ଏସିଆ କପ୍‌ ପୂର୍ବରୁ ଭାରତକୁ ବଡ ଝଟକା, ବାଦ ପଡିଲେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା

The Sakala Picture
Published On

ନୂଆଦିଲ୍ଲୀ : ଏସିଆ କପ୍‌ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ଼ ଝଟକା। ଏସିଆ କପରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରା। ଗତ କିଛି ଦିନ ହେବ ଦମଦାର ଫର୍ମରେ ରହିଥିବା ବୁମରା ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଏସିଆ କପରୁ ବାଦ୍‌ ପଡିଥିବା ଜଣାପଡିଛି। ତାଙ୍କ ଅନୁପସ୍ଥିତି ଦଳ ପାଇଁ ବଡ କ୍ଷତି ସୃଷ୍ଟି କରିପାରେ। Indian pacer Jasprit Bumrah ruled out from Asia Cup […]

ନୂଆଦିଲ୍ଲୀ : ଏସିଆ କପ୍‌ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ଼ ଝଟକା। ଏସିଆ କପରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରା। ଗତ କିଛି ଦିନ ହେବ ଦମଦାର ଫର୍ମରେ ରହିଥିବା ବୁମରା ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଏସିଆ କପରୁ ବାଦ୍‌ ପଡିଥିବା ଜଣାପଡିଛି। ତାଙ୍କ ଅନୁପସ୍ଥିତି ଦଳ ପାଇଁ ବଡ କ୍ଷତି ସୃଷ୍ଟି କରିପାରେ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

ଚଳିତ ମାସ ଶେଷ ଆଡକୁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଭାରତ ନିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୨୮ରେ ପାକିସ୍ତାନକୁ ଭେଟିବ। ତେବେ ଏହା ପୂର୍ବରୁ ଭାରତୀୟ ଦଳର ମ୍ୟାଚ୍‌ ୱିନର ବୋଲର ବୁମରା ବାଦ୍‌ ପଡିବା ଦଳ ପାଇଁ ବଡ କ୍ଷତି ସୃଷ୍ଟି କରିପାରେ। ଭାରତକୁ ଗ୍ରୁପ ଏରେ ରଖାଯାଇଛି। ଏଥିରେ ପାକିସ୍ତାନ ଏବଂ ତୃତୀୟ ଯୋଗ୍ୟତାଅର୍ଜନ କରିଥିବା ଦଳ ରହିଛି। ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶକୁ ଗ୍ରୁପ ବିରେ ରଖାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ମଧ୍ୟରେ ମୋଟ୍ ୧୧ଟି ମୁକାବିଲା ଖେଳାଯିବ।

ସୂଚନାଯୋଗ୍ୟଏସିଆ କପ୍ ଅଗଷ୍ଟ ୨୭ ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ଖେଳାଯିବ । ୧୯୮୪ ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ୨୦୧୪ ପର୍ଯ୍ୟନ୍ତ ୫୦ ଓଭର ଫର୍ମାଟରେ ଖେଳାଯାଇଥିଲା । ତା’ପରେ ୨୦୧୬ରେ ଟି-୨୦ ବିଶ୍ୱକପ ଯୋଗୁଁ ଏହା ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ୨୦୧୬ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲା । ପୁଣି ୨୦୧୮ ରେ ପୁଣି ଥରେ ଏହି ଟୁର୍ନାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ରେକର୍ଡ ସପ୍ତମ ଥର ଚାମ୍ପିୟନ ହୋଇଥିଲା । ଚଳିତ ବର୍ଷ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେଉଥିବାରୁ ଏସିଆ କପ୍ ପୁଣି ଥରେ ଟି-୨୦ ଫର୍ମାଟରେ ଖେଳାଯିବ।

ଭାରତ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟର ୧୩ଟି ସଂସ୍କରଣରେ ଅଂଶଗ୍ରହଣ କରିଛି ଏବଂ ସର୍ବାଧିକ ୭ ଥର ଚାମ୍ପିୟନ ହୋଇଛି । ଏହା ବ୍ୟତୀତ ଟିମ୍ ଇଣ୍ଡିଆ ମଧ୍ୟ ୩ ଥର ରନର୍ ଅପ୍ ହୋଇଛି। ଭାରତ ପରେ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରୀଲଙ୍କା ଦଳ ପାଞ୍ଚ ଥର ଚାମ୍ପିୟନ ହୋଇଛି ଏବଂ ୬ ଥର ଉପବିଜେତା ହୋଇଛି। ପାକିସ୍ତାନ ଦଳ ଦୁଇଥର ଟାଇଟଲ ଜିତିଛି ଏବଂ ଦୁଇଥର ରନର୍ ଅପ୍ ହୋଇଛି। ଆସନ୍ତା ବର୍ଷ ପୁଣି ଏହି ଟୁର୍ନାମେଣ୍ଟ ଦିନିକିଆ ଫର୍ମାଟକୁ ଫେରିବ । ଏଥର ଏସିଆ କପ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । ତେବେ ଆର୍ଥିକ ଓ ରାଜନୈତିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରୁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା ।

08 Aug 2022 By The Sakala

https://www.thesakala.in/sports/jasprit-bumrah-ruled-out-of-asia-cup-with-back-injury/article-13978
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର