ଗାଭାସ୍କର ବନାମ କୋହଲି : କିଏ କ’ଣ କହିଲା ମୋର କିଛି ଅସୁବିଧା ନାହିଁ, ମୋ କାମ ଖେଳିବା ମୁଁ ଖେଳୁଛି  

The Sakala Picture
Published On

ନୂଆଦିଲ୍ଲୀ : ଗତକାଲି ଭାରତ ଏସିଆ କପ୍‌ର ସୁପର ୪ ମ୍ୟାଚରେ ପାକିସ୍ତାନ ନିକଟରୁ ୫ ୱିକେଟରେ ପରାସ୍ତ ହୋଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାକୁ ପିଛା କରି ୧୯.୫ ଓଭରରେ ୫ ଓ୍ୱିକେଟ ହରାଇ ୧୮୨ ରନ୍ କରି ବିଜୟ ହାସଲ କରି ନେଇଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ କୋହଲି ଦାୟିତ୍ବସମ୍ପନ୍ନ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ।  […]

ନୂଆଦିଲ୍ଲୀ : ଗତକାଲି ଭାରତ ଏସିଆ କପ୍‌ର ସୁପର ୪ ମ୍ୟାଚରେ ପାକିସ୍ତାନ ନିକଟରୁ ୫ ୱିକେଟରେ ପରାସ୍ତ ହୋଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାକୁ ପିଛା କରି ୧୯.୫ ଓଭରରେ ୫ ଓ୍ୱିକେଟ ହରାଇ ୧୮୨ ରନ୍ କରି ବିଜୟ ହାସଲ କରି ନେଇଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ କୋହଲି ଦାୟିତ୍ବସମ୍ପନ୍ନ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ।  କୋହଲି ୪୪ଟି ବଲ ଖେଳି ୬୦ ରନ କରିଥିଲେ। ଏହି ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କୋହଲି ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ। ଏହି ସମୟରେ ବିରାଟ ନାଁ ନ ନେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କରଙ୍କ  ଏକ ବୟାନ ଉପରେ ନିଜର ମତ ରଖିଥିଲେ।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ଲଗାତର କିଛି ମାସ ହେବ କୋହଲି ଖରାପ ଫର୍ମରେ ଥିଲେ। ଯାହାକୁ ନେଇ ବହୁ ସମାଲୋଚନାର ଶିକାର ହେଉଥିଲେ। ଏହି ସମୟରେ ସୁନୀଲ ଗାଭାସ୍କର ବିରାଟ କୋହଲିଙ୍କ ଖରାପ ଫର୍ମ ବିଷୟରେ ଗଣମାଧ୍ୟମରେ ଏକ ବିବୃତ୍ତି ଦେଇଥିଲେ ଯେ ଯଦି ସେ ବିରାଟ କୋହଲିଙ୍କ ସହ ୨୦ ମିନିଟ୍ ପାଆନ୍ତି, ତେବେ ସେ ବୋଧହୁଏ କିଛି ସାହାଯ୍ୟ କରିପାରିବେ। ବିରାଟ କୋହଲିଙ୍କ ଫର୍ମ ବିଷୟରେ ସୁନୀଲ ଗାଭାସ୍କର କହିଥିଲେ, ‘ଯଦି ମୁଁ ତାଙ୍କ ସହ (ବିରାଟ କୋହଲି) ୨୦ ମିନିଟ୍ ପାଇଥା’ନ୍ତି, ତେବେ ହୁଏତ ମୁଁ ତାଙ୍କୁ କହିପାରେ ସେ କଣ କରିବା ଉଚିତ୍। ବୋଧହୁଏ ମୁଁ ତାଙ୍କୁ ସାହାଯ୍ୟ କରିପାରିବି, ଏହା ନିଶ୍ଚିତ ଭାବରେ ତାଙ୍କ ପାଇଁ ଲାଭବାନ ହେବ, ମୁଁ ଅଫ୍ ଷ୍ଟମ୍ପ୍ ଲାଇନ୍ ସହିତ କୋହଲି ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ମୁଁ ତାଙ୍କୁ କହିବି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

ଏହି କଥାକୁ ନେଇ କୋହଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ମୁଁ ୧୪ ବର୍ଷ ଧରି ଖେଳୁଛି କିନ୍ତୁ ଏପରି କେବେ  ହୁଏ ନାହିଁ । ମୋର କାମ ହେଉଛି ଖେଳିବା, ମୋ ଖେଳ ଉପରେ କଠିନ ପରିଶ୍ରମ କରିବା ଏବଂ ମୁଁ ସବୁବେଳେ ଦଳ ପାଇଁ ତାହା କରିବାକୁ ଚାହେଁ ଏବଂ ଏହା ଜାରି ରଖିବି ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ବିରାଟ କୋହଲି କହିଛନ୍ତି, ‘ସମସ୍ତେ ନିଜ କାମ କରୁଛନ୍ତି। ଆମର କାମ ହେଉଛି ଖେଳିବା, କଠିନ ପରିଶ୍ରମ କରିବା ଏବଂ ଆମର ୧୦୦ ପ୍ରତିଶତ ଦେବା। ମୁଁ ଅତୀତରେ କହିଛି ଯେ ଯେପର୍ଯ୍ୟନ୍ତ ମୁଁ ତାହା କରିବାକୁ ସକ୍ଷମ ଏବଂ ଦଳର ମୋ ଉପରେ ବିଶ୍ୱାସ ଅଛି, ସେତେବେଳ ଯାଏଁ ମୁଁ ମୋର କାମ କରୁଥିବି। କିନ୍ତୁ କିଛି ଲୋକ ସିଧାସଳଖ ମୋତେ ଯାହା ଦରକାର ନକହି ଗଣମାଧ୍ୟମରେ ବିବୃତ୍ତି ରଖନ୍ତି। ଟିଭିରେ ବହୁତ କଥା କହିଦିଅନ୍ତି କିନ୍ତୁ ଯଦି ସାହର୍ଯ୍ୟ କରିବାର ଅଛି ତେବେ ସିଧାସଳଖ କହିବାକୁ ପଛଘୁଞ୍ଚା ଦିଅନ୍ତି। ସେମାନଙ୍କ ପାଖରେ ମୋ ନମ୍ବର ଅଛି ଯଦି ଚାହିଁବେ ସିଧାସଳଖ ମୋତେ କହିପାରିବେ।

କୋହଲି କହିଛନ୍ତି, ‘ଲୋକଙ୍କ ନିଜର ମତ ଅଛି ଏବଂ ମୋର ଏଥିରେ କୌଣସି ଅସୁବିଧା ନାହିଁ। ଏହା ଜଣେ ବ୍ୟକ୍ତି ଭାବରେ ମୋର ଖୁସିକୁ ପ୍ରଭାବିତ କରେ ନାହିଁ । ମୋର ଫର୍ମକୁ ଠିକ୍ କରିବାକୁ ମୁଁ କିଛି ସମୟ ନେଇଥିଲି। ମୁଁ ବର୍ତ୍ତମାନ ବହୁତ ଆରାମଦାୟକ ଅନୁଭବ କରୁଛି । ମୁଁ ମୋ ଉପରେ ସେତେ ଅଧିକ ଚାପ ପକାଇ ପାରିବି ନାହିଁ । ମୁଁ ମଧ୍ୟ ମୋର ଖେଳକୁ ଉପଭୋଗ କରିବାକୁ ଚାହୁଁଛି । ମୁଁ ଚାପରେ ଖେଳିବା ଆରମ୍ଭ କରି ନାହିଁ ।

ଧୋନୀ ଭାଇ ପ୍ରକୃତ ବନ୍ଧୁ 

ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏସିଆ କପ୍ ୨୦୨୨ସିଜନରେ ନିଜର ପୁରୁଣା ଫର୍ମକୁ କମବ୍ୟାକ୍ କରିଛନ୍ତି । ରବିବାର ଦିନ କୋହଲି ଟୁର୍ଣ୍ଣାମେଣ୍ଟରେ ନିଜର ତୃତୀୟ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ । ଯଦିଓ କୋହଲି ନିର୍ଭରଯୋଗ୍ୟ ମ୍ୟାଚ୍ ଖେଳଥିଲେ କିନ୍ତୁ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ମ୍ୟାଚ୍ ଶେଷ ପରେ କୋହଲି ନିଜର ଯନ୍ତ୍ରଣା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେତେବେଳେ ସେ ଏକ ଖରାପ ସମୟ ଦେଇ ଗତି କରୁଥିଲେ, ସେତେବେଳେ ସେ ଟି-୨୦ ଓ ଟେଷ୍ଟ ଅଧିନାୟକତ୍ୱ ଛାଡିଥିଲେ ।

କୋହଲି କହିଛନ୍ତି ଯେ ଯେତେବେଳେ ସେ ଟେଷ୍ଟର ଅଧିନାୟକତ୍ୱ ଛାଡିଥିଲେ ସେତେବେଳେ କେବଳ ଜଣେ ବ୍ୟକ୍ତିଙ୍କ ବାର୍ତ୍ତା ପାଇଥିଲି। ସେ ଆଉ କେହି ନୁହଁନ୍ତି ମହେନ୍ଦ୍ର ସିଂହ ଧୋନୀ । ମୋ କଣ୍ଟାକ୍ଟ ଲିଷ୍ଟରେ ଅନେକ ଲୋକ ଅଛନ୍ତି । ଅନେକ ଲୋକ ଟିଭିରେ ପରାମର୍ଶ ଦିଅନ୍ତି । କିନ୍ତୁ ମୋ ନମ୍ବର ଥିବା ଲୋକଙ୍କଠାରୁ ମୁଁ କୌଣସି ବାର୍ତ୍ତା ପାଇନି । ସେ ଆହୁରି କହିଛନ୍ତି ଯେ, ମୁଁ ମାହୀଙ୍କ ସହ ସର୍ବଦା ନିଜକୁ ସୁରକ୍ଷିତ ମନେକରେ ଆଉ  ସେ ବି ମୋ ସହ ସିକିୟୋର ରହୁନ୍ତି । ଆମ ଭିତରେ ବଣ୍ଡିଂ ବହୁତ ଭଲ । ଉଭୟ ପାର୍ଶ୍ୱରୁ ସେଇଟା ସ୍ପଷ୍ଟ ବାରି ହୋଇପଡେ ।

05 Sep 2022 By The Sakala

ଗାଭାସ୍କର ବନାମ କୋହଲି : କିଏ କ’ଣ କହିଲା ମୋର କିଛି ଅସୁବିଧା ନାହିଁ, ମୋ କାମ ଖେଳିବା ମୁଁ ଖେଳୁଛି  

ନୂଆଦିଲ୍ଲୀ : ଗତକାଲି ଭାରତ ଏସିଆ କପ୍‌ର ସୁପର ୪ ମ୍ୟାଚରେ ପାକିସ୍ତାନ ନିକଟରୁ ୫ ୱିକେଟରେ ପରାସ୍ତ ହୋଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାକୁ ପିଛା କରି ୧୯.୫ ଓଭରରେ ୫ ଓ୍ୱିକେଟ ହରାଇ ୧୮୨ ରନ୍ କରି ବିଜୟ ହାସଲ କରି ନେଇଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ କୋହଲି ଦାୟିତ୍ବସମ୍ପନ୍ନ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ।  କୋହଲି ୪୪ଟି ବଲ ଖେଳି ୬୦ ରନ କରିଥିଲେ। ଏହି ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କୋହଲି ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ। ଏହି ସମୟରେ ବିରାଟ ନାଁ ନ ନେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କରଙ୍କ  ଏକ ବୟାନ ଉପରେ ନିଜର ମତ ରଖିଥିଲେ।

ଲଗାତର କିଛି ମାସ ହେବ କୋହଲି ଖରାପ ଫର୍ମରେ ଥିଲେ। ଯାହାକୁ ନେଇ ବହୁ ସମାଲୋଚନାର ଶିକାର ହେଉଥିଲେ। ଏହି ସମୟରେ ସୁନୀଲ ଗାଭାସ୍କର ବିରାଟ କୋହଲିଙ୍କ ଖରାପ ଫର୍ମ ବିଷୟରେ ଗଣମାଧ୍ୟମରେ ଏକ ବିବୃତ୍ତି ଦେଇଥିଲେ ଯେ ଯଦି ସେ ବିରାଟ କୋହଲିଙ୍କ ସହ ୨୦ ମିନିଟ୍ ପାଆନ୍ତି, ତେବେ ସେ ବୋଧହୁଏ କିଛି ସାହାଯ୍ୟ କରିପାରିବେ। ବିରାଟ କୋହଲିଙ୍କ ଫର୍ମ ବିଷୟରେ ସୁନୀଲ ଗାଭାସ୍କର କହିଥିଲେ, ‘ଯଦି ମୁଁ ତାଙ୍କ ସହ (ବିରାଟ କୋହଲି) ୨୦ ମିନିଟ୍ ପାଇଥା’ନ୍ତି, ତେବେ ହୁଏତ ମୁଁ ତାଙ୍କୁ କହିପାରେ ସେ କଣ କରିବା ଉଚିତ୍। ବୋଧହୁଏ ମୁଁ ତାଙ୍କୁ ସାହାଯ୍ୟ କରିପାରିବି, ଏହା ନିଶ୍ଚିତ ଭାବରେ ତାଙ୍କ ପାଇଁ ଲାଭବାନ ହେବ, ମୁଁ ଅଫ୍ ଷ୍ଟମ୍ପ୍ ଲାଇନ୍ ସହିତ କୋହଲି ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ମୁଁ ତାଙ୍କୁ କହିବି।

ଏହି କଥାକୁ ନେଇ କୋହଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ମୁଁ ୧୪ ବର୍ଷ ଧରି ଖେଳୁଛି କିନ୍ତୁ ଏପରି କେବେ  ହୁଏ ନାହିଁ । ମୋର କାମ ହେଉଛି ଖେଳିବା, ମୋ ଖେଳ ଉପରେ କଠିନ ପରିଶ୍ରମ କରିବା ଏବଂ ମୁଁ ସବୁବେଳେ ଦଳ ପାଇଁ ତାହା କରିବାକୁ ଚାହେଁ ଏବଂ ଏହା ଜାରି ରଖିବି ।

ବିରାଟ କୋହଲି କହିଛନ୍ତି, ‘ସମସ୍ତେ ନିଜ କାମ କରୁଛନ୍ତି। ଆମର କାମ ହେଉଛି ଖେଳିବା, କଠିନ ପରିଶ୍ରମ କରିବା ଏବଂ ଆମର ୧୦୦ ପ୍ରତିଶତ ଦେବା। ମୁଁ ଅତୀତରେ କହିଛି ଯେ ଯେପର୍ଯ୍ୟନ୍ତ ମୁଁ ତାହା କରିବାକୁ ସକ୍ଷମ ଏବଂ ଦଳର ମୋ ଉପରେ ବିଶ୍ୱାସ ଅଛି, ସେତେବେଳ ଯାଏଁ ମୁଁ ମୋର କାମ କରୁଥିବି। କିନ୍ତୁ କିଛି ଲୋକ ସିଧାସଳଖ ମୋତେ ଯାହା ଦରକାର ନକହି ଗଣମାଧ୍ୟମରେ ବିବୃତ୍ତି ରଖନ୍ତି। ଟିଭିରେ ବହୁତ କଥା କହିଦିଅନ୍ତି କିନ୍ତୁ ଯଦି ସାହର୍ଯ୍ୟ କରିବାର ଅଛି ତେବେ ସିଧାସଳଖ କହିବାକୁ ପଛଘୁଞ୍ଚା ଦିଅନ୍ତି। ସେମାନଙ୍କ ପାଖରେ ମୋ ନମ୍ବର ଅଛି ଯଦି ଚାହିଁବେ ସିଧାସଳଖ ମୋତେ କହିପାରିବେ।

କୋହଲି କହିଛନ୍ତି, ‘ଲୋକଙ୍କ ନିଜର ମତ ଅଛି ଏବଂ ମୋର ଏଥିରେ କୌଣସି ଅସୁବିଧା ନାହିଁ। ଏହା ଜଣେ ବ୍ୟକ୍ତି ଭାବରେ ମୋର ଖୁସିକୁ ପ୍ରଭାବିତ କରେ ନାହିଁ । ମୋର ଫର୍ମକୁ ଠିକ୍ କରିବାକୁ ମୁଁ କିଛି ସମୟ ନେଇଥିଲି। ମୁଁ ବର୍ତ୍ତମାନ ବହୁତ ଆରାମଦାୟକ ଅନୁଭବ କରୁଛି । ମୁଁ ମୋ ଉପରେ ସେତେ ଅଧିକ ଚାପ ପକାଇ ପାରିବି ନାହିଁ । ମୁଁ ମଧ୍ୟ ମୋର ଖେଳକୁ ଉପଭୋଗ କରିବାକୁ ଚାହୁଁଛି । ମୁଁ ଚାପରେ ଖେଳିବା ଆରମ୍ଭ କରି ନାହିଁ ।

ଧୋନୀ ଭାଇ ପ୍ରକୃତ ବନ୍ଧୁ 

ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏସିଆ କପ୍ ୨୦୨୨ସିଜନରେ ନିଜର ପୁରୁଣା ଫର୍ମକୁ କମବ୍ୟାକ୍ କରିଛନ୍ତି । ରବିବାର ଦିନ କୋହଲି ଟୁର୍ଣ୍ଣାମେଣ୍ଟରେ ନିଜର ତୃତୀୟ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ । ଯଦିଓ କୋହଲି ନିର୍ଭରଯୋଗ୍ୟ ମ୍ୟାଚ୍ ଖେଳଥିଲେ କିନ୍ତୁ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ମ୍ୟାଚ୍ ଶେଷ ପରେ କୋହଲି ନିଜର ଯନ୍ତ୍ରଣା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେତେବେଳେ ସେ ଏକ ଖରାପ ସମୟ ଦେଇ ଗତି କରୁଥିଲେ, ସେତେବେଳେ ସେ ଟି-୨୦ ଓ ଟେଷ୍ଟ ଅଧିନାୟକତ୍ୱ ଛାଡିଥିଲେ ।

କୋହଲି କହିଛନ୍ତି ଯେ ଯେତେବେଳେ ସେ ଟେଷ୍ଟର ଅଧିନାୟକତ୍ୱ ଛାଡିଥିଲେ ସେତେବେଳେ କେବଳ ଜଣେ ବ୍ୟକ୍ତିଙ୍କ ବାର୍ତ୍ତା ପାଇଥିଲି। ସେ ଆଉ କେହି ନୁହଁନ୍ତି ମହେନ୍ଦ୍ର ସିଂହ ଧୋନୀ । ମୋ କଣ୍ଟାକ୍ଟ ଲିଷ୍ଟରେ ଅନେକ ଲୋକ ଅଛନ୍ତି । ଅନେକ ଲୋକ ଟିଭିରେ ପରାମର୍ଶ ଦିଅନ୍ତି । କିନ୍ତୁ ମୋ ନମ୍ବର ଥିବା ଲୋକଙ୍କଠାରୁ ମୁଁ କୌଣସି ବାର୍ତ୍ତା ପାଇନି । ସେ ଆହୁରି କହିଛନ୍ତି ଯେ, ମୁଁ ମାହୀଙ୍କ ସହ ସର୍ବଦା ନିଜକୁ ସୁରକ୍ଷିତ ମନେକରେ ଆଉ  ସେ ବି ମୋ ସହ ସିକିୟୋର ରହୁନ୍ତି । ଆମ ଭିତରେ ବଣ୍ଡିଂ ବହୁତ ଭଲ । ଉଭୟ ପାର୍ଶ୍ୱରୁ ସେଇଟା ସ୍ପଷ୍ଟ ବାରି ହୋଇପଡେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର