ଲୁସାନେ ଡାଇମଣ୍ଡ ଲିଗ୍‌ରେ ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା

The Sakala Picture
Published On

ନୂଆଦିଲ୍ଲୀ: ଦେଶର ସୁନା ପୁଅ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଲୋଜାନ ଡାଇମଣ୍ଡ ଲିଗ୍ ଟାଇଟଲ୍ ଜିତିଛନ୍ତି। ନୀରଜ ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ହେଉଛି ‘ଗୋଲଡେନ୍ ବୟ’ ନୀରଜଙ୍କ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହାପୂର୍ବରୁ ସେ ମେ’ ମାସରେ ଦୋହା ଠାରେ ଅନୁଷ୍ଠିତ ହୀରାଖଣ୍ଡ ଲିଗ୍ ଟାଇଟଲ୍ ଜିତିଥିଲେ। ଆହତ ହେବା ପରେ ନୀରଜ ଚୋପ୍ରା ଜବରଦସ୍ତ କମ୍ ବ୍ୟାକ କରିଛନ୍ତି। ପ୍ରାୟ ମାସେ […]

ନୂଆଦିଲ୍ଲୀ: ଦେଶର ସୁନା ପୁଅ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଲୋଜାନ ଡାଇମଣ୍ଡ ଲିଗ୍ ଟାଇଟଲ୍ ଜିତିଛନ୍ତି। ନୀରଜ ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ହେଉଛି ‘ଗୋଲଡେନ୍ ବୟ’ ନୀରଜଙ୍କ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହାପୂର୍ବରୁ ସେ ମେ’ ମାସରେ ଦୋହା ଠାରେ ଅନୁଷ୍ଠିତ ହୀରାଖଣ୍ଡ ଲିଗ୍ ଟାଇଟଲ୍ ଜିତିଥିଲେ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଆହତ ହେବା ପରେ ନୀରଜ ଚୋପ୍ରା ଜବରଦସ୍ତ କମ୍ ବ୍ୟାକ କରିଛନ୍ତି। ପ୍ରାୟ ମାସେ ଆଘାତ ହେବାର ବିରତି ପରେ ସେ ବର୍ଚ୍ଛା ସହିତ ପଡ଼ିଆକୁ ଓହ୍ଲାଇଥିଲେ। ପଞ୍ଚମ ରାଉଣ୍ଡରେ ସେ ୮୭.୬୬ ମିଟର ଥ୍ରୋ ସହ ଟାଇଟଲ ଜିତିଥିଲେ। ଏହା ହେଉଛି ନୀରଜଙ୍କ ଅଷ୍ଟମ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ। ଏହାପୂର୍ବରୁ ସେ ଏସୀୟ ଗେମ୍ସ, ଦକ୍ଷିଣ ଏସୀୟ ଗେମ୍ସ, ଅଲିମ୍ପିକ ଗେମ୍ସ ଏବଂ ଡାଇମଣ୍ଡ ଲିଗ୍ ଭଳି ଟୁର୍ନାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଫାଉଲରୁ ନୀରୋଜ ଚୋପ୍ରା ନିଜର ଇନିଂସ ଆରମ୍ଭ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ନୀରଜ ୮୩.୫୨ ମିଟର ଥ୍ରୋ କରିଥିଲେ। ତୃତୀୟ ରାଉଣ୍ଡରେ ନୀରଜ ୮୫.୦୨ ମିଟର, ଚତୁର୍ଥ ରାଉଣ୍ଡରେ ଫାଉଲ ହୋଇଥିବାବେଳେ ପଞ୍ଚମ ରାଉଣ୍ଡରେ ଜାଭେଲିନ୍କୁ ୮୭.୬୬ ମିଟର ଦୂର ଫିଙ୍ଗିଥିଲେ। ଏହି ଥ୍ରୋ ସହିତ ସେ ପ୍ରଥମ ସ୍ଥାନକୁ ଆସିଥିଲେ। ଷଷ୍ଠ ତଥା ଶେଷ ରାଉଣ୍ଡରେ ନୀରଜ ୮୪.୧୫ ମିଟର ଥ୍ରୋ କରିଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଏହି ଇଭେଣ୍ଟରେ ଜର୍ମାନୀର ଜୁଲିଆନ୍ ୱେବର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଢ ସେ ୮୭.୦୩ ମିଟର ଥ୍ରୋ ସହିତ ରୌପ୍ୟ ପଦକ ଜିତିଛନ୍ତି। ଏଥି ସହିତ ଚେକ ରିପବ୍ଲିକର ଜାକୁବ ଭାଡଲେଚେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ୮୬.୧୩ ମିଟର ଫିଙ୍ଗିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର