୀୟ ସ୍ୱର୍ଣ୍ଣ ପଦକ।  ନିଖତ ଜରିନ ୫୦ କେଜି (ଲାଇଟ୍ ଫ୍ଲାଇୱେଟ)ରେ ଜିତିଲେ ସ୍ୱର୍ଣ୍ଣ। ଉତ୍ତର ଆୟର୍ଲାଣ୍ଡର କାର୍ଲି ମ୍ୟାକନାଉଲ୍‌ଙ୍କୁ ହରାଇ ସେ ଏହି ପଦକ ହାସଲ କରିଛନ୍ତି। ପୂର୍ବରୁ ନିତୁ ଘନ୍‌ଘାସ ଓ ଅମିତ ପଙ୍ଗଲ ସ୍ୱର୍ଣ୍ଣ ଜିତିଥିଲେ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସେହିପରି ଆଜି ପୁରୁଷ ଡବଲ୍ସ ଟେବୁଲ ଟେନିସରେ ଭାରତକୁ ରୌପ୍ୟ ପଦକ ମିଳିଛି। ଫାଇନାଲରେ ହରିବା ପରେ ଅଚନ୍ତା ଶରତ କମଲ ଓ ସାଥିଆନ ଜ୍ଞାନଶେଖରନ ରୌପ୍ୟ ପଦକ ଜିତିଛନ୍ତି। ସେ ଇଂଲଣ୍ଡର ଲିଆମ୍ ପିଚଫୋର୍ଡ ଏବଂ ପଲ୍ ଡ୍ରିଙ୍କହଲ୍‌ଙ୍କ ଠାରୁ ହାରି ଯାଇଛନ୍ତି। ଫଳରେ ଏହି ଇଭେଣ୍ଟରେ ଭାରତୀୟ ଜୋଡ଼ିଙ୍କ ସ୍ୱର୍ଣ୍ଣ ଜିତିବା ଆଶା ଅଧୁରା ରହିଯାଇଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର