ଆଇପିଏଲ-୧୬: ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଲକ୍ଷ୍ନୌ ସୁପର ଜେଣ୍ଟସ୍

The Sakala Picture
Published On

ଲକ୍ଷ୍ନୌ: ପ୍ରାରମ୍ଭିକ ବ୍ୟାଟର୍‌‌ କାଏଲ୍‌‌ ମାୟର୍ସ ( ୩୮ବଲ୍‌‌ରେ ୭୩ରନ୍‌‌)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ମାର୍କ ଉଡ୍‌‌ଙ୍କ ମାରାତ୍ମକ ବୋଲିଂ ବଳରେ ଶନିବାର ଖେଳାଯାଇଥିବା ଚଳିତ ଆଇପିଏଲ୍‌‌ର ୩ୟ ମୁକାବିଲାରେ ଘରୋଇ ଲକ୍ଷ୍ନୌ ସୁପର୍‌‌ ଜ୍ୟାଣ୍ଟ୍‌‌ସ ୫୦ ରନର ବୃହତ୍‌‌ ବ୍ୟବଧାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ବିଜୟ ସହ ଲୋକେଶ ରାହୁଲଙ୍କ ଦଳ ୨ ପଏଣ୍ଟ ପାଇ ଖାତା ଖୋଲିଛି। ୫ ୱିକେଟ୍‌‌ ହାସଲକାରୀ ମାର୍କ ଉଡ୍‌‌ଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। […]

ଲକ୍ଷ୍ନୌ: ପ୍ରାରମ୍ଭିକ ବ୍ୟାଟର୍‌‌ କାଏଲ୍‌‌ ମାୟର୍ସ ( ୩୮ବଲ୍‌‌ରେ ୭୩ରନ୍‌‌)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ମାର୍କ ଉଡ୍‌‌ଙ୍କ ମାରାତ୍ମକ ବୋଲିଂ ବଳରେ ଶନିବାର ଖେଳାଯାଇଥିବା ଚଳିତ ଆଇପିଏଲ୍‌‌ର ୩ୟ ମୁକାବିଲାରେ ଘରୋଇ ଲକ୍ଷ୍ନୌ ସୁପର୍‌‌ ଜ୍ୟାଣ୍ଟ୍‌‌ସ ୫୦ ରନର ବୃହତ୍‌‌ ବ୍ୟବଧାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ବିଜୟ ସହ ଲୋକେଶ ରାହୁଲଙ୍କ ଦଳ ୨ ପଏଣ୍ଟ ପାଇ ଖାତା ଖୋଲିଛି। ୫ ୱିକେଟ୍‌‌ ହାସଲକାରୀ ମାର୍କ ଉଡ୍‌‌ଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସ୍ଥାନୀୟ ଏକନ୍ନା କ୍ରିକେଟ୍‌‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଲକ୍ଷ୍ନୌ ପକ୍ଷରୁ ଦିଲ୍ଲୀ ଆଗରେ ୧୯୪ ରନର ଚ୍ୟାଲେଞ୍ଜିଂପୂର୍ଣ୍ଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଲକ୍ଷ୍ୟକୁ ପିଛା କରି ଡେଭିଡ୍‌‌ ୱାର୍ଣ୍ଣରଙ୍କ ନେତୃତ୍ୱାଧିନ ଦିଲ୍ଲୀ ଉଡଙ୍କ ବୋଲିଂକୁ ସାମ୍ନା କରି ନ ପାରି ୯ ୱିକେଟ୍‌‌ରେ ୧୪୩ ରନ୍‌‌ ସଂଗ୍ରହ କରି ପରାସ୍ତ ହୋଇଥିଲା। ପରାଜିତ ଦଳ ପକ୍ଷରୁ ଅଧିନାୟକ ୱାର୍ଣ୍ଣରଙ୍କୁ ଛାଡ଼ିଦେଲେ ଅନ୍ୟକୌଣସି ବ୍ୟାଟର୍‌‌ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ଏହି ଅଷ୍ଟ୍ରେଲୀୟ ବାମହାତୀ ଖେଳାଳି ୪୮ ବଲରୁ ୭ ଚୌକା ସହାୟତାରେ ସର୍ବାଧିକ ୫୬ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଲି ରୁଷୋ ୩୦, ଅକ୍ଷର ପଟେଲ ୧୬ ଓ ପୃଥ୍ୱୀ ଶ’ ୧୨ ରନ କରିଥିଲେ। ଅନ୍ୟକୌଣସି ଖେଳାଳି ଦୁଇଅଙ୍କବିଶିଷ୍ଟ ସ୍କୋର କରିପାରି ନ ଥିଲେ। ଋଷଭ ପନ୍ତଙ୍କ ସ୍ଥାନରେ ଖେଳୁଥିବା ସର୍ଫରାଜ ଖାନ (୪ ରନ), ମିଚେଲ ମାର୍ଶ (୦), ରୋଭମାନ ପାୱେଲ (୧), ଅମନ ହାକିମ ଖାନ (୪), ଚେତନ ସାକାରିୟା (୪) ଓ କୁଲଦୀପ ଯାଦବ (୬*) ନିରାଶ କରିଥିଲେ। ଡାହାଣହାତୀ ଦ୍ରୁତ ବୋଲର ଉଡ୍‌‌ ୪ ଓଭରରେ ମାତ୍ର ୧୪ ରନ ବ୍ୟୟ କରି ୫ଟି ୱିକେଟ୍‌‌ ଅକ୍ତିଆର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବି ବିଷ୍ଣୋଇ ଓ ଅଭେସ ଖାନ ୨ଟି ଲେଖାଏ ୱିକେଟ୍‌‌ ନେଇଥିଲେ। ଏଥିସହ ଆଇପିଏଲ୍‌‌ରେ ଏହି ଦୁଇ ଦଳ ପରସ୍ପର ବିପକ୍ଷରେ ୩ଥର ଖେଳିଛନ୍ତି। ଯେଉଁଥିରେ ଲକ୍ଷ୍ନୌ ସମସ୍ତ ମୁକାବିଲାରେ ବାଜିମାତ୍‌‌ କରି ଅପରାଜେୟ ରେକର୍ଡ ବଜାୟ ରଖିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଟସ୍‌‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌ ୪ର୍ଥ ଓଭରରେ ଅଧିନାୟକ ତଥା ଓପନର୍‌‌ ଲୋକେଶ ରାହୁଲଙ୍କ ୱିକେଟ୍‌‌ ହରାଇଥିଲା। ୧୨ଟି ବଲରୁ ୮ ରନ କରିଥିବାବେଳେ ଚେତନ ସାକାରିୟାଙ୍କ ବଲରେ ରାହୁଲ କ୍ୟାଚ୍‌‌ ହୋଇଥିଲେ। ତେବେ ଅନ୍ୟତମ ଓପନର୍‌‌ ୱେଷ୍ଟଇଣ୍ଡିଜର ମାୟର୍ସ ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିବାରୁ ଲକ୍ଷ୍ନୌ ୧୨ ଓଭର ବେଳକୁ ୧୦୦ ରନ ଅତିକ୍ରମ କରିସାରିଥିଲା। ମାୟର୍ସ ୩୮ଟି ବଲ୍‌‌ ସାମ୍ନା କରି ୭୩ ରନର ଦ୍ରୁତ ପାଳି ଖେଳି ଅକ୍ଷର ପଟେଲଙ୍କ ବଲରେ ବୋଲ୍ଡ ହୋଇଥିଲେ। ଏହି ପାଳିରେ ସେ ୭ଟି ଚୌକା ଓ ୨ଟି ଛକା ମାରିଥିଲେ। ମଧ୍ୟକ୍ରମରେ ଅନ୍ୟତମ ୱେଷ୍ଟଇଣ୍ଡିଜ ଖେଳାଳି ତଥା ୱିକେଟ୍‌‌ରକ୍ଷକ ନିକୋଲସ ପୂରନ ୨୧ ବଲରୁ ୩୬ ରନର ପାଳି ଖେଳିବାରୁ ଲକ୍ଷ୍ନୌ ୧୯୩ ରନର ଏକ ବଡ଼ ସ୍କୋର ଠିଆ କରିପାରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଦୀପକ ହୁଦା ୧୮ ବଲରୁ ୧୭, ମାର୍କସ ଷ୍ଟୋଇନିସ ୧୦ ବଲରୁ ୧୨, ଆୟୂଷ ବଦୋନୀ ୭ ବଲରୁ ୧୮ ରନ କରିଥିଲେ। ସେହିଭଳି କ୍ରୁନାଲ ପାଣ୍ଡ୍ୟା ୧୫ ଓ କ୍ରିଷ୍ଣାପ୍ପା ଗୋଥାମ ୬ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବୋଲିଂରେ ଦିଲ୍ଲୀ ପକ୍ଷରୁ ବାମହାତୀ ଦ୍ରୁତ ବୋଲର ଖଲିଲ୍‌‌ ଅହମ୍ମଦ ଓ ସାକାରିୟା ୨ଟି ଲେଖାଏ ୱିକେଟ୍‌‌ ନେଇଥିଲେ। ଦୁଇ ସ୍ପିନର ଅକ୍ଷର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏ ୱିକେଟ୍‌‌ ମିଳିଥିଲା।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp