ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ଯରେ ତୃତୀୟ ତଥା ସିରିଜ୍‍ର ନିର୍ଣ୍ଣାୟକ ମୁକାବିଲା

The Sakala Picture
Published On

ନାପିଏର: ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂକୁ ନେଇ ଖୁବ୍‍ ଚର୍ଚ୍ଚା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‍ରେ ସୂର୍ଯ୍ୟଙ୍କ ବ୍ୟାଟିଂ ବିସ୍ଫୋରଣରେ ନ୍ୟୁଜିଲାଣ୍ଡ ପରାଭୁତ ହୋଇଯାଇଥିଲା। ସେ ଏକାକୀ ମ୍ୟାଚ୍‍ର ଗତିପଥ ବଦଳାଇଦେଇଥିଲେ। ୫୧ବଲ୍‍ରେ ୧୧ ଚୌକା ଓ ୭ ଛକା ସହ ୧୧୧ ରନର ଅପରାଜିତ ଇନିଂସ ଖେଳିବା ପରେ ଏହି ମ୍ୟାଚ୍‍ ଏକତରଫା ହୋଇଯାଇଥିଲା। ଫଳରେ ଭାରତ ବିଜୟୀ ହେବା ସହ ସିରିଜ୍‍ରେ ୧-୦ରେ ଆଗୁଆ ରହିଥିଲା। ବର୍ଷା ଯୋଗୁ ପ୍ରଥମ […]

ନାପିଏର: ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂକୁ ନେଇ ଖୁବ୍‍ ଚର୍ଚ୍ଚା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‍ରେ ସୂର୍ଯ୍ୟଙ୍କ ବ୍ୟାଟିଂ ବିସ୍ଫୋରଣରେ ନ୍ୟୁଜିଲାଣ୍ଡ ପରାଭୁତ ହୋଇଯାଇଥିଲା। ସେ ଏକାକୀ ମ୍ୟାଚ୍‍ର ଗତିପଥ ବଦଳାଇଦେଇଥିଲେ। ୫୧ବଲ୍‍ରେ ୧୧ ଚୌକା ଓ ୭ ଛକା ସହ ୧୧୧ ରନର ଅପରାଜିତ ଇନିଂସ ଖେଳିବା ପରେ ଏହି ମ୍ୟାଚ୍‍ ଏକତରଫା ହୋଇଯାଇଥିଲା। ଫଳରେ ଭାରତ ବିଜୟୀ ହେବା ସହ ସିରିଜ୍‍ରେ ୧-୦ରେ ଆଗୁଆ ରହିଥିଲା। ବର୍ଷା ଯୋଗୁ ପ୍ରଥମ ମ୍ୟାଚ୍‍ ବାତିଲ ହେବା ପରେ ତୃତୀୟ ତଥା ସିରିଜ୍‍ର ନିର୍ଣ୍ଣାୟକ ମୁକାବିଲା ଏଠାରେ ମଙ୍ଗଳବାର ଖେଳାଯିବ। ଏହି ମ୍ୟାଚ୍‍କୁ ଉଭୟ ଦଳ ଜିତିବା ନିଶ୍ଚିତ ଚେଷ୍ଟା କରିବେ। ଘରୋଇ ଦଳର ଅଧିନାୟକ କେନ୍‍ ୱିଲିୟମସନ ଚିକିତ୍ସିତ ହେବାକୁ ଯାଇଥିବାରୁ ଏହି ମ୍ୟାଚ୍‍ରେ ଟିମ୍‍ ସାଉଦୀ ଦଳର ନେତୃତ୍ୱ ନେବେ। ଏଣୁ ଦୁଇ ଅଲରାଉଣ୍ଡରଙ୍କ ନେତୃତ୍ୱରେ ଏହି ମ୍ୟାଚ୍‍ ଖେଳାଯିବ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ପୂର୍ବମ୍ୟାଚ୍‍ରେ ଭାରତ ଦଳରେ ସ୍ଥାନ ପାଇବାକୁ ଆଶାୟୀ ଥିବା ଯୁବ ଖେଳାଳିମାନେ ସୁଯୋଗ ପାଇ ନଥିଲେ। ଉମ୍ରାନ ମଲ୍ଲିକ, କୁଲଦୀପ ଯାଦବ, ସଞ୍ଜୁ ସାମସନ, ଶୁବମାନ ଗିଲ୍‍ ଆଦି ଖେଳାଳି ସୁଯୋଗ ନପାଇ ନିରାଶ ହୋଇଛନ୍ତି। ଏମାନଙ୍କୁ ସୁଯୋଗ ମିଳିବ କି ନାହିଁ, ତାହା କହିବା ମୁସ୍କିଲ। କିନ୍ତୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ପରିବର୍ତ୍ତନ ହେବା ସମ୍ଭାବନା କମ୍‍ ବୋଲି ସୂଚନା ଦେଇଛନ୍ତି। ଉଭୟ ହେଡ୍‍ କୋଚ୍‍ ଭିଭିଏସ୍‍ ଲକ୍ଷ୍ମଣ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କାମଚଳା ଦାୟିତ୍ୱରେ ରହିଛନ୍ତି। ସେମାନେ ପରୀକ୍ଷା ନୀରିକ୍ଷା କରି ନିଜ ରେକର୍ଡ ଆଦୌ ଖରାପ କରିବାକୁ ଚାହିଁବେ ନାହିଁ। ଏଣୁ ପାୱାର ପ୍ଲେ’ରେ ଭାରତ ମନ୍ଥର ଗତିରେ ରନ୍‍ ସଂଗ୍ରହ କରିବା ସତ୍ତ୍ବେ ଦୁଇ ବାମହାତୀ ଓପନର ଋଷଭ ପନ୍ତ୍‍ ଓ ଇଶାନ କିସାନଙ୍କର ବାଦ୍‍ ପଡ଼ିବା ସମ୍ଭାବନା କମ୍‍। ପନ୍ତ୍‍ ଏହି ମ୍ୟାଚ୍‍ରେ ଦ୍ରୁତଗତିରେ ରନ୍‍ କରିବେ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ହୋଇନାହିଁ। ଏଥିଲାଗି ତାଙ୍କୁ ଆଉ ଏକ ସୁଯୋଗ ମିଳିବା ନିଶ୍ଚିତ। ଯେଉଁମାନେ ଖେଳିବାକୁ ସୁଯୋଗ ପାଇ ନାହାନ୍ତି, ସେମାନଙ୍କୁ ଦିନିକିଆ ସିରିଜ୍‍ରେ ସୁଯୋଗ ମିଳିପାରେ। ନାପିଏର ପିଚ୍‍ ବୋଲରଙ୍କୁ ସହାୟତା ଦେବ। ଏଣୁ ବୋଲରଙ୍କ ପ୍ରଭାବ ନିଶ୍ଚିତ ପରିଲକ୍ଷିତ ହେବ। ଅନ୍ୟପକ୍ଷରେ ଅଧିନାୟକ ୱିଲିୟମସନଙ୍କ ଅନୁପସ୍ଥିତିରେ ଫିନ୍‍ ଆଲେନ୍‍, ଗ୍ଲେନ୍‍ ଫିଲିପ୍ସ ଓ ଡାରିଲ ମିଚେଲଙ୍କ ଉପରେ ଦଳ ବ୍ୟାଟିଂ ଲାଗି ନିର୍ଭର କରିବ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଭାରତ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ୍‍ (ଉପଅଧିନାୟକ), ଇଶାନ କିସାନ, ଶୁବମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟସ ଆୟର, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଶଲ ପଟେଲ, ମହମ୍ମଦ୍‍ ସିରାଜ୍‍, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ଉମ୍ରାନ ମଲ୍ଲିକ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

ନ୍ୟୁଜିଲାଣ୍ଡ: ଟିମ୍‍ ସାଉଦୀ (ଅଧିନାୟକ), ଫିନ୍‍ ଆଲେନ୍‍, ଡେଭନ କନୱେ (ୱିକେଟ କିପର), ମାଇକେଲ ବ୍ରେସ୍‍ୱେଲ, ଡାରିଲ ମିଚେଲ, ଗ୍ଲେନ୍‍ ଫିଲିପ୍ସ, ମିଚେଲ ସାଣ୍ଟନର, ଇଶ୍‍ ସୋଧି, ଜିମ୍ମି ନୀଶାମ, ଲକି ଫର୍ଗୁସନ, ଆଦାମ ମିଲ୍‍ନେ ଓ ବ୍ଲେୟର ଟିକ୍‍ନର।

22 Nov 2022 By The Sakala

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ଯରେ ତୃତୀୟ ତଥା ସିରିଜ୍‍ର ନିର୍ଣ୍ଣାୟକ ମୁକାବିଲା

ନାପିଏର: ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂକୁ ନେଇ ଖୁବ୍‍ ଚର୍ଚ୍ଚା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‍ରେ ସୂର୍ଯ୍ୟଙ୍କ ବ୍ୟାଟିଂ ବିସ୍ଫୋରଣରେ ନ୍ୟୁଜିଲାଣ୍ଡ ପରାଭୁତ ହୋଇଯାଇଥିଲା। ସେ ଏକାକୀ ମ୍ୟାଚ୍‍ର ଗତିପଥ ବଦଳାଇଦେଇଥିଲେ। ୫୧ବଲ୍‍ରେ ୧୧ ଚୌକା ଓ ୭ ଛକା ସହ ୧୧୧ ରନର ଅପରାଜିତ ଇନିଂସ ଖେଳିବା ପରେ ଏହି ମ୍ୟାଚ୍‍ ଏକତରଫା ହୋଇଯାଇଥିଲା। ଫଳରେ ଭାରତ ବିଜୟୀ ହେବା ସହ ସିରିଜ୍‍ରେ ୧-୦ରେ ଆଗୁଆ ରହିଥିଲା। ବର୍ଷା ଯୋଗୁ ପ୍ରଥମ ମ୍ୟାଚ୍‍ ବାତିଲ ହେବା ପରେ ତୃତୀୟ ତଥା ସିରିଜ୍‍ର ନିର୍ଣ୍ଣାୟକ ମୁକାବିଲା ଏଠାରେ ମଙ୍ଗଳବାର ଖେଳାଯିବ। ଏହି ମ୍ୟାଚ୍‍କୁ ଉଭୟ ଦଳ ଜିତିବା ନିଶ୍ଚିତ ଚେଷ୍ଟା କରିବେ। ଘରୋଇ ଦଳର ଅଧିନାୟକ କେନ୍‍ ୱିଲିୟମସନ ଚିକିତ୍ସିତ ହେବାକୁ ଯାଇଥିବାରୁ ଏହି ମ୍ୟାଚ୍‍ରେ ଟିମ୍‍ ସାଉଦୀ ଦଳର ନେତୃତ୍ୱ ନେବେ। ଏଣୁ ଦୁଇ ଅଲରାଉଣ୍ଡରଙ୍କ ନେତୃତ୍ୱରେ ଏହି ମ୍ୟାଚ୍‍ ଖେଳାଯିବ।

ପୂର୍ବମ୍ୟାଚ୍‍ରେ ଭାରତ ଦଳରେ ସ୍ଥାନ ପାଇବାକୁ ଆଶାୟୀ ଥିବା ଯୁବ ଖେଳାଳିମାନେ ସୁଯୋଗ ପାଇ ନଥିଲେ। ଉମ୍ରାନ ମଲ୍ଲିକ, କୁଲଦୀପ ଯାଦବ, ସଞ୍ଜୁ ସାମସନ, ଶୁବମାନ ଗିଲ୍‍ ଆଦି ଖେଳାଳି ସୁଯୋଗ ନପାଇ ନିରାଶ ହୋଇଛନ୍ତି। ଏମାନଙ୍କୁ ସୁଯୋଗ ମିଳିବ କି ନାହିଁ, ତାହା କହିବା ମୁସ୍କିଲ। କିନ୍ତୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ପରିବର୍ତ୍ତନ ହେବା ସମ୍ଭାବନା କମ୍‍ ବୋଲି ସୂଚନା ଦେଇଛନ୍ତି। ଉଭୟ ହେଡ୍‍ କୋଚ୍‍ ଭିଭିଏସ୍‍ ଲକ୍ଷ୍ମଣ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କାମଚଳା ଦାୟିତ୍ୱରେ ରହିଛନ୍ତି। ସେମାନେ ପରୀକ୍ଷା ନୀରିକ୍ଷା କରି ନିଜ ରେକର୍ଡ ଆଦୌ ଖରାପ କରିବାକୁ ଚାହିଁବେ ନାହିଁ। ଏଣୁ ପାୱାର ପ୍ଲେ’ରେ ଭାରତ ମନ୍ଥର ଗତିରେ ରନ୍‍ ସଂଗ୍ରହ କରିବା ସତ୍ତ୍ବେ ଦୁଇ ବାମହାତୀ ଓପନର ଋଷଭ ପନ୍ତ୍‍ ଓ ଇଶାନ କିସାନଙ୍କର ବାଦ୍‍ ପଡ଼ିବା ସମ୍ଭାବନା କମ୍‍। ପନ୍ତ୍‍ ଏହି ମ୍ୟାଚ୍‍ରେ ଦ୍ରୁତଗତିରେ ରନ୍‍ କରିବେ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ହୋଇନାହିଁ। ଏଥିଲାଗି ତାଙ୍କୁ ଆଉ ଏକ ସୁଯୋଗ ମିଳିବା ନିଶ୍ଚିତ। ଯେଉଁମାନେ ଖେଳିବାକୁ ସୁଯୋଗ ପାଇ ନାହାନ୍ତି, ସେମାନଙ୍କୁ ଦିନିକିଆ ସିରିଜ୍‍ରେ ସୁଯୋଗ ମିଳିପାରେ। ନାପିଏର ପିଚ୍‍ ବୋଲରଙ୍କୁ ସହାୟତା ଦେବ। ଏଣୁ ବୋଲରଙ୍କ ପ୍ରଭାବ ନିଶ୍ଚିତ ପରିଲକ୍ଷିତ ହେବ। ଅନ୍ୟପକ୍ଷରେ ଅଧିନାୟକ ୱିଲିୟମସନଙ୍କ ଅନୁପସ୍ଥିତିରେ ଫିନ୍‍ ଆଲେନ୍‍, ଗ୍ଲେନ୍‍ ଫିଲିପ୍ସ ଓ ଡାରିଲ ମିଚେଲଙ୍କ ଉପରେ ଦଳ ବ୍ୟାଟିଂ ଲାଗି ନିର୍ଭର କରିବ।

ଭାରତ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ୍‍ (ଉପଅଧିନାୟକ), ଇଶାନ କିସାନ, ଶୁବମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟସ ଆୟର, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଶଲ ପଟେଲ, ମହମ୍ମଦ୍‍ ସିରାଜ୍‍, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ଉମ୍ରାନ ମଲ୍ଲିକ।

ନ୍ୟୁଜିଲାଣ୍ଡ: ଟିମ୍‍ ସାଉଦୀ (ଅଧିନାୟକ), ଫିନ୍‍ ଆଲେନ୍‍, ଡେଭନ କନୱେ (ୱିକେଟ କିପର), ମାଇକେଲ ବ୍ରେସ୍‍ୱେଲ, ଡାରିଲ ମିଚେଲ, ଗ୍ଲେନ୍‍ ଫିଲିପ୍ସ, ମିଚେଲ ସାଣ୍ଟନର, ଇଶ୍‍ ସୋଧି, ଜିମ୍ମି ନୀଶାମ, ଲକି ଫର୍ଗୁସନ, ଆଦାମ ମିଲ୍‍ନେ ଓ ବ୍ଲେୟର ଟିକ୍‍ନର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର