ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ବ୍ୟାଡମିଣ୍ଟନ ସିଙ୍ଗଲରେ ସ୍ୱର୍ଣ୍ଣପଦକ ଜିତିଲେ ଲକ୍ଷ୍ୟ ସେନ୍

The Sakala Picture
Published On

ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣପଦକ ମିଳିଛି। ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନ୍ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ସିଙ୍ଗଲସ ଫାଇନାଲରେ ଜିତାପଟ ହାସଲ କରିବା ସହିତ ସୁନା ପଦକ ହାତେଇଛନ୍ତି । ସୋମବାର ମାଲେସିଆ ଖେଳାଳିଙ୍କୁ ହରାଇ ଲକ୍ଷ୍ୟ ସେନ୍ ଏହି ସଫଳତା ହାସଲ କରିଛନ୍ତି।ଲକ୍ଷ୍ୟ ସେନ୍ ପୁରୁଷ ସିଙ୍ଗଲସ ଫାଇନାଲରେ ଜିତିବା ସହ ଭାରତ ପାଇଁ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। […]

ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣପଦକ ମିଳିଛି। ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନ୍ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ସିଙ୍ଗଲସ ଫାଇନାଲରେ ଜିତାପଟ ହାସଲ କରିବା ସହିତ ସୁନା ପଦକ ହାତେଇଛନ୍ତି । ସୋମବାର ମାଲେସିଆ ଖେଳାଳିଙ୍କୁ ହରାଇ ଲକ୍ଷ୍ୟ ସେନ୍ ଏହି ସଫଳତା ହାସଲ କରିଛନ୍ତି।ଲକ୍ଷ୍ୟ ସେନ୍ ପୁରୁଷ ସିଙ୍ଗଲସ ଫାଇନାଲରେ ଜିତିବା ସହ ଭାରତ ପାଇଁ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଆଜି ପୁରୁଷ ସିଙ୍ଗଲସ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରଥମ ଗେମ୍ ହାରିଯାଇଥିଲେ ଲକ୍ଷ୍ୟ। ଏପରିକି ୨ୟ ଗେମରେ ବି ସେ ପ୍ରଥମରୁ ପଛୁଆ ଥିଲେ । ତେବେ ଲଗାତାର ୧୩ଟି ପଏଣ୍ଟ ହାସଲ କରି ସେ ଏହାକୁ ୨୧-୯ରେ ଜିତିନେଇଥିଲେ । ୩ୟ ଗେମରେ ଲକ୍ଷ୍ୟ ନିଜର ବିଜୟ ଧାରାକୁ ଜାରି ରଖିଥିଲେ ଓ ୨୧-୧୬ରେ ଜିତିଯାଇଥିଲେ । ଫଳରେ ଫାଇନାଲ ମ୍ୟାଚକୁ ସେ ୧୯-୨୧,୨୧-୯ ଓ ୨୧-୧୬ରେ ବିଜୟୀ ହୋଇ ସ୍ବର୍ଣ୍ଣ ହାତେଇଥିଲେ । ମାଲେସିଆ ଖେଳାଳିଙ୍କୁ ହରାଇ ଲକ୍ଷ୍ୟ ସେନ୍ ଏହି ସଫଳତା ହାସଲ କରିଛନ୍ତି । ଏଥିସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଏପର୍ୟ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିମାନେ ମୋଟ ୨୦ଟି ସୁନାପଦକ ଜିତିଥିବାବେଳେ, ୧୫ଟି ରୌପ୍ୟ ପଦକ ଓ ୨୨ଟି ବ୍ରୋଞ୍ଜ ମେଡାଲ ଜିତିଛନ୍ତି ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ସୂଚନାଯୋଗ୍ୟ ଯେ, ରାଜ୍ୟଗୋଷ୍ଠୀ କ୍ରୀଡାର ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନଙ୍କର ଏହା ପ୍ରଥମ ମେଡାଲ । ବିଶ୍ୱର ୧୦ ନମ୍ବର ସଟଲର କମନୱେଲଥରେ ଏହା ଦ୍ୱିତୀୟ ପଦକ । ସେ ମିକ୍ସଡ୍ ଡବଲ ଇଭେଣ୍ଟରେ ମଧ୍ୟ ରୌପ୍ୟ ପଦକ ଜିତିସାରିଛନ୍ତି । ଆଉ ଏବେ ସେ ସ୍ୱର୍ଣ୍ଣପଦକ ଜିତିବା ସହିତ ଇତିହାସ ରଚିଛନ୍ତି ।ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଲକ୍ଷ୍ୟଙ୍କ ପୂର୍ବରୁ ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁ ଭାରତ ପାଇଁ ସ୍ୱର୍ଣ୍ଣ ଜିତି ଛନ୍ତି। ସେ କାନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନରେ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର