ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଅଲିମ୍ପିକ୍ସକୁ ମନୋନୀତ ହେଲେ ପ୍ରଥମ କିନ୍ନର ଲୌରା ହୁବାର୍ଡ

The Sakala Picture
Published On

ଅକ୍‌ଲାଣ୍ଡ: ଲୌରା ହୁବାର୍ଡ ପ୍ରଥମ କିନ୍ନର ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସ ଲାଗି ମନୋନୀତ ହୋଇଛନ୍ତି। ଏହି ୪୩ ବର୍ଷୀୟ ଆଥଲେଟଙ୍କୁ ନ୍ୟୁଜିଲାଣ୍ଡ ମହିଳା ଭାରୋତ୍ତୋଳନ ଟିମ୍‌ରେ ସାମିଲ କରାଯାଇଛି ଓ ସେ ୮୭ କିଲୋରୁ ଅଧିକ ଓଜନ କାଟାଗୋରୀରେ ଅଂଶଗ୍ରହଣ କରିବେ । ହୁବାର୍ଡଙ୍କୁ ମହିଳା କାଟାଗୋରୀରେ ସାମିଲ କରାଯିବା ପରେ ଏହାକୁ ନେଇ ବିଶ୍ଵରେ ପୁଣି ଏକ ବିତର୍କ ସୃଷ୍ଟି ହୋଇଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିୟମ ଅନୁଯାୟୀ ଯେଉଁ କିନ୍ନରଙ୍କ ଟେଷ୍ଟୋଷ୍ଟୋରେନ ସ୍ତର […]

ଅକ୍‌ଲାଣ୍ଡ: ଲୌରା ହୁବାର୍ଡ ପ୍ରଥମ କିନ୍ନର ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସ ଲାଗି ମନୋନୀତ ହୋଇଛନ୍ତି। ଏହି ୪୩ ବର୍ଷୀୟ ଆଥଲେଟଙ୍କୁ ନ୍ୟୁଜିଲାଣ୍ଡ ମହିଳା ଭାରୋତ୍ତୋଳନ ଟିମ୍‌ରେ ସାମିଲ କରାଯାଇଛି ଓ ସେ ୮୭ କିଲୋରୁ ଅଧିକ ଓଜନ କାଟାଗୋରୀରେ ଅଂଶଗ୍ରହଣ କରିବେ । ହୁବାର୍ଡଙ୍କୁ ମହିଳା କାଟାଗୋରୀରେ ସାମିଲ କରାଯିବା ପରେ ଏହାକୁ ନେଇ ବିଶ୍ଵରେ ପୁଣି ଏକ ବିତର୍କ ସୃଷ୍ଟି ହୋଇଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିୟମ ଅନୁଯାୟୀ ଯେଉଁ କିନ୍ନରଙ୍କ ଟେଷ୍ଟୋଷ୍ଟୋରେନ ସ୍ତର ଏକ ଲିଟରରେ ୧୦ ନାନୋମୋଲ୍ସ ତଳେ ଏକ ବର୍ଷ ପର୍ଯ୍ୟନ୍ତ ରହିବ ସେମାନେ ମହିଳା ବିଭାଗରେ ଅଂଶଗ୍ରହଣ କରିପାରିବେ । ଏ ସବୁ ନିୟମକୁ ପୂରଣ କରୁଥିବାରୁ ଲୌରା ହୁବାର୍ଡଙ୍କୁ ନ୍ୟୁଜିଲାଣ୍ଡ ମହିଳା ଦଳରେ ସାମିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

କିନ୍ତୁ ତାଙ୍କୁ ସାମିଲ କରାଯିବା ଅର୍ଥ ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ବୋଲି ଅନେକ ମହିଳା ସଂଗଠନ ଓ ଆଥଲେଟ ଅଭିଯୋଗ କରିଛନ୍ତି। ହୁବାର୍ଡ ୨୦୧୩ ପର୍ଯ୍ୟନ୍ତ ପୁରୁଷ ଭାବେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହାପରେ ତାଙ୍କ ଲିଙ୍ଗ ପରିବର୍ତ୍ତନର ସୂଚନା ମିଳିବା ପରେ ଅସ୍ତ୍ରୋପଚାର କରାଯାଇ ମହିଳା ବା କିନ୍ନରରେ ପରିଣତ ହୋଇଥିଲେ। ଏହାପରେ ସେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ବର୍ଣ୍ଣପଦକ ଜିତିବାରେ ମଧ୍ୟ ସମର୍ଥ ହୋଇ ସାରିଲେଣି। ଏହା ସତ୍ତ୍ବେ ସେ ମହିଳା ପ୍ରତିଯୋଗୀଙ୍କଠାରୁ ଶକ୍ତିଶାଳୀ ଓ ତାଙ୍କୁ ଅଧିକ ସଫଳତା ମିଳିବ ବୋଲି ଏବେ ମଧ୍ୟ ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ତେବେ ସେ ଯାହା ହେଉ ନିୟମ ଅନୁଯାୟୀ ତାଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ନ୍ୟୁଜିଲାଣ୍ଡ ଅଲିମ୍ପିକ୍ କମିଟି ପକ୍ଷରୁ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ଆରମ୍ଭ ହେଉଛି ଫିଫା ବିଶ୍ବକପର ୨୩ତମ ସଂସ୍କରଣ: ମେକ୍ସିକୋ- ଦ.ଆଫ୍ରିକା ମଧ୍ୟରେ ଉଦଘାଟନୀ ମୁକାବିଲା

22 Jun 2021 By The Sakala

ଅଲିମ୍ପିକ୍ସକୁ ମନୋନୀତ ହେଲେ ପ୍ରଥମ କିନ୍ନର ଲୌରା ହୁବାର୍ଡ

ଅକ୍‌ଲାଣ୍ଡ: ଲୌରା ହୁବାର୍ଡ ପ୍ରଥମ କିନ୍ନର ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସ ଲାଗି ମନୋନୀତ ହୋଇଛନ୍ତି। ଏହି ୪୩ ବର୍ଷୀୟ ଆଥଲେଟଙ୍କୁ ନ୍ୟୁଜିଲାଣ୍ଡ ମହିଳା ଭାରୋତ୍ତୋଳନ ଟିମ୍‌ରେ ସାମିଲ କରାଯାଇଛି ଓ ସେ ୮୭ କିଲୋରୁ ଅଧିକ ଓଜନ କାଟାଗୋରୀରେ ଅଂଶଗ୍ରହଣ କରିବେ । ହୁବାର୍ଡଙ୍କୁ ମହିଳା କାଟାଗୋରୀରେ ସାମିଲ କରାଯିବା ପରେ ଏହାକୁ ନେଇ ବିଶ୍ଵରେ ପୁଣି ଏକ ବିତର୍କ ସୃଷ୍ଟି ହୋଇଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିୟମ ଅନୁଯାୟୀ ଯେଉଁ କିନ୍ନରଙ୍କ ଟେଷ୍ଟୋଷ୍ଟୋରେନ ସ୍ତର ଏକ ଲିଟରରେ ୧୦ ନାନୋମୋଲ୍ସ ତଳେ ଏକ ବର୍ଷ ପର୍ଯ୍ୟନ୍ତ ରହିବ ସେମାନେ ମହିଳା ବିଭାଗରେ ଅଂଶଗ୍ରହଣ କରିପାରିବେ । ଏ ସବୁ ନିୟମକୁ ପୂରଣ କରୁଥିବାରୁ ଲୌରା ହୁବାର୍ଡଙ୍କୁ ନ୍ୟୁଜିଲାଣ୍ଡ ମହିଳା ଦଳରେ ସାମିଲ କରାଯାଇଛି।

କିନ୍ତୁ ତାଙ୍କୁ ସାମିଲ କରାଯିବା ଅର୍ଥ ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ବୋଲି ଅନେକ ମହିଳା ସଂଗଠନ ଓ ଆଥଲେଟ ଅଭିଯୋଗ କରିଛନ୍ତି। ହୁବାର୍ଡ ୨୦୧୩ ପର୍ଯ୍ୟନ୍ତ ପୁରୁଷ ଭାବେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହାପରେ ତାଙ୍କ ଲିଙ୍ଗ ପରିବର୍ତ୍ତନର ସୂଚନା ମିଳିବା ପରେ ଅସ୍ତ୍ରୋପଚାର କରାଯାଇ ମହିଳା ବା କିନ୍ନରରେ ପରିଣତ ହୋଇଥିଲେ। ଏହାପରେ ସେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ବର୍ଣ୍ଣପଦକ ଜିତିବାରେ ମଧ୍ୟ ସମର୍ଥ ହୋଇ ସାରିଲେଣି। ଏହା ସତ୍ତ୍ବେ ସେ ମହିଳା ପ୍ରତିଯୋଗୀଙ୍କଠାରୁ ଶକ୍ତିଶାଳୀ ଓ ତାଙ୍କୁ ଅଧିକ ସଫଳତା ମିଳିବ ବୋଲି ଏବେ ମଧ୍ୟ ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ତେବେ ସେ ଯାହା ହେଉ ନିୟମ ଅନୁଯାୟୀ ତାଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ନ୍ୟୁଜିଲାଣ୍ଡ ଅଲିମ୍ପିକ୍ କମିଟି ପକ୍ଷରୁ ଘୋଷଣା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp