ଆଇପିଏଲ୍‌‌- ୨୦୨୫: ରିୟାଦରେ ନଭେମ୍ବର ୨୪ ଓ ୨୫ରେ ହେବ ମହାନିଲାମୀ

The Sakala Picture
Published On

ନୂଆଦିଲ୍ଲୀ: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ର ଆଗାମୀ ୧୮ତମ ସଂସ୍କରଣ ପାଇଁ ସବୁ ୧୦ଟି ଦଳ ରିଟେନସନ ତାଲିକା ଘୋଷଣା କରିବା ପରେ ଏବେ ମହାନିଲାମୀ ଉପରେ ସମସ୍ତଙ୍କ ନଜର ରହିଛି। ମଧ୍ୟପ୍ରାଚ୍ୟ ଦେଶ ସାଉଦି ଆରବର ରାଜଧାନୀ ରିୟାଦରେ ଆଇପିଏଲ୍‌‌ର ମହାନିଲାମୀ ଆୟୋଜନ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି। ଏହି ମହାନିଲାମୀ ନଭେମ୍ବର ୨୪ ଓ ୨୫ ତାରିଖରେ ଆୟୋଜନ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ରିଟେନସନ ତାଲିକାରେ ଏକାଧିକ ତାରକା […]

ନୂଆଦିଲ୍ଲୀ: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ର ଆଗାମୀ ୧୮ତମ ସଂସ୍କରଣ ପାଇଁ ସବୁ ୧୦ଟି ଦଳ ରିଟେନସନ ତାଲିକା ଘୋଷଣା କରିବା ପରେ ଏବେ ମହାନିଲାମୀ ଉପରେ ସମସ୍ତଙ୍କ ନଜର ରହିଛି। ମଧ୍ୟପ୍ରାଚ୍ୟ ଦେଶ ସାଉଦି ଆରବର ରାଜଧାନୀ ରିୟାଦରେ ଆଇପିଏଲ୍‌‌ର ମହାନିଲାମୀ ଆୟୋଜନ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି। ଏହି ମହାନିଲାମୀ ନଭେମ୍ବର ୨୪ ଓ ୨୫ ତାରିଖରେ ଆୟୋଜନ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ରିଟେନସନ ତାଲିକାରେ ଏକାଧିକ ତାରକା ତଥା ବଡ଼ ଖେଳାଳି ବାଦ ପଡ଼ିଛନ୍ତି। ଫଳରେ ଏହି ଖେଳାଳିମାନେ ମହାନିଲାମୀରେ ଅଂଶଗ୍ରହଣ କରିବେ। ପୁଣି ସବୁ ଦଳର ପର୍ସରେ ବହୁ ପରିମାଣରେ ଅର୍ଥ ଥିବାରୁ ଏହି ଖେଳାଳିମାନେ ସମସ୍ତଙ୍କୁ ଚକିତ କରି ନିଲାମୀରେ ଚଢ଼ା ଦରରେ ବିକ୍ରି ହେବେ ଓ ଚର୍ଚ୍ଚା ସୃଷ୍ଟି କରିବେ। ରିଟେନସନ ତାଲିକାରୁ ବାଦ୍‌‌ ପଡ଼ିଥିବା ଏହି ସୁପରଷ୍ଟାର ଖେଳାଳିମାନେ ହେଲେ ୱିକେଟରକ୍ଷକ ବ୍ୟାଟର ଋଷଭ ପନ୍ତ, ଲୋକେଶ ରାହୁଲ, ଇଂଲଣ୍ଡର ଅଭିଜ୍ଞ ବ୍ୟାଟର ଜୋଶ ବଟଲର, ଦକ୍ଷିଣ ଆଫ୍ରିକାର ଆଇଡେନ ମାର୍କରାମ, ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ, ଦକ୍ଷିଣ ଆଫ୍ରିକା ବ୍ୟାଟିଂ ସୁପରଷ୍ଟାର ଫାଫ୍‌‌ ଡୁପ୍ଲେସି, ଶ୍ରେୟସ ଆୟରଙ୍କ ଭଳି ଖେଳାଳି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

୧୦ଟି ଯାକ ଦଳ ମୋଟ୍‌‌ ଉପରେ ୪୬ ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି ଓ ଏ ବାବଦରେ ୫୫୮.୫ କୋଟି ଟଙ୍କା ବ୍ୟୟ କରିଛନ୍ତି। ଏହି ୪୬ଜଣ ଖେଳାଳିଙ୍କ ମଧ୍ୟରୁ ୩୬ ଜଣ ଭାରତୀୟ ଖେଳାଳି ରହିଛନ୍ତି ଓ ଏମାନଙ୍କ ମଧ୍ୟରେ ୧୦ ଜଣ ଖେଳାଳି ଅନକ୍ୟାପ୍‌‌ଡ ରହିଛନ୍ତି ଅର୍ଥାତ ଏହି ଖେଳାଳିମାନେ ଭାରତ ପାଇଁ ଏପର୍ଯ୍ୟନ୍ତ ଖେଳିନାହାନ୍ତି। ଏଥର ଆଶ୍ଚର୍ଯ୍ୟଜନକ ଭାବେ ଫ୍ରଞ୍ଚାଇଜ୍‌‌ଗୁଡିକ କୌଣସି ଇଂଲଣ୍ଡ ଖେଳାଳିଙ୍କୁ ରିଟେନ କରିନାହାନ୍ତି। ୫ଥର ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ତା’ର ତାରକା ୫ ଭାରତୀୟ ଖେଳାଳି ଯଥା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ପୂର୍ବତନ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌‌ରା, ୩୬୦-ଡିଗ୍ରୀ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଓ ଯୁବ ବାମହାତୀ ବ୍ୟାଟର ତିଳକ ବର୍ମାଙ୍କୁ ରିଟେନ ଅର୍ଥାତ ବଜାୟ ରଖିଛି। ଦକ୍ଷିଣ ଆଫ୍ରିକାର ହେନେରିଚ୍‌‌ କ୍ଲାସେନ ସର୍ବାଧିକ ୨୩ କୋଟି ଟଙ୍କା ବିନିୟମରେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ରିଟେନ ହୋଇଛନ୍ତି। ସେହିପରି ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ୨୧ କୋଟି ଟଙ୍କା ବିନିମୟରେ ଆରସିବି ଦଳ ରିଟେନ କରିଛି।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଏଥର ପଞ୍ଜାବ କିଙ୍ଗ୍‌‌ସ ଏଥର ମୋଟା ଅଙ୍କର ପର୍ସ ୧୧୦.୫ କୋଟି ଟଙ୍କା ସହ ମହାନିଲାମୀରେ ଅବତୀର୍ଣ୍ଣ ହେବ। ସେହିପରି ରାଜସ୍ଥାନ ରୟାଲ୍ସ ନିକଟରେ ସର୍ବନିମ୍ନ ୪୧ କୋଟି ଟଙ୍କାର ପର୍ସ ବାକି ରହିଛି। ପୁଣି ଆଇପିଏଲରେ ଏଥର ୫ଟି ଦଳ ନୂଆ ଅଧିନାୟକ ଖୋଜିବେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବି କିଙ୍ଗସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ନୂଆ ଅଧିନାୟକଙ୍କୁ ନିଯୁକ୍ତି ଦେବ। ଆଇପିଏଲ ଏଥର ମାର୍ଚ୍ଚ ଓ ମେ ମାସ ମଧ୍ୟରେ ଆୟୋଜନ ହେବ।

05 Nov 2024 By The Sakala

ଆଇପିଏଲ୍‌‌- ୨୦୨୫: ରିୟାଦରେ ନଭେମ୍ବର ୨୪ ଓ ୨୫ରେ ହେବ ମହାନିଲାମୀ

ନୂଆଦିଲ୍ଲୀ: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ର ଆଗାମୀ ୧୮ତମ ସଂସ୍କରଣ ପାଇଁ ସବୁ ୧୦ଟି ଦଳ ରିଟେନସନ ତାଲିକା ଘୋଷଣା କରିବା ପରେ ଏବେ ମହାନିଲାମୀ ଉପରେ ସମସ୍ତଙ୍କ ନଜର ରହିଛି। ମଧ୍ୟପ୍ରାଚ୍ୟ ଦେଶ ସାଉଦି ଆରବର ରାଜଧାନୀ ରିୟାଦରେ ଆଇପିଏଲ୍‌‌ର ମହାନିଲାମୀ ଆୟୋଜନ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି। ଏହି ମହାନିଲାମୀ ନଭେମ୍ବର ୨୪ ଓ ୨୫ ତାରିଖରେ ଆୟୋଜନ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

ରିଟେନସନ ତାଲିକାରେ ଏକାଧିକ ତାରକା ତଥା ବଡ଼ ଖେଳାଳି ବାଦ ପଡ଼ିଛନ୍ତି। ଫଳରେ ଏହି ଖେଳାଳିମାନେ ମହାନିଲାମୀରେ ଅଂଶଗ୍ରହଣ କରିବେ। ପୁଣି ସବୁ ଦଳର ପର୍ସରେ ବହୁ ପରିମାଣରେ ଅର୍ଥ ଥିବାରୁ ଏହି ଖେଳାଳିମାନେ ସମସ୍ତଙ୍କୁ ଚକିତ କରି ନିଲାମୀରେ ଚଢ଼ା ଦରରେ ବିକ୍ରି ହେବେ ଓ ଚର୍ଚ୍ଚା ସୃଷ୍ଟି କରିବେ। ରିଟେନସନ ତାଲିକାରୁ ବାଦ୍‌‌ ପଡ଼ିଥିବା ଏହି ସୁପରଷ୍ଟାର ଖେଳାଳିମାନେ ହେଲେ ୱିକେଟରକ୍ଷକ ବ୍ୟାଟର ଋଷଭ ପନ୍ତ, ଲୋକେଶ ରାହୁଲ, ଇଂଲଣ୍ଡର ଅଭିଜ୍ଞ ବ୍ୟାଟର ଜୋଶ ବଟଲର, ଦକ୍ଷିଣ ଆଫ୍ରିକାର ଆଇଡେନ ମାର୍କରାମ, ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ, ଦକ୍ଷିଣ ଆଫ୍ରିକା ବ୍ୟାଟିଂ ସୁପରଷ୍ଟାର ଫାଫ୍‌‌ ଡୁପ୍ଲେସି, ଶ୍ରେୟସ ଆୟରଙ୍କ ଭଳି ଖେଳାଳି।

୧୦ଟି ଯାକ ଦଳ ମୋଟ୍‌‌ ଉପରେ ୪୬ ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି ଓ ଏ ବାବଦରେ ୫୫୮.୫ କୋଟି ଟଙ୍କା ବ୍ୟୟ କରିଛନ୍ତି। ଏହି ୪୬ଜଣ ଖେଳାଳିଙ୍କ ମଧ୍ୟରୁ ୩୬ ଜଣ ଭାରତୀୟ ଖେଳାଳି ରହିଛନ୍ତି ଓ ଏମାନଙ୍କ ମଧ୍ୟରେ ୧୦ ଜଣ ଖେଳାଳି ଅନକ୍ୟାପ୍‌‌ଡ ରହିଛନ୍ତି ଅର୍ଥାତ ଏହି ଖେଳାଳିମାନେ ଭାରତ ପାଇଁ ଏପର୍ଯ୍ୟନ୍ତ ଖେଳିନାହାନ୍ତି। ଏଥର ଆଶ୍ଚର୍ଯ୍ୟଜନକ ଭାବେ ଫ୍ରଞ୍ଚାଇଜ୍‌‌ଗୁଡିକ କୌଣସି ଇଂଲଣ୍ଡ ଖେଳାଳିଙ୍କୁ ରିଟେନ କରିନାହାନ୍ତି। ୫ଥର ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ତା’ର ତାରକା ୫ ଭାରତୀୟ ଖେଳାଳି ଯଥା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ପୂର୍ବତନ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌‌ରା, ୩୬୦-ଡିଗ୍ରୀ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଓ ଯୁବ ବାମହାତୀ ବ୍ୟାଟର ତିଳକ ବର୍ମାଙ୍କୁ ରିଟେନ ଅର୍ଥାତ ବଜାୟ ରଖିଛି। ଦକ୍ଷିଣ ଆଫ୍ରିକାର ହେନେରିଚ୍‌‌ କ୍ଲାସେନ ସର୍ବାଧିକ ୨୩ କୋଟି ଟଙ୍କା ବିନିୟମରେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ରିଟେନ ହୋଇଛନ୍ତି। ସେହିପରି ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ୨୧ କୋଟି ଟଙ୍କା ବିନିମୟରେ ଆରସିବି ଦଳ ରିଟେନ କରିଛି।

ଏଥର ପଞ୍ଜାବ କିଙ୍ଗ୍‌‌ସ ଏଥର ମୋଟା ଅଙ୍କର ପର୍ସ ୧୧୦.୫ କୋଟି ଟଙ୍କା ସହ ମହାନିଲାମୀରେ ଅବତୀର୍ଣ୍ଣ ହେବ। ସେହିପରି ରାଜସ୍ଥାନ ରୟାଲ୍ସ ନିକଟରେ ସର୍ବନିମ୍ନ ୪୧ କୋଟି ଟଙ୍କାର ପର୍ସ ବାକି ରହିଛି। ପୁଣି ଆଇପିଏଲରେ ଏଥର ୫ଟି ଦଳ ନୂଆ ଅଧିନାୟକ ଖୋଜିବେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବି କିଙ୍ଗସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ନୂଆ ଅଧିନାୟକଙ୍କୁ ନିଯୁକ୍ତି ଦେବ। ଆଇପିଏଲ ଏଥର ମାର୍ଚ୍ଚ ଓ ମେ ମାସ ମଧ୍ୟରେ ଆୟୋଜନ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର