ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା, ବାଦ ପଡ଼ିଲେ କେ.ଏଲ ରାହୁଲ ଓ କୁଲଦୀପ ଯାଦବ

The Sakala Picture
Published On

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟକା । ଆହତ କାରଣରୁ ସଂପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି ଅଧିନାୟକ କେ.ଏଲ ରାହୁଲ ଓ ସ୍ପିନର କୁଲଦୀପ ଯାଦବ । ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେଣୁ ଆଗାମୀ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚରେ ରାହୁଲ ନଜର ଆସିବେ ନାହିଁ । ଆହତ କାରଣରୁ ରାହୁଲ […]

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟକା । ଆହତ କାରଣରୁ ସଂପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି ଅଧିନାୟକ କେ.ଏଲ ରାହୁଲ ଓ ସ୍ପିନର କୁଲଦୀପ ଯାଦବ । ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେଣୁ ଆଗାମୀ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚରେ ରାହୁଲ ନଜର ଆସିବେ ନାହିଁ ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଆହତ କାରଣରୁ ରାହୁଲ ଓହରିବା ପରେ ରିଷଭ ପନ୍ତ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ତୁଲାଇବେ। ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ରହିବେ । ତେବେ କେଏଲ ରାହୁଲ ଓ କୁଲଦୀପ ଯାଦବଙ୍କ ସ୍ଥାନରେ ଆଉ କୌଣସି ଖେଳାଳିଙ୍କୁ ନିଆଯାଇନାହିଁ । ଏହାପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମାଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିଲା । ଆଉ ଏବେ ରାହୁଲ ସିରିଜରୁ ବାଦ୍ ପଡିବା ପରେ ଦଳର ଟପ୍-୩ ବ୍ୟାଟ୍ସମ୍ୟାନ୍ ଏହି ସିରିଜରେ ଦେଖିବାକୁ ମିଳିବେନି । ସେହିପରି ଷ୍ଟାର ପ୍ଲେୟାର ଶ୍ରେୟାସ ଆୟର, ସୂର୍ଯ୍ଯକୁମାର ଯାଦବ ମଧ୍ୟ ଏହି ସିରିଜରେ ସ୍ଥାନ ପାଇନାହାଁନ୍ତି । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଜିତିବାକୁ ଅଧିକ କସରତ କରିବାକୁ ପଡିପାରେ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

08 Jun 2022 By The Sakala

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା, ବାଦ ପଡ଼ିଲେ କେ.ଏଲ ରାହୁଲ ଓ କୁଲଦୀପ ଯାଦବ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟକା । ଆହତ କାରଣରୁ ସଂପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି ଅଧିନାୟକ କେ.ଏଲ ରାହୁଲ ଓ ସ୍ପିନର କୁଲଦୀପ ଯାଦବ । ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେଣୁ ଆଗାମୀ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚରେ ରାହୁଲ ନଜର ଆସିବେ ନାହିଁ ।

ଆହତ କାରଣରୁ ରାହୁଲ ଓହରିବା ପରେ ରିଷଭ ପନ୍ତ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ତୁଲାଇବେ। ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ରହିବେ । ତେବେ କେଏଲ ରାହୁଲ ଓ କୁଲଦୀପ ଯାଦବଙ୍କ ସ୍ଥାନରେ ଆଉ କୌଣସି ଖେଳାଳିଙ୍କୁ ନିଆଯାଇନାହିଁ । ଏହାପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମାଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିଲା । ଆଉ ଏବେ ରାହୁଲ ସିରିଜରୁ ବାଦ୍ ପଡିବା ପରେ ଦଳର ଟପ୍-୩ ବ୍ୟାଟ୍ସମ୍ୟାନ୍ ଏହି ସିରିଜରେ ଦେଖିବାକୁ ମିଳିବେନି । ସେହିପରି ଷ୍ଟାର ପ୍ଲେୟାର ଶ୍ରେୟାସ ଆୟର, ସୂର୍ଯ୍ଯକୁମାର ଯାଦବ ମଧ୍ୟ ଏହି ସିରିଜରେ ସ୍ଥାନ ପାଇନାହାଁନ୍ତି । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଜିତିବାକୁ ଅଧିକ କସରତ କରିବାକୁ ପଡିପାରେ।

https://www.thesakala.in/sports/kl-rahul-kuldeep-yadav-ruled-out-of-the-entire-series/article-12276
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp