ମୁମ୍ୱାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ୍ ୨୦୨୫ର ଚାମ୍ପିୟନ, ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନରେ ପରାସ୍ତ କଲା

The Sakala Picture
Published On

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ୨୦୨୫ର ଚାମ୍ପିୟନ ହୋଇଛି ମୁମ୍ୱାଇ ଇଣ୍ଡିଆନ୍ସ । ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଡବ୍ଳୁପିଏଲ୍‌ ଚାମ୍ପିୟନ ହୋଇଛି ମୁମ୍ୱାଇ ଟିମ୍ । ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୪୯ ରନ୍ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୧ ରନ୍‌ କରିପାରିଥିଲା । ୧୫୦ ରନ୍‌ର ଟାର୍ଗେଟ୍‌କୁ ପିଛା […]

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ୨୦୨୫ର ଚାମ୍ପିୟନ ହୋଇଛି ମୁମ୍ୱାଇ ଇଣ୍ଡିଆନ୍ସ । ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଡବ୍ଳୁପିଏଲ୍‌ ଚାମ୍ପିୟନ ହୋଇଛି ମୁମ୍ୱାଇ ଟିମ୍ । ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୪୯ ରନ୍ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୧ ରନ୍‌ କରିପାରିଥିଲା ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

୧୫୦ ରନ୍‌ର ଟାର୍ଗେଟ୍‌କୁ ପିଛା କରି ବ୍ୟାଟିଂ କରୁଥିବା ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଦଳର ୧୫ ରନ୍‌ ସ୍କୋର ବେଳେ ଅଧିନାୟକ ମେଗ୍ ଲାନିଙ୍ଗ ଆଉଟ୍ ହୋଇଥିଲେ । ଶେଫାଲି ବର୍ମା ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ମୁମ୍ବାଇ ପକ୍ଷରୁ ବ୍ରଣ୍ଟ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ମଧ୍ୟ ଖରାପ ଥିଲା । ଦଳ ୫ ଓଭର ମଧ୍ୟରେ ପ୍ରାରମ୍ଭିକ ବ୍ୟାଟରଙ୍କ ୱିକେଟ୍ ହରାଇଥିଲା । ୟାସ୍ତିକା ୮ ରନ୍ କରି ଆଉଟ ହୋଇଥିଲେ ଏବଂ ହେଲି ମାଥ୍ୟୁସ୍ ୩ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ହରମନପ୍ରୀତ ଏବଂ ବ୍ରଣ୍ଟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୬୨ ବଲରେ ୮୯ ରନ୍‌ର ଭାଗୀଦାରି ହୋଇଥିଲା । ବ୍ରଣ୍ଟ ୨୮ ବଲ୍‌ରେ ମାତ୍ର ୩୦ ରନ୍ କରିପାରିଥିଲେ । ଆମେଲିଆ କର ତିନୋଟି ବଲ୍‌ରେ ମାତ୍ର ଦୁଇ ରନ୍ କରିପାରିଥିଲେ । ସଜନା ଖାତା ଖୋଲିପାରି ନଥିଲେ । ଅଧିନାୟିକା ହରମନପ୍ରୀତ କୌର ୪୪ ବଲ୍‌ରେ ସର୍ବାଧିକ ୬୬ ରନ୍ କରିଥିଲେ । ଦିଲ୍ଲୀ ପାଇଁ କାପ୍,ଜୋନାସେନ ଓ ଚାରାଣି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

16 Mar 2025 By The Sakala

ମୁମ୍ୱାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ୍ ୨୦୨୫ର ଚାମ୍ପିୟନ, ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନରେ ପରାସ୍ତ କଲା

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ୨୦୨୫ର ଚାମ୍ପିୟନ ହୋଇଛି ମୁମ୍ୱାଇ ଇଣ୍ଡିଆନ୍ସ । ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଡବ୍ଳୁପିଏଲ୍‌ ଚାମ୍ପିୟନ ହୋଇଛି ମୁମ୍ୱାଇ ଟିମ୍ । ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୪୯ ରନ୍ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୧ ରନ୍‌ କରିପାରିଥିଲା ।

୧୫୦ ରନ୍‌ର ଟାର୍ଗେଟ୍‌କୁ ପିଛା କରି ବ୍ୟାଟିଂ କରୁଥିବା ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଦଳର ୧୫ ରନ୍‌ ସ୍କୋର ବେଳେ ଅଧିନାୟକ ମେଗ୍ ଲାନିଙ୍ଗ ଆଉଟ୍ ହୋଇଥିଲେ । ଶେଫାଲି ବର୍ମା ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ମୁମ୍ବାଇ ପକ୍ଷରୁ ବ୍ରଣ୍ଟ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ମଧ୍ୟ ଖରାପ ଥିଲା । ଦଳ ୫ ଓଭର ମଧ୍ୟରେ ପ୍ରାରମ୍ଭିକ ବ୍ୟାଟରଙ୍କ ୱିକେଟ୍ ହରାଇଥିଲା । ୟାସ୍ତିକା ୮ ରନ୍ କରି ଆଉଟ ହୋଇଥିଲେ ଏବଂ ହେଲି ମାଥ୍ୟୁସ୍ ୩ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ହରମନପ୍ରୀତ ଏବଂ ବ୍ରଣ୍ଟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୬୨ ବଲରେ ୮୯ ରନ୍‌ର ଭାଗୀଦାରି ହୋଇଥିଲା । ବ୍ରଣ୍ଟ ୨୮ ବଲ୍‌ରେ ମାତ୍ର ୩୦ ରନ୍ କରିପାରିଥିଲେ । ଆମେଲିଆ କର ତିନୋଟି ବଲ୍‌ରେ ମାତ୍ର ଦୁଇ ରନ୍ କରିପାରିଥିଲେ । ସଜନା ଖାତା ଖୋଲିପାରି ନଥିଲେ । ଅଧିନାୟିକା ହରମନପ୍ରୀତ କୌର ୪୪ ବଲ୍‌ରେ ସର୍ବାଧିକ ୬୬ ରନ୍ କରିଥିଲେ । ଦିଲ୍ଲୀ ପାଇଁ କାପ୍,ଜୋନାସେନ ଓ ଚାରାଣି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

https://www.thesakala.in/sports/mumbai-indians-won-wpl-2025-trophy/article-39353
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର